ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ୱାୟନାଡ଼ରେ ଓଡ଼ିଶାର ସନ୍ଧାନୀ କୁକୁର ‘ଷ୍ଟର୍ମ’, ମାଟି ତଳୁ ଜୀବନ ସନ୍ଧାନ କରିବ...

କଟକ,୦୬/୦୮: ବାତ୍ୟା ବା ତୋଫାନ  ଭଳି ପ୍ରାକୃତିକ ଦୁର୍ବିପାକ ଜନିତ ପ୍ରତିକୂଳ  ପରିସ୍ଥିତିର ସେ ମୁକାବିଲା କରିପାରିବ ।  ମାଟି ତଳେ ପୋତି ହୋଇ ରହିଥାଉ ବା  ଭଙ୍ଗା ଘର ତଳେ ଚାପି ହୋଇ ରହିଥାଉ  ମଣିଷ ଶରୀରରେ ଜୀବନ ଥାଉ ବା ମୃତ୍ୟୁ  ହୋଇଥାଉ, ପବନରୁ ଗନ୍ଧ ବାରି ସେ ଖୋଜି ବାହାର କରିପାରିବ । ସେଥିପାଇଁ ତାର ନାଁ  ‘ଷ୍ଟର୍ମ’ । କେରଳର ୱାୟନାଡ୍‌ ଭୂସ୍ଫଳନ ସ୍ଥଳରେ  ଅନେକ ଲୋକ ପୋତି ହୋଇ ରହିଥିବା ସନ୍ଦେହ  କରାଯାଉଥିବା ବେଳେ ସେମାନଙ୍କୁ ଠାବ କରିବା ପାଇଁ ଯାଇଥିବା ଓଡ଼ିଶା ପୁଲିସର ସ୍ୱତନ୍ତ୍ର ପ୍ରଶିକ୍ଷିତ  ସନ୍ଧାନୀ କୁକୁର ଷ୍ଟର୍ମ ଏବେ ବେଶ ଚର୍ଚ୍ଚାରେ । ସୋମବାର ୱାୟନାଡ୍‌ ଭୂସ୍ଫଳନ ସ୍ଥଳରେ ପହଞ୍ଚିଛି ‘ଷ୍ଟର୍ମ’ ଡଗ୍ । ସେଠାରେ  ପୂର୍ବରୁ ଉପସ୍ଥିତ ଅନ୍ୟ ସରକାରୀ ଏଜେନ୍ସି  ସହିତ ମିଶି ଷ୍ଟର୍ମ ତାର ଅପରେସନ୍‌ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚ୍‌ ସୂଚନା ଦେଇଛନ୍ତି।

୨୦୧୮ ମସିହା ସେପ୍ଟେମ୍ବର ମାସରେ  ଷ୍ଟର୍ମର ଜନ୍ମ । ସେ ଉନ୍ନତ ମାନର ଜର୍ମାନ୍‌  ସେଫର୍ଡ୍‌ ପ୍ରଜାତିର । ଭୁବନେଶ୍ୱରର  ଜଣେ ପଞ୍ଜିକୃତ କୁକୁର ପାଳକଙ୍କଠାରୁ ଷ୍ଟର୍ମକୁ ୨୦୧୯ ମସିହାରେ ରାଜ୍ୟ ପୁଲିସ  କ୍ରାଇମ୍‌ବ୍ରାଞ୍ଚ୍‌ର କେ-୯ ସ୍କ୍ୱାଡ୍‌କୁ ଅଣାଯାଇଥିଲା ।  ସେତେବେଳେ ତାର ବୟସ ଥିଲା ମାତ୍ର  ୫ ମାସ । ପରେ ତାର ପ୍ରଶିକ୍ଷଣ ଆରମ୍ଭ  ହୋଇଥିଲା । ରାଜ୍ୟରେ ବାରମ୍ବାର ହେଉଥିବା  ପ୍ରାକୃତିକ ଦୁର୍ବିପାକ ବେଳେ ଜୀବିତ କିମ୍ବା  ମୃତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ  ‘ଷ୍ଟର୍ମ’କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି ।  ମାଟିତଳୁ କିମ୍ବା ଭଙ୍ଗା କୋଠାବାଡ଼ି ତଳୁ ମଣିଷ  ଶରୀରର ବାସ୍ନାକୁ ଶୁଙ୍ଘି ବାହାର କରିବା ପାଇଁ  ପ୍ରାୟ ୯ ମାସ ପର୍ଯ୍ୟନ୍ତ ‘ଷ୍ଟର୍ମ’କୁ ପ୍ରଶିକ୍ଷଣ  ଦିଆଯାଇଛି । ସେ ଓଡ଼ିଶା ପୁଲିସର ଏକମାତ୍ର  କୁକୁର ବା ଶ୍ୱାନ ଯାହାର ପଞ୍ଜୀକରଣ ନମ୍ବର  ଅଛି । ଚେନ୍ନାଇରେ ଥିବା କେନେଲ୍‌ କ୍ଲବ୍‌ ଅଫ୍‌  ଅଣ୍ଡିଆରେ ‘ଷ୍ଟର୍ମ’ର ନାଁ ପଞ୍ଜିକୃତ ହୋଇଛି ।  କିଛି ବର୍ଷ ହେବ ଦକ୍ଷିଣ ଓଡ଼ିଶାରେ ଖାସ୍‌ କରି  ଗଜପତି ଜିଲ୍ଲାରେ ଛୋଟବଡ଼ ଭୂସ୍ଫଳନ ଭଳି  ଘଟଣା ଘଟିଛି । ସେହିପରି ଗଞ୍ଜାମ ଓ ଗଜପତି  ଜିଲ୍ଲାରେ ବାରମ୍ବାର ବାତ୍ୟାର ପ୍ରକୋପ ମଧ୍ୟ  ରହୁଛି । ସେଥିପାଇଁ ‘ଷ୍ଟର୍ମ’ର ପ୍ରଶିକ୍ଷଣ ପରେ ଦକ୍ଷିଣ ଓଡ଼ିଶା ଜୋନ୍‌ ଅଞ୍ଚଳରେ ତାକୁ ଡ୍ୟୁଟି  ଦିଆଯାଇଛି ।  

ଷ୍ଟର୍ମର ବୟସ ଏବେ ପ୍ରାୟ ୬ ବର୍ଷ ।  ଆଉ ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ସେ ପୁଲିସ  ବାହିନୀରେ ସେବା ପ୍ରଦାନ କରିପାରିବ ।  ୱାୟନାଡ୍‌ ଯିବା ପାଇଁ କେରଳ ପୁଲିସର  ନିବେଦନକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ  ଅରୁଣ ଷଡ଼ଙ୍ଗୀ ଗ୍ରହଣ କରିଥିଲେ । ପରେ  କ୍ରାଇମବ୍ରାଞ୍ଚ୍‌ ଏଡିଜି ଅରୁଣ ବୋଥ୍ରା ଓ ଆଇଜି  ସେଫିନ୍‌ ଏହମ୍ମଦ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ  କରିଥିଲେ । ଉକ୍ତ ଟିମ୍‌ରେ ଅନୁଗୁଳ କେ-୯  ଡଗ୍‌ ସ୍କ୍ୱାଡ୍‌ରେ କାମ କରୁଥିବା ଏସ୍‌ଆଇ ଅନୁଜ  ଟାଉଦିଆ, କଟକ କେ-୯ ସ୍କ୍ୱାଡ୍‌ର ଏଏସ୍‌ଆଇ  ଡି.କେ. ବିଶ୍ୱାଳ, ଷ୍ଟର୍ମର ମୁଖ୍ୟ ପରିଚାଳକ  (ମେନ୍‌ ହ୍ୟାଣ୍ଡଲର୍‌) ବ୍ରହ୍ମପୁର କେ-୯ ଟିମ୍‌ର  ହେଡ୍‌ କନ୍‌ଷ୍ଟେବଳ ପ୍ରହଲ୍ଲାଦ ନାୟକ ଓ  ସହ ପରିଚାଳକ (ହ୍ୟାଣ୍ଡଲର) ଭୁବନେଶ୍ୱର  ଟିମ୍‌ର କନ୍‌ଷ୍ଟେବଲ୍‌ ପାର୍ଥସାରଥୀ ବେହେରା  ରହିଛନ୍ତି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.