ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତେଜସ୍ବୀ ଯାଦବଙ୍କୁ ମାନହାନୀ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ‘ଗୁଜରାଟୀ ହିଁ ଠକ ହୋଇପାରନ୍ତି’ କହି ବିବାଦର ପରିସରକୁ ଆସିଥିଲେ

ନୂଆଦିଲ୍ଲୀ,୧୩।୨: ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଆଶ୍ବସ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ମାମଲାକୁ ଖାରଜ କରିଛନ୍ତି। ଗୁଜରାଟୀଙ୍କୁ ନେଇ ତେଜସ୍ବୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତେବେ ସେ କୋର୍ଟରେ ସତ୍ୟପାଠ ଦାଖଲ କରି ବୟାନ ଫେରାଇ ନେଇଥିଲେ। ତେଜସ୍ବୀ ୧୯ ଜାନୁଆରୀରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ‘ଗୁଜରାଟୀ ହିଁ ଠକ ହୋଇପାରନ୍ତି’ ବୟାନ ପ୍ରତ୍ୟାହାର କରିବା କଥା କହିଥିଲେ। ଏହାପରେ କୋର୍ଟ ୨୯ ଜାନୁଆରୀରେ ତେଜସ୍ବୀଙ୍କୁ ବିନା ସର୍ତ୍ତରେ ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହ ଉପଯୁକ୍ତ ମନ୍ତବ୍ୟ ଦେବାର ନିର୍ଦେଶ ଦେଇଥିଲେ।

ପରେ ଆରଜେଡି ନେତାଙ୍କ ପକ୍ଷରୁ ଆଉ ଏକ ସତ୍ୟପାଠ ଦାଖଲ ହୋଇଥିଲା। ଜଷ୍ଟିସ୍ ଅଭୟ ଏସ୍‌ ଓକ୍‌ ଓ ଜଷ୍ଟିସ୍‌ ଉଜ୍ଜଳ ଭୂୟାଁଙ୍କ ମତରେ ଯେତେବେଳେ କ୍ଷମା ମଗାଯାଇଛି, ତେବେ ମାମଲା ଆଗକୁ କାହିଁକି ବଢାଇବା ଦରକାର।  ଏହି ମାମଲାରେ ୫ ଫେବୃଆରୀରେ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ ରଖିଥିଲେ। ସବୁଠାରୁ ଖାସ୍ କଥା ଏହା ଯେ, ତେଜସ୍ବୀ ଯାଦବ ସୁପ୍ରିମକୋର୍ଟରେ ଆବେଦନ ଦାଖଳ କରି ମାମଲାକୁ ଗୁଜରାଟରୁ ଅନ୍ୟ କେଉଁଠିକୁ ସ୍ଥାନାସ୍ତର କରିବାକୁ ଅପିଲ କରିଥିଲେ। ଆବେଦନରେ ଶୁଣାଣି ବେଳେ କୋର୍ଟ ଅପରାଧିକ ମାନହାନୀ ମାମଲାରେ ଜାରି କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇ ଦେଇଥିଲେ ।

ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୨୦୨୩ ରେ ଗଣମାଧ୍ୟମ ସହ କଥା ହେବା ବେଳେ ତେଜସ୍ବୀ କହିଥିଲେ ବର୍ତ୍ତମାନ ସ୍ଥିତିରେ କେବଳ ଗୁଜରାଟୀ ହିଁ ଠକ ହୋଇପାରନ୍ତି ଓ ତାଙ୍କର ସବୁ ଦୋଷକୁ କ୍ଷମା କରିଦିଆଯାଉଛି।’ ସେ କହିଛନ୍ତି, ଯଦି ସେ ଏଲଆଇସି ବା ବ୍ୟାଙ୍କର ଟଙ୍କା ନେଇ ପଳାଇ ଯାଆନ୍ତି ତେବେ କିଏ ଦାୟୀ ହେବ।’ ମେହେତା କହିଛନ୍ତି, ଆରଜେଡି ନେତାଙ୍କ ବୟାନ ସବୁ ଗୁଜରାଟୀଙ୍କୁ ଅପମାନିତ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.