ହାଇଦ୍ରାବାଦ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ଯେ, ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସର ଶେହଜାଦା ରାହୁଲ ଗାନ୍ଧୀ ଆଦାନୀ ଓ ଅମ୍ବାନୀଙ୍କ ପ୍ରସଙ୍ଗ ଉଠାଇବା ବନ୍ଦ କରିଦେଇଛନ୍ତି । ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି। କେତେ ଟଙ୍କା ଭିତରେ ଡିଲ୍ ହୋଇଛି ବୋଲି ରାହୁଲ ଗାନ୍ଧୀଙ୍କୁ ତେଲଙ୍ଗାନାର କରିମନଗରର ଏକ ନିର୍ବାଚନ ରାଲିକୁ ସମ୍ବୋଧନ ବେଳେ ପଚାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦୀ କଂଗ୍ରେସ ଏବଂ ବିଆରଏସ ଉପରେ ବର୍ଷିଛନ୍ତି । ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଅଦାନୀଙ୍କୁ ଗାଳି ଦେବା ବନ୍ଦ କରି ଦେଇଛନ୍ତି। କେତେ ଟଙ୍କା ଭିତରେ ଏମାନଙ୍କର ଡିଲ୍ ହୋଇଛି ? ଅଦାନୀ ଓ ଅମ୍ବାନୀଙ୍କ ଠାରୁ କେତେ ଟଙ୍କା ନେଇଛନ୍ତି ରାହୁଲ ? ତାହା ସର୍ବସମ୍ମୁଖରେ ଘୋଷଣା କରାଯାଉ ।
For years, Congress के शहजादे दिन-रात एक ही माला जपते थे...'5 industrialists', 'Ambani', 'Adani'...
— BJP (@BJP4India) May 8, 2024
But since the elections are declared, they have stopped abusing Ambani, Adani...
Why?
I wish to ask the Shehzadey of Congress, how much black money have they recieved from… pic.twitter.com/fiAGe0m3qG
ମୋଦୀ ଆହୁରି କହିଛନ୍ତି ଯେ, ‘ ଆପଣମାନେ ଦେଖିଥିବେ ସେ ଲଗାତାର କହିଆସିଛନ୍ତି ୫ ବ୍ୟବସାୟୀ…୫ ବ୍ୟବସାୟୀ । ରାଫେଲ ପ୍ରସଙ୍ଗ ଉଠାଇ ବିଫଳ ହେବା ପରେ ସେ ନୂଆ ମନ୍ତ୍ର ଜପିବା ଆରମ୍ଭ କରିଥିଲେ । ଆଜି ତେଲେଙ୍ଗାନା ମାଟିରୁ ପଚାରିବାକୁ ଚାହେଁ, ଗଂଗ୍ରେସର ଶେହଜାଦା (ରାଜକୁମାର) କେତେ ବ୍ୟାଗ କଳାଧନ ପାଇଛନ୍ତି ? ଟେମ୍ପୋରେ ଭର୍ତ୍ତି ଟଙ୍କା କଂଗ୍ରେସ ପାଖରେ ପହଞ୍ଚିଯାଇଛି କି ? କେତେ ଟଙ୍କାର ଡିଲ ଫାଇନାଲ ହେଲା ଯେ, ତୁମେ ରାତାରାତି ଅମ୍ବାନୀ ଏବଂ ଆଦାନୀଙ୍କୁ ଟାର୍ଗେଟ କରିବା ବନ୍ଦ କରିଦେଇଛ ?’ ତେବେ ମୋଦୀ ସିଧାସଳଖ ରାହୁଲ ଗାନ୍ଧୀଙ୍କ ନାଁ ନନେଇ କଂଗ୍ରେସର ଶେହଜାଦା ବୋଲି କହିଛନ୍ତି ।
ଅନ୍ୟପଟେ ଜନସଭାକୁ ସମ୍ବୋଧିତ କରି ମୋଦୀ ବିଆର୍ଏସ୍ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, 'ଦୁର୍ନୀତି ଏଭଳି ଏକ ଫେଭିକଲ୍ ଯାହା କଂଗ୍ରେସ ଓ ବିଆର୍ଏସ୍ର କମନ୍ କ୍ୟାରେକ୍ଟର । ଏମାନେ ଗୋଟିଏ ହିଁ ମୁଦ୍ରାର ଦୁଇଟି ପାର୍ଶ୍ୱ। ବିଜେପି 'ରାଷ୍ଟ୍ର-ପ୍ରଥମ' ନୀତିରେ କାର୍ଯ୍ୟ କରୁଛି। କିନ୍ତୁ କଂଗ୍ରେସ ଏବଂ ବିଆରଏସ ତେଲେଙ୍ଗାନାରେ 'ପରିବାର-ପ୍ରଥମ' ନୀତି ଅନୁସରଣ କରୁଛନ୍ତି।'