ନୂଆଦିଲ୍ଲୀ – ଭାରତୀୟ ସଙ୍ଗୀତଜ୍ଞ ଏଆର ରେହମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ରବିବାର ରାତିରେ ଏଆର ରେହମାନ ନିଜର ସ୍ୱରରେ ପୁନେର ଜନତାଙ୍କର ମନୋରଞ୍ଜନ କରୁଥିଲେ, ସମସ୍ତେ ତାଙ୍କର ସୁମଧୁର ସ୍ୱରରେ ଝୁମୁ ଥିଲେ। ସେତେବେଳେ ପୁଲିସ କନସର୍ଟର ଭେନ୍ୟୁରେ ପହଞ୍ଚି ଷ୍ଟେଜ୍ରେ ଚଢି ଥିଲା , ଆଉ ରେହମାନଙ୍କର କନସର୍ଟକୁ ରୋକି ଥିଲା। ଏବେ ପ୍ରଶ୍ନ ଉଠୁଛୁ କି, ପୁଲିସକର୍ମୀ ଏମିତି କାହିଁକି କଲେ? ଆସନ୍ତୁ ଜାଣିବ।
{"width":689,"height":387}![Pune Police Clamp Down On AR Rahman's Concert Midway For Flouting Time Limit](https://imgnew.outlookindia.com/uploadimage/library/16_9/16_9_5/AR_Rahman_1682933110.jpg)
ଗତ ରାତିରେ ଏଆର ରେହମାନ ପୁନେର ରାଜା ବାହାଦୂର ମିଲ୍ ଅଞ୍ଚଳରେ ପ୍ରଦର୍ଶନ କରୁଥିଲେ। ଏହି ମ୍ୟୁଜିକାଲ ନାଇଟ୍କୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ। କନସର୍ଟରେ ଲୋକେ ଏଆର ରେହମାନଙ୍କ ଗୀତରେ ଝୁମୁ ଥିଲେ। ଏଏନଆଇର ରିପୋର୍ଟ ମୁତାବିକ, ଗୀତ ଗାଉ ଥିବା ବେଳେ ଏଆର ରେହମାନଙ୍କର ଧ୍ୟାନ ଆଉ ନଥିଲା କି ରାତି ୧୦ ଟା ହୋଇଗଲାଣି। ଏହାପରେ ୧୦ଟା ପରେ ପୁଲିସ ଆସି ଶୋ’କୁ ରୋକି ଥିଲା। କାରଣ ମ୍ୟୁଜିକ୍ କନସର୍ଟ ଅର୍ଗାନାଇଜ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନ ପାଖରେ ୧୦ଟା ପରେ କନସର୍ଟକୁ ଜାରି ରଖିବାକୁ ଅନୁମତି ନଥିଲା।
{"width":689,"height":362}![AR Rahman's Pune Concert Stopped Mid 'Chal Chhaiya, Chhaiyaa' Performance Leaving Thousands Disappointed, Here's What Went Wrong](https://www.koimoi.com/wp-content/new-galleries/2023/05/Pune-cops-shut-down-Rahmans-concert-midway-for-flouting-time-limit.jpg)
ସୂଚନା ଯେ , ପୁଲିସ ଦ୍ୱାରା କନସର୍ଟ ବନ୍ଦ କରାଯିବା ପରେ ଏଆରଙ୍କ ପକ୍ଷରୁ କୌଣସି ସୂଚନା ସାମନାକୁ ଆସି ନାହିଁ। ହେଲେ ସେ ନିଜର ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ପୁନେର ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଖାଲି ଏତିକି ନୁହେଁ , ସେ ପୁନେର ଲୋକଙ୍କୁ ଏହା ବି ପ୍ରତିଶ୍ରୁତି ଦେଇଛନ୍ତି କି ସେ ଖୁବ୍ ଶୀଘ୍ର ପୁଣି ଥରେ ସେଠାକୁ ଆସି ପ୍ରଦର୍ଶନ କରିବେ ।