ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଆଇସକ୍ରିମ୍‌ରୁ କଟା ଆଙ୍ଗୁଳି ବାହାରିବା ମାମଲା, ବଡ଼ ଖୁଲାସା କଲା ପୋଲିସ

Published By : Tapas Panda | June 19, 2024 5:16 PM

Image Courtesy: wionews

ମୁମ୍ବାଇ: ନିକଟରେ ଜଣେ ମହିଳା ଅନଲାଇନ୍‌ରେ ଅର୍ଡର କରିଥିବା ଆଇସକ୍ରିମ୍‌ରୁ କଟା ଆଙ୍ଗୁଳି ବାହାରିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ମୁମ୍ବାଇରେ ଘଟିଥିବା ଏଭଳି ଘଟଣା ଥାନାରେ ପହଞ୍ଚିବା ପରେ ପୋଲିସ ତଦନ୍ତ କରୁଥିଲା । କଟା ଆଙ୍ଗୁଳିର ଫରେନ୍ସିକ୍‌ ଯାଞ୍ଚ ବି କରାଯାଇଥିଲା । ଏବେ ଏହାର ରିପୋର୍ଟ ସାମ୍ନାକୁ ଆସିଛି । ଆଇସକ୍ରିମରେ କାହାର କଟା ଆଙ୍ଗୁଳି ଥିଲା ତାର ପର୍ଦ୍ଦାଫାସ ହୋଇଛି । ତେବେ ଆଇସକ୍ରିମରୁ ବାହାରି ଥିବା କଟା ଆଙ୍ଗୁଳି ଆଉ କାହାର ନୁହେଁ ବରଂ ଏହା ଯେଉଁ କମ୍ପାନିରେ ଏହି ଆଇସକ୍ରିମ ତିଆରି ହୋଇଥିଲା ସେଠାକାର ଜଣେ କର୍ମଚାରୀଙ୍କର ବୋଲି କୁହାଯାଉଛି । 

ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଜଣେ କର୍ମଚାରୀ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେହି ଦୁର୍ଘଟଣାରେ କର୍ମଚାରୀଙ୍କ ଆଙ୍ଗୁଳି କଟି ଯାଇଥିଲା। ଏହାପରେ ଆଇସ୍‌କ୍ରିମ୍‌ ପ୍ୟାକ୍‌ କଲା ବେଳେ ତାଙ୍କ ଆଙ୍ଗୁଳି ରହିଯାଇଥିଲା । ୟୋମୋ ଆଇସ୍‌କ୍ରିମ୍‌ର ପୁଣେ ଫ୍ୟାକ୍ଟ୍ରିରେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। କର୍ମଚାରୀମାନଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ପଠା ଯାଇଛି। 

ଡିଏନ୍‌ଏ ରିପୋର୍ଟ ଆସିବା ପରେ ଆଇସ୍‌କ୍ରିମ୍‌ରୁ ବାହାରିଥିବା କଟା ଆଙ୍ଗୁଳି କର୍ମଚାରୀଙ୍କର ନା ନାହିଁ ତାହା ସ୍ପଷ୍ଟ ହୋଇଯିବ। ସେପଟେ ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ (FSSAI) ୟୋମୋ ଆଇସ୍‌କ୍ରିମ କମ୍ପାନୀର ଲାଇସେନ୍ସ ରଦ୍ଦ କରି ଦେଇଛି। ଏଥିସହ ଅନିଶ୍ଚିତ କାଳ ଯାଏଁ ପୋଲିସ କମ୍ପାନୀକୁ ସିଲ୍‌ କରିଛି।

ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷୀୟା ମହିଳା ୟାମୋ କମ୍ପାନିର ଏକ ବଟରସ୍କଚ୍‌ ଆଇସ୍‌କ୍ରିମ୍‌ କୋନ୍‌ ବରାଦ ଦେଇଥିଲେ। ମଧ୍ୟାହ୍ନ ଭୋଜନ ପରେ ଆଇସ୍‌କ୍ରିମ୍‌ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ କଟା ଆଙ୍ଗୁଳି ଦେଖିବାକୁ ପାଇଥିଲେ। ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ। ଏହାପରେ ସେ ଆଇସ୍‌କ୍ରିମ ନେଇ ଥାନାକୁ ଦୌଡିଥିଲେ। ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଏବେ କଟା ଆଙ୍ଗୁଳିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.