ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ଗ୍ରୀଷ୍ମ ଛୁଟିରେ ଦରମା ନେଇ ନିଜକୁ ଦୋଷୀ ମାନନ୍ତି ବିଚାରପତି

Published By : Prameya | September 5, 2024 9:05 AM

ନୂଆଦିଲ୍ଲୀ ୦୫/୦୯: ଦେଶର ସର୍ବୋଚ୍ଚ ନ୍ୟାୟାଳୟ  ପ୍ରତି ବର୍ଷ ଖରାଦିନ ଛୁଟିରେ ବନ୍ଦ  ରହେ । ଏହି ଅବକାଶ ଅବଧିରେ  ସୁପ୍ରିମକୋର୍ଟ ବିଚାରପତିଙ୍କୁ ମାମଲାର ଶୁଣାଣି ପାଇଁ କୋର୍ଟକୁ ଆସିବାକୁ ପଡ଼େନାହିଁ । ତଥାପି  ସେମାନଙ୍କୁ ଦରମା ମିଳେ । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜଷ୍ଟିସ୍‌ ବିଭି ନାଗରତ୍ନା । 

ଗତ ମଙ୍ଗଳବାର ଏକ ମାମଲାର ଶୁଣାଣି ସମୟରେ  ଜଷ୍ଟିସ୍‌ ନାଗରତ୍ନା କହିଥିଲେ ‘ଖରାଦିନ ଛୁଟିରେ  ମିଳୁଥିବା ଦରମା ପାଇଁ ମୋତେ ବହୁତ ଖରାପ  ଲାଗେ । ମୁଁ ନିଜକୁ ଦୋଷୀ ମନେକରେ । କାରଣ ସେହି ସମୟରେ  ଆମେ କାମ କରିନଥାଉ ବୋଲି ଜାଣେ ।’ ମଧ୍ୟପ୍ରଦେଶ ସରକାର  ସେବାରୁ ବରଖାସ୍ତ କରିଥିବା ଏବଂ ପରେ ସୁପ୍ରିମ୍‌କୋର୍ଟଙ୍କ  ଦଖଲ ଯୋଗୁ ପୁନଃ କାମକୁ ଫେରିଥିବା ସିଭିଲ ଜଜ୍‌ମାନଙ୍କୁ  ପିଛିଲା ଦରମା ଦେବାକୁ ମନା କରି ଜଷ୍ଟିସ୍‌ ବିଭି ନାଗରତ୍ନା ଏହି  ଟିପ୍ପଣୀ ଦେଇଛନ୍ତି । 

ଶୁଣାଣି ସମୟରେ ଆମିକସ୍‌ କ୍ୟୁରି ବରିଷ୍ଠ ଓକିଲ ଗୌରବ  ଅଗ୍ରୱାଲ ଜଷ୍ଟିସ୍‌ ନାଗରତ୍ନା ଓ ଜଷ୍ଟିସ୍‌ ଏସ୍‌ କୋଟିଶ୍ୱର ସିଂହଙ୍କ  ଖଣ୍ଡପୀଠକୁ କହିଥିଲେ, ୪ ଜଣ ବିଚାରକଙ୍କ ବରଖାସ୍ତ ନିର୍ଦ୍ଦେଶକୁ  ମଧ୍ୟପ୍ରଦେଶ ହାଇକୋର୍ଟ ରଦ୍ଦ କରିଛନ୍ତି । ଅନ୍ୟ ଦୁଇ ବିଚାରକଙ୍କ  ବରଖାସ୍ତ ନିର୍ଦ୍ଦେଶ ବଳବତ୍ତର ରହିଛି । ଏହା ପରେ ବରିଷ୍ଠ ଓକିଲ  ଆର୍‌ ବସନ୍ତ ଅପିଲ କଲେ ଯେ ଯେଉଁ ସମୟରେ ବିଚାରକମାନେ  ସେବାରେ ନ ଥିଲେ, ସେ ଅବଧିର ବକେୟା ଦରମା ପ୍ରଦାନ  ଉପରେ ସୁପ୍ରିମକୋର୍ଟ ବିଚାର କରନ୍ତୁ । ଜଷ୍ଟିସ୍‌ ନାଗରତ୍ନା କହିଥିଲେ, ବରଖାସ୍ତ  ଅବଧି ସମୟରେ ବିଚାରକମାନେ କାମ କରିନଥିବାରୁ ସେମାନଙ୍କୁ ପିଛିଲା ଦରମା  ଦିଆଯାଇ ପାରିବ ନାହିଁ । ଆମ ବିବେକ ତା’ର ଅନୁମତି ଦିଏନାହିଁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.