ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ

ଫ୍ଲୋରିଡ଼ା,୧୮/୦୬: ନେପାଳ ବିପକ୍ଷରେ ବାଂଲାଦେଶର ବିଜୟ ସହ ସୁପର-୮ ରାଉଣ୍ଡ  ଚୂଡ଼ାନ୍ତ ହୋଇଛି । ଭାରତ ଏହି ରାଉଣ୍ଡ୍‌ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ  ଭେଟିବା ନିଶ୍ଚିତ ହୋଇଛି । ଫର୍ମାଟ୍‌ ଅନୁଯାୟୀ  ୮ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି ।  ଗ୍ରୁପ୍‌-୧ରେ ଭାରତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ  ବାଂଲାଦେଶ ରହିଛନ୍ତି । ସେହିପରି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା,  ୟୁଏସଏ ଓ ୱେଷ୍ଟ ଇଣ୍ଡିଜ୍‌ ଅନ୍ୟ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ।  

ପ୍ରାଥମିକ ଲିଗ୍‌ ପର୍ଯ୍ୟାୟର ପ୍ରତି ଗ୍ରୁପ୍‌ରୁ ୨ଟି  ଶ୍ରେଷ୍ଠ ଦଳ ସୁପର-୮ ରାଉଣ୍ଡ୍‌କୁ ଯୋଗ୍ୟତା ଅର୍ଜନ  କରିବେ । ୮ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯିବ ।  ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମୋଟ୍‌ ୮ଟି ଦଳକୁ ମାନ୍ୟତା ପ୍ରଦାନ  କରାଯାଇଥିଲା । ଭାରତର ମାନ୍ୟତା ରହିଥିଲା ଏ-୧,  ପାକିସ୍ତାନ ଏ-୨, ଇଂଲଣ୍ଡ ବି-୧, ଅଷ୍ଟ୍ରେଲିଆ ବି୨, ନ୍ୟୁଜିଲାଣ୍ଡ ସି-୧, ୱେଷ୍ଟ ଇଣ୍ଡିଜ ସି-୨, ଦକ୍ଷିଣ  ଆଫ୍ରିକା ଡି-୧ ଓ ଶ୍ରୀଲଙ୍କା ଡି-୨ ମାନ୍ୟତା ପାଇଥିଲେ ।  

ନିୟମ ଅନୁଯାୟୀ ଏମାନଙ୍କ ମଧ୍ୟରୁ ଯେଉଁ ଦଳ  ପ୍ରାଥମିକ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେବେ, ସେହି ଗ୍ରୁପ୍‌ର  ଶୀର୍ଷ ସ୍ଥାନରେ ରହିଥିବା ଦଳ ତାଙ୍କ ମାନ୍ୟତା ପାଇବେ ।  ଉଦାହରଣ ସ୍ୱରୂପ ନ୍ୟୁଜିଲାଣ୍ଡ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେବା  ଫଳରେ ଉକ୍ତ ଗ୍ରୁପ୍‌ରେ ରହିଥିବା ଆଫଗାନିସ୍ତାନ ସି-୧ ସ୍ଥାନ  କବ୍‌ଜା କରିଥିଲା । ପାକିସ୍ତାନ ଏ-୨ ମାନ୍ୟତା ପାଇଥିଲେ  ହେଁ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେବା ଫଳରେ ୟୁଏସଏ ଏହି  ସ୍ଥାନ ପାଇଥିଲା । ଶ୍ରୀଲଙ୍କା ବାଦ ପଡ଼ିବା ଫଳରେ  ବାଂଲାଦେଶ ଉକ୍ତ ସ୍ଥାନ ଦଖଲ କରିଥିଲା ।  

ଇଂଲଣ୍ଡ ଗ୍ରୁପ୍‌-ବି ପଏଣ୍ଟ ତାଲିକାର ଦ୍ୱିତୀୟ  ସ୍ଥାନ ଅଧିକାର କରିଥିଲେ ହେଁ ବି-୧ ମାନ୍ୟତା  ପାଇ ସୁପର-୮ ରାଉଣ୍ଡ୍‌ର ଗ୍ରୁପ୍‌-୨ରେ ସ୍ଥାନ  ପାଇଥିଲା । ଅଷ୍ଟ୍ରେଲିଆ ଏହି ଗ୍ରୁପ୍‌ର ଶୀର୍ଷ  ସ୍ଥାନ ଦଖଲ କରିଥିଲେ ହେଁ ବି-୨ ମାନ୍ୟତା ପାଇଥିବାରୁ  ଭାରତ ସମେତ ଗ୍ରୁପ୍‌-୧ରେ ସ୍ଥାନ ହାସଲ କରିଥିଲା ।

ସୁପର-୮ କ୍ରୀଡ଼ା ସୂଚୀ

ଗ୍ରୁପ-୧: ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ

ଗ୍ରୁପ୍‌-୨: ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଏସଏ, ୱେଷ୍ଟ ଇଣ୍ଡିଜ

୧୯ା୬: ଦକ୍ଷିଣ ଆଫ୍ରିକା ବନାମ ୟୁଏସଏ

୨୦ା୬: ୱେଷ୍ଟ ଇଣ୍ଡିଜ ବନାମ ଇଂଲଣ୍ଡ

୨୦ା୬: ଭାରତ ବନାମ ଆଫଗାନିସ୍ତାନ

୨୧ା୬: ଅଷ୍ଟ୍ରେଲିଆ ବନାମ ବାଂଲାଦେଶ

୨୧ା୬: ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା

୨୨ା୬: ୟୁଏସଏ ବନାମ ୱେଷ୍ଟ ଇଣ୍ଡିଜ୍‌

୨୨ା୬: ଭାରତ ବନାମ ବାଂଲାଦେଶ

୨୩ା୬: ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ

୨୩ା୬: ୟୁଏସଏ ବନାମ ଇଂଲଣ୍ଡ

୨୪ା୬: ୱେଷ୍ଟ ଇଣ୍ଡିଜ ବନାମ ଦକ୍ଷିଣ ଆଫ୍ରିକା

୨୪ା୬: ଭାରତ ବନାମ ଅଷ୍ଟ୍ରେଲିଆ

୨୫ା୬: ଆଫଗାନିସ୍ତାନ ବନାମ ବାଂଲାଦେଶ

 


  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.