ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ହର୍ଦୋଇରେ ଅନର କିଲିଂ ମାମଲାର ଖୁଲାସା , ନିଜ ଭଉଣୀକୁ ମାରି ଥିବା ଦୁଇ ଭାଇ ଗିରଫ

Published By : Prameya | June 17, 2024 9:33 PM

ହର୍ଦୋଇ – ହର୍ଦୋଇର ଅତ୍ରୌଲି ଥାନା ଅଞ୍ଚଳରୁ ମିଳିଥିବା ଅଜଣା ଯୁବତୀଙ୍କ ଅଧା ଜଳା ମୃତଦେହର ରହସ୍ୟ ପର୍ଦ୍ଦାଫାସ କରିଛି ପୁଲିସ। ଉକ୍ତ ମାମଲାରେ ମୃତ ଯୁବତୀଙ୍କ ଦୁଇ ଭାଇଙ୍କୁ ଗିରଫ କରାଯାଇଛି । ପୁଲିସ ଏହି ଘଟଣାରେ ବ୍ୟବହୃତ ହୋଇଥିବା କାର୍‌କୁ ମଧ୍ୟ ଜବତ କରି ସାରିଛି। ଭଉଣୀ ଅନ୍ୟ ଜାତିର ଯୁବକଙ୍କୁ ପ୍ରେମ କରୁଥିବାରୁ ଭାଇମାନେ ବିରୋଧ କରୁଥିଲେ।  ସେ ତାଙ୍କ କଥା ନମାନିବାରୁ ତାଙ୍କର ତଣ୍ଟି ଚିପି ହତ୍ୟା କରି ଦେଲେ। ଶବକୁ ପେଟ୍ରୋଲ ଢାଳି ଜଳାଇ ଦେଲେ। 

ସୂଚନା ଅନୁସାରେ , ଅତ୍ରୌଲି ଅଞ୍ଚଳରେ ୩୦ ମେ’ରେ ପୱାୟା ରାସ୍ତା କଡ଼ରେ ଜଣେ ଅଜଣା ଯୁବତୀଙ୍କ ଅଧାଜଳା ମୃତଦେହ ମିଳିଥିଲା। ୱାଚମ୍ୟାନର ଅଭିଯୋଗ ଆଧାରରେ ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଓ ମୃତଦେହକୁ ଲୁଚାଇବାର ମାମଲା ରୁଜୁ କରି ଥିଲା। ଏହି ମାମଲାର ଖୁଲାସା ପାଇଁ ଅତ୍ରୌଲି ପୁଲିସ ସହ ସ୍ୱାଟ ସର୍ଭିଲାନ୍ସ ଓ ଏସଓଜି ଟିମ୍‌କୁ ନିୟୋଜିତ କରାଯାଇ ଥିଲା। 

ମାମଲାର ଖୁଲାସା କରି ଅତିରିକ୍ତ ପୁଲିସ ଅଧିକାରୀ (ହର୍ଦୋଇ) ନୃପେନ୍ଦ୍ର କୁମାର କହିଛନ୍ତି କି, ଯାଞ୍ଚରେ ମୃତକାଙ୍କ ପରିଚୟ ମିଳିଛି। ସେ ଲକ୍ଷ୍ନୌର କାକୋରୀ ଥାନା ଅଞ୍ଚଳର କାୟସ୍ଥାନା ନିବାସୀ ବିଟ୍ଟି ଓରଫ ସଙ୍ଗିତା ( ବୟସ ୧୮) । ଅତିରିକ୍ତ ପୁଲିସ ଅଧିକାରୀ କହିଛନ୍ତି କି ମୃତକା ଜଣଙ୍କ ଅନ୍ୟ ସଂପ୍ରଦାୟର ଯୁବକକୁ ପ୍ରେମ କରୁଥିଲେ ଏବଂ ଏଥିଯୋଗୁଁ ତାଙ୍କର ପରିବାରର ଲୋକ ସନ୍ତୁଷ୍ଟ ନଥିଲେ। ସେମାନେ ତାଙ୍କର ବିବାହ ଅନ୍ୟ ସ୍ଥାନରେ କହିବାକୁ ଚାହୁଁ ଥିଲେ, କିନ୍ତୁ ଯୁବତୀ ମାନିଲେ ନାହିଁ। ନିଜ ପ୍ରେମିକ ସହ ରହିବାକୁ ଜିଦି ଧରିଲେ। ତାଙ୍କର ଦୁଇ ଭାଇ ଦୁର୍ଗେଶ ସୈନି(୨୭) ଓ ଶଙ୍କର ଓରଫ ରବି (୨୯) ଭଉଣୀକୁ ରାସ୍ତାରୁ ହଟେଇବା ପାଇଁ ମାଉସୀ ଅସୁସ୍ଥ ଥିବା ବାହାନା କରି ତାଙ୍କୁ କାରରେ ଅତ୍ରୌଲିକୁ ନେଇ ଯାଇଥିଲେ। ସେଠାରେ ତାଙ୍କର ତଣ୍ଟି ଚିପି ହତ୍ୟା କରି ଥିଲେ। ଏହାପରେ ମୃତଦେହକୁ ପେଟ୍ରୋଲରେ ଜଳାଇ ଦେଇ ଥିଲେ।

ପୁଲିସ ଘଟଣାର ଖୁଲାସାରେ ଲାଗି ପଡ଼ିଥିଲା। ଆଜି ସକାଳେ ଇନଫର୍ମର ଦ୍ୱାରା ସୂଚନା ମିଳିଥିଲା ଯେ, ପୱାୟା ଗ୍ରାମ ନିକଟ ପ୍ରାଇମେରୀ ସ୍କୁଲ ପାଖରେ, ଉକ୍ତ ଘଟଣାରେ ସଂପୃକ୍ତ ଦୁଇ ବ୍ୟକ୍ତି ଓମିନି କାର୍‌ରେ ବସିଛନ୍ତି। ଏହାପରେ ପୁଲିସ କାର ଭିତରୁ ଦୁର୍ଗେଶ ସୈନି ଓ ଶଙ୍କର ଓରଫ ରବିକୁ ଗିରଫ କରିଥିଲା। ଏଏସପି କହିଛନ୍ତି କି, ପଚରାପଚରିରେ ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି। ଦୁହିଁଙ୍କୁ ଜେଲ୍ ପଠାଇ ଦିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.