ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଇତିହାସରେ ରଥଯାତ୍ରା... ମହାପ୍ରଭୁଙ୍କ ଶ୍ରୀଭୁଜରେ ବସିଥିଲା କାଉ

ପୁରୀ, ୧୦/୦୭ : ୧୮୮୮ ମସିହା, ରଥଯାତ୍ରା ସାରି ଠାକୁର ବାହୁଡ଼ିଥାନ୍ତି। ଆଗରେ ବଡ଼ ଠାକୁରଙ୍କ ରଥ ଚାଲିଗଲା। ପଛରେ ଆସୁଥିଲେ କାଳିଆ ଠାକୁର। ବଡ଼ଦାଣ୍ଡରେ ରଥ ଗଡ଼ୁଗଡୁ ରହିଗଲା, ଏହି ସମୟରେ ଗୋଟିଏ କାଉ ଉଡ଼ି ରଥ ଭିତରକୁ ଯାଇ ମହାପ୍ରଭୁଙ୍କ ବାମପଟ ଶ୍ରୀଭୁଜରେ ବସିଗଲା। ଏହାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତମାନେ ଚକିତ ହୋଇପଡ଼ିଲେ । କେବେ ଏମିତି ହୋଇନଥିଲା । ଶ୍ରୀଭୁଜରେ କାଉ ବସିବାରୁ ବଡ଼ ଦୁର୍ଘଟଣା ହେବ ବୋଲି ଆଶଙ୍କା ହେଲା । 

ଶ୍ରୀମନ୍ଦିର ପୁସ୍ତିକାର ସୂଚନା ଅନୁଯାୟୀ, ଉକ୍ତ ବର୍ଷ ଜୁଲାଇ ୧୧ରେ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା । ରଥ ପ୍ରତିଷ୍ଠା ହେଲା, କିନ୍ତୁ ପହଣ୍ଡିରେ ବିଳମ୍ବ ହେଲା । ରାତି ୯ଟାକୁ ପହଣ୍ଡି ସରିଲା । ତିନି ଠାକୁର ରଥରେ ବିଜେ କଲେ, ହେଲେ ରଥଟଣା ହୋଇପାରିଲା ନାହିଁ । ପରଦିନ ରଥଟଣା ହୋଇ ଠାକୁର ଗଲେ । ୧୪ ତାରିଖ ବେଳକୁ ଦୁଇ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲା । ହେଲେ ନନ୍ଦିଘୋଷ ରଥ ଡାକ୍ତରଖାନା ଛକରେ ରହିଥିଲା। ସେହିଠାରେ ରଥ ଉପରେ ହେରାପଞ୍ଚମୀ ନୀତି ହୋଇଥିଲା । ମହାଲକ୍ଷ୍ମୀ ରଥରେ ଦର୍ଶନ କରି ବଡ଼ ଦେଉଳକୁ ଫେରିଥିଲେ । ପରେ ରଥ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ପରଦିନ ପହଣ୍ଡି ହୋଇ ଠାକୁର ସିଂହାସନରେ ବିଜେ କରିବା ପରେ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଥିଲା । ଦିନଟିଏ ପରେ ପୁଣି ଠାକୁର ବାହୁଡ଼ା ପାଇଁ ବାହାରିଲେ । ହେଲେ ବାହୁଡ଼ାର ୮ ଦିନ ପର୍ଯ୍ୟନ୍ତ ରଥ ଦକ୍ଷିଣମୁହାଁ ହୋଇପାରି ନଥିଲା । ବର୍ଷା ଯୋଗୁଁ ବହୁ କଷ୍ଟରେ ରଥ ଦକ୍ଷିଣମୁହାଁ ହୋଇଥିଲା । ସେ ପର୍ଯ୍ୟନ୍ତ ତିନି ଠାକୁର ଜଗମୋହନରେ ବନ୍ଧା ହୋଇ ରହିଥିଲେ । ରଥ ଦକ୍ଷିଣମୁହାଁ ହେବା ପରେ ପ୍ରଥମେ ବଡ଼ ଠାକୁରଙ୍କ ରଥ ଓ ପରେ ଦେବୀ ସୁଭଦ୍ରାଙ୍କ ରଥ ଚାଲିଲେ । ଦୁଇ ରଥ ସିଂହଦ୍ୱାରକୁ ଆସିଲା । କାଳିଆ ଠାକୁରଙ୍କ ରଥ ଆସୁଥାଏ । ଡାକ୍ତରଖାନା ଛକ ପୂର୍ବରୁ ରଥ ରହିଥିବାବେଳେ ହଠାତ୍‌ ଏକ କାଉ ଆସି ରଥ ଭିତରେ ପଶିଗଲା । ସିଧା ଯାଇ କାଳିଆ ଠାକୁରଙ୍କ ବାମ ଭୁଜରେ ବସିଗଲା । ପରେ ପରେ ସେବାୟତମାନେ ତାକୁ ଘଉଡ଼ାଇ ବାହାର କଲେ । ସେହିବର୍ଷ ଯାତ୍ରୀ ବହୁତ କମ୍‌ ଥିଲେ । ୨୫ରୁ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୧୮୮୭ରେ ସମୁଦ୍ରରେ ଜାହାଜ ବୁଡ଼ିଥିବାରୁ ଶ୍ରଦ୍ଧାଳୁ ଭୟରେ ଆସି ନଥିବା ସମସ୍ତେ କହୁଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.