ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାସ୍ତୁଦୋଷ ଥିଲେ, ଘର ଦୁଆରେ ଲଗାନ୍ତୁ ଏହି ଗଛ; ଧନପ୍ରାପ୍ତିର ସୁଯୋଗ...

ଭୁବନେଶ୍ୱର, ୧୨।୨: ଘର ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ ହୋଇଥିଲେ, ଘରେ କୌଣସି ପ୍ରକାର ଅସୁବିଧା ଦେଖାଦେଇନଥାଏ । କିନ୍ତୁ, ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ତିଆରି ହୋଇନଥିଲେ, ଘରେ ଅନେକ ପ୍ରକାର ବାସ୍ତୁଦୋଷ ଦେଖାଯାଏ । ତେବେ ଏହି ବାସ୍ତୁଦୋଷକୁ ଦୂର କରିବାକୁ ମଧ୍ୟ ଅନେକ ଉପାୟ ରହିଛି । ବାସ୍ତୁଦୋଷ କିମ୍ୱା ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ, ଘରେ ଏଭଳି କିଛି ଗଛ ଲଗାନ୍ତୁ । ଯାହାଦ୍ୱାରା ଏଭଳି ସଙ୍କଟ ଦୂର ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, କେଉଁ ଗଛ ଲଗାଇବା ଦ୍ୱାରା ଲାଭ ମିଳିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ । 

ତୁଳସୀ- ଧାର୍ମିକ ମାନ୍ୟାତନୁସାରେ, ତୁଳସୀରେ ମା’ ଲକ୍ଷ୍ମୀ ବାସ କରନ୍ତି । ତେଣୁ ହିନ୍ଦୁ ଘରର ପ୍ରତ୍ୟେକ ଘର ଦୁଆରେ ଥିବା ଚଉଁରାରେ ତୁଳସୀ ଗଛଟିଏ ଲାଗିଥିବାର ଆମେ ଦେଖିଛେ । ଘରର ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛକୁ ଲଗାନ୍ତୁ । ଏହି ତୁଳସୀ ଗଛକୁ ନିୟମିତ ପୂଜାର୍ଚ୍ଚନା କଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଏହା ଦ୍ୱାରା ଧନଲାଭ ହୁଏ । 

ଗଙ୍ଗଶିଉଳି- ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ, ଗଙ୍ଗଶିଉଳିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଫୁଲର ବାସ୍ନା ଅତ୍ୟନ୍ତ ମନୋରମ । ଏହି ଗଛକୁ ଘରେ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଏଥିସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ । 

ଅପରାଜିତା- ନୀଳ ଓ ଧଳା ରଙ୍ଗର ଅପରାଜିତା ଫୁଲଗଛ କେବଳ ଘର ଅଗଣାର ଶୋଭା ବଢ଼ାଏ ତା ନୁହେଁ, ବରଂ ଶନିଦେବଙ୍କ ଦୁଷ୍ପ୍ରଭାବ ଦୂର କରିଥାଏ । ଏହାକୁ ଘରେ ଲଗାଇବା ଦ୍ୱାରା ଧନଲାଭ ଓ ସକାରତ୍ମକ ଶକ୍ତି ସଞ୍ଚାର ହୁଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.