ଦାରିଙ୍ଗବାଡି,୧୧/୭(ଆପ୍ର): ଦୁଇ ଦିନ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ ହୋଇଥିବା ବେଳେ ଗ୍ରାମରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା । ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ଗ୍ରାମରେ ଦେଖା ଦେଇଛି ଏଭଳି ସମସ୍ୟା ।
ଉକ୍ତ ଗାଁ ରେ ୭୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ରହିଛି ଏକ ସୋଲାର ଜଳ ପ୍ରକଳ୍ପ। ଏହି ସୋଲାର ଜଳ ପ୍ରକଳ୍ପ ରୁ ଗାଁ ଲୋକେ ପାଣି ପିଇବା ଠାରୁ ଆରମ୍ଭ କରି ରୋଷେଇ ବାସରେ ବ୍ୟବହାର କରିଥାନ୍ତି । ୨ ଦିନ ହେଲା ପ୍ରକଳ୍ପ ଅଚଳ ହୋଇଥିବା ଫଳରେ ନଳକୂପ ରୁ ବାହାରୁ ଥିବା କଳଙ୍କି ପାଣି ହେଉ ଅବା ନାଳର ଗୋଳି ପାଣି ବାଧ୍ୟ ହୋଇ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଫଳରେ ଉକ୍ତ ପାଣି ପିଇବା ସମ୍ଭବ ହେଉନାହିଁ । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଯଥା ଶୀଘ୍ର ସୋଲାର ଜଳ ପ୍ରକଳ୍ପର ମରାମତି କରିବା ପାଇଁ ଗ୍ରାମର ସ୍ଵପ୍ନା ଦିଗାଳ,ମିତା ଉଠାନସିଂ, ଅନିତା ଦିଗାଲ, ଲୁୟା ପ୍ରଧାନ, ଇନ୍ଦୁମତି ଦିଗାଲ ପ୍ରମୁଖ ଦାବି କରିଛନ୍ତି ।