ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଫ୍ୟାମିଲି ଡ୍ରାମେଡିରେ ଜଲୱା ଦେଖାଇବେ ବାଣି, ନବଜୋତ ଗୁଲାଟିଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଆସିବେ ନଜର

Published By : Prameya | February 11, 2024 8:31 AM

ମୁମ୍ବାଇ ୧୧/୦୨ : ନିର୍ଦ୍ଦେଶକ ନବଜୋତ ଗୁଲାଟିଙ୍କ ଅପ୍‌କମିଙ୍ଗ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ବାଣି କପୁର । ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ଅପାରଶକ୍ତି ଖୁରାନା ଓ ପରେଶ ରାୱଲ । ପାରିବାରିକ ଡ୍ରାମା-କମେଡି ଆଧାରିତ ଏହି ଫିଲ୍ମ ଆଧୁନିକ ସମ୍ପର୍କ ଉପରେ ଗତିଶୀଳ । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବାଣି, ପରେଶ ଓ ଅପାରଶକ୍ତି ଫିଲ୍ମର କାହାଣୀ ଶୁଣିବା ମାତ୍ରେ କାମ କରିବାକୁ ହଁ ଭରିଥିଲେ । ଖୁବ୍‌ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ଏବଂ ସମ୍ପୂର୍ଣ୍ଣ ରୂପେ ଲଣ୍ଡନରେ ସୁଟିଂ ହେବ । ଫିଲ୍ମରେ ବାଣି ଓ ଅପାରଶକ୍ତି ଭାଇ-ଭଉଣୀ ଭୂମିକା ନିର୍ବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଖୁବ୍‌ଶୀଘ୍ର ଫିଲ୍ମ ‘ମଣ୍ଡାଲା ମର୍ଡର୍ସ’ ଜରିଆରେ ଓଟିଟିରେ ଏଣ୍ଟ୍ରି କରିବେ ବାଣି । ଏଫିଲ୍ମ ‘ମର୍ଦ୍ଦାନି’ ଫ୍ରାଞ୍ଚାଇଜର ଗୋପୀ ପୁଥରନ୍‌ ହାର ନିର୍ଦ୍ଦେଶନା ଦେଇଛନ୍ତି । ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‌-୨’ରେ ମଧ୍ୟ ବାଣି ନଜର ଆସିବେ । ରାଜ କୁମାର ଗୁପ୍ତା ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି । ମୁଦସର ଅଜିଜଙ୍କ ନିର୍ଦ୍ଦେଶିତ ‘ଖେଲ୍‌ ଖେଲ୍‌ ମେଁ’ରେ ଅକ୍ଷୟ କୁମାର, ତାପସୀ ପନ୍ନୁ ଓ ଫରଦିନ ଖାନ୍‌ଙ୍କ ସହ ନଜର ଆସିବେ ବାନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.