ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ରୁଷ୍ ବିରୋଧରେ ଜେଲେନସ୍କିଙ୍କ ଭୟଙ୍କର ଅସ୍ତ୍ର : ୟୁକ୍ରେନର ‘ଡ୍ରାଗନ ଡ୍ରୋନ୍’ ସବୁ ଜାଳିପୋଡ଼ି କରି ଦେଉଛି ପାଉଁଶ

କିଭ୍ : ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାକୁ ଯାଉଛି। ଉଭୟ ଦେଶ କେହି କାହାକୁ ଛାଡ଼ିବା ସ୍ଥିତିରେ ନାହାନ୍ତି। କେତେବେଳେ ରୁଷ୍‌ ଭୟଙ୍କର ଆକ୍ରମଣ କରୁଛି ତ ଆଉ କେତେବେଳେ ୟୁକ୍ରେନ ଭୟଙ୍କର ଯୁଦ୍ଧ ଆରମ୍ଭ କରିଦେଉଛି।ଏହି ସ୍ଥିତିରେ ୟୁକ୍ରେନ ଏବେ ଡ୍ରାଗନ ଡ୍ରୋନ୍‌  ଭାବେ ଏକ ନୂଆ ଘାତକ ଅସ୍ତ୍ରକୁ ବ୍ୟବହାର କରିଛି। ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଏହି ଡ୍ରୋନ୍‌ ଜଙ୍ଗଲରେ ଥିବା ରୁଷୀୟ ସୈନିକଙ୍କ ଆଡ୍ଡା ଉପରେ ନିଆଁ ବର୍ଷା କରୁଥିବାର ଦେଖିବାକୁ ମିଳୁଛି। ୟୁକ୍ରେନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ନିଜର ଟେଲିଗ୍ରାମ ଚ୍ୟାନେଲରେ ଏକ ଭିଡ଼ିଓ ପୋଷ୍ଟ କରିଛି, ଯେଉଁଥିରେ ଏହି ଡ୍ରୋନ୍‌ ଖୁବ୍‌ ଅଳ୍ପ ଉଚ୍ଚତାରେ ଉଡ଼ୁ ଥିବାର ଓ ରୁଷୀୟ ନିୟନ୍ତ୍ରିତ ଅଞ୍ଚଳରେ ନିଆଁ ବର୍ଷା କରୁଥିବାର ନଜର ଆସୁଛି।  

ବାସ୍ତବରେ ଏହା ନିଆଁ ନୁହେଁ , ବରଂ ଆଲୁମିନିୟମ ପାଉଡର ଓ ଆଇରନ ଅକ୍ସାଇଡର ମିଶ୍ରଣରେ ତିଆରି ଥର୍ମାଇଟ୍‌  , ଯାହା ୪୦୦୦ ଡିଗ୍ରୀ ଫାରେନହାଇଟ୍‌( ୨,୨୦୦ ଡିଗ୍ରୀ ସେଲସିୟସ) ଯାଏ ଅତ୍ୟଧିକ ତାପମାତ୍ରାରେ ଜଳିଥାଏ। ଥର୍ମାଇଟ୍‌ ଏତେ ତୀବ୍ରତାରେ ଜଳେ ଯେ ଏହା କେବଳ ଗଛ ଲତା ଆଦିକୁ ଜାଳିପୋଡ଼ି ପାଉଁଶ କରୁନି , ଏହା ରୁଷୀୟ ସୈନିକଙ୍କ ପାଇଁ ଖୁବ୍‌ ବିପଦ ମଧ୍ୟ ସାବ୍ୟସ୍ତ ହୋଇଛି। 

ସିଏନଏନର ଏକ ରିପୋର୍ଟ ଅନୁସାରେ , ଏହି ଥର୍ମାଇଟ୍‌ ଖୁବ୍‌ ମାରାତ୍ମକ । ଏହାର କ୍ଷମତା କିଛି ଏମିତି କି ଏହା ଧାତୁ ଅର୍ଥାତ୍‌ ମେଟାଲ ସହ କୌଣସି ବି ଜିନିଷକୁ ସହଜରେ ଜାଳି ପାରେ। ଏଥିରୁ ରକ୍ଷା ପାଇବାର କୌଣସି ସାଧନ ହିଁ ନାହିଁ। ଥର୍ମାଇଟକୁ ପ୍ରଥମ ଥର ଜର୍ମାନୀ ପ୍ରଥମ ବିଶ୍ୱ ଯୁଦ୍ଧ ବେଳେ , ବ୍ରିଟେନରେ ଜେପେଲିନ ବିମାନରୁ ବୋମା ପକାଇବାରେ ବ୍ୟବହାର କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ଜର୍ମାନୀ ଓ ସହଯୋଗୀ ରାଷ୍ଟ୍ର ଗୁଡ଼ିକ ଏହାର ବ୍ୟବହାର କରିଥିଲେ। ତାହା ଜବତ କରାଯାଇଥିବା ତୋପକୁ ନିଷ୍କ୍ରିୟ କରିବା ପାଇଁ ଭିତରେ ଥର୍ମାଇଟ୍‌ ପୂରାଇ ତାକୁ ଭିତରୁ ତରଳାଇ ଦେଉଥିଲା। 

ଥର୍ମାଇଟ୍‌ ଏକ ପ୍ରକାରର ଜ୍ୱଳନଶୀଳ ଅସ୍ତ୍ର, ଯେଉଁଥିରେ ଅନ୍ୟ ବିପଜ୍ଜନକ ଅସ୍ତ୍ର ଯେମିତି କି ନେପାମ ଓ ହ୍ୱାଇଟ୍‌ ଫସଫରସ୍‌ ମଧ୍ୟ ରହିଛି। ସଂଯୁକ୍ତ ରାଷ୍ଟ୍ର ନିରସ୍ତ୍ରୀକରଣ କାର୍ଯ୍ୟାଳୟ ଅନୁସାରେ , ଜ୍ୱଳନଶୀଳ ଅସ୍ତ୍ର ଏକ ଏମିତି ଅସ୍ତ୍ର ବା ଗୋଳାବାରୁଦ , ଯାହା ବସ୍ତୁ ଗୁଡ଼ିକରେ ନିଆଁ ଲଗେଇବା ବା କେମିକାଲ ରିଆକ୍ସନର ମାଧ୍ୟମରେ ଲୋକଙ୍କୁ ଜଳାଇବା ବା ସେମାନଙ୍କୁ ଶ୍ୱାସ ସମ୍ୱନ୍ଧୀୟ ଆଘାତ ପହଞ୍ଚାଇବାକୁ ତିଆରି କରାଯାଏ। ୟୁଏନ୍‌ ମୁତାବିକ , ନିଆଁ ନିର୍ଗତ କରୁଥିବା ଅସ୍ତ୍ରର ବ୍ୟବହାର ଅନ୍ତରାଷ୍ଟ୍ରୀୟ ମାନବୀୟ ଆଇନ ପାଇଁ ଚିନ୍ତାଜନକ। ୟୁକ୍ରେନ ଦ୍ୱାରା  ଏହି ଅସ୍ତ୍ରର ପ୍ରୟୋଗ ଯୁଦ୍ଧରେ ଏକ ନୂଆ ମୋଡ ଆଣି ଦେଇଛି, ଏହା ଦେଖିବା ଯୋଗ୍ୟ କଥାଯେ,  ରୁଷ୍‌ ଏହି ନୂଆ ଚ୍ୟାଲେଞ୍ଚର କେମିତି ସାମନା କରୁଛି। 

କହି ରଖୁଛୁ କି , ଗତ କିଛି ଦିନରୁ ଜାରି ୟୁକ୍ରେନ-ରୁଷ୍‌ ଯୁଦ୍ଧ ଏବେ ବି ଚରମ ସ୍ଥିତିରେ ରହିଛି। ନିକଟରେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି  ଯେ , ରୁଷୀୟ ସଶସ୍ତ୍ର ବାହିନୀ କୁର୍ସ୍କ ଅଞ୍ଚଳର ସୀମାବର୍ତ୍ତୀ ଅଞ୍ଚଳରେ ସେନା ଅଭିଯାନ ବେଳେ , ୧୦,୧୦୦ରୁ ଅଧିକ ୟୁକ୍ରେନୀ ସୈନିକଙ୍କୁ ମାରିଛି ଏବଂ ୮୧ଟି ଟ୍ୟାଙ୍କକୁ ନଷ୍ଟ କରି ଦେଇଛି। ମନ୍ତ୍ରଣାଳୟ ଏକ ବୟାନରେ କହିଛି, କୁର୍ସ୍କ ଅଞ୍ଚଳରେ ସେନା ଅଭିଯାନ ବେଳେ , ୟୁକ୍ରେନ ୧୦,୧୦୦ରୁ ଅଧିକ ସୈନିକ , ୮୧ଟି ଟ୍ୟାଙ୍କ, ୪୧ ଟି ସ୍ଥଳ ସେନା ସହ ଲଢୁଥିବା ଗାଡ଼ି , ୭୨ଟି ଅସ୍ତ୍ରଶସ୍ତ୍ର କ୍ୟାରିୟର , ୫୮୯ ଟି ଅସ୍ତ୍ର ସଜ୍ଜିତ ଫାଇଟର ବାହନ , ୩୨୫ଟି କାର ହରାଇ ସାରିଛି। ମନ୍ତ୍ରଣାଳୟ କହିଛି ଯେ, ଗତ ୨୪ ଘଣ୍ଟାରେ କିଭ୍‌ କୁର୍ସ୍କ ଅଞ୍ଚଳରେ ୩୭୦ଜଣ ସୈନିକ ଓ ୧୭ଟି ଲଢୁଆ ଅସ୍ତ୍ର ସଜ୍ଜିତ ଗାଡ଼ିକୁ ହରାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.