ପ୍ରମୂଖ ଖବର
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଗୋ-ଚାଲାଣ ବେଳ ୫ ପିକଅପ୍ ଜବତ, ଡ୍ରାଇଭର୍ ଓ ମାଫିଆ ଫେରାର୍

Published By : Prameya | February 13, 2024 11:25 AM

ତେଲକୋଇ, ୧୩/୦୨ : ଗୋ-ଚାଲାଣ ବେଳ ୫ ପିକଅପ୍ ଜବତ। ସୋମବାର ବିଳମ୍ବିତ ରାତିରେ ଛାମୁଣ୍ଡା ଗାଁ ନିକଟରୁ ଗୋ-ଚାଲାଣ ବେଳେ ୫ ପିକଅପ୍ ଭ୍ୟାନ୍ ଜବତ ହୋଇଛି। ଏହି ପିକଅପ୍ ଗାଡିରେ ୫୦ରୁ ଉର୍ଦ୍ଧ୍ଵ ଗାଇ ଥିବା ବେଳେ ଦୁଇଟି ଗାଇଙ୍କର ମୃତ୍ୟୁ ହୋଇଛି। 

ସୂଚନାନୁଯାୟୀ, ଅତି ଅମାନୁଷିକ ଭାବେ ଗୋ ଚାଲାଣ କରୁଥିଲା ଗୋ ମାଫିଆ। ସୋମବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଛାମୁଣ୍ଡା ଗାଁ ନିକଟରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଗାଡିକୁ ଯାଞ୍ଚ୍ କରିବାରୁ ସେଥିରେ ଗୋ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ପୋଲିସ ୫ ପିକଅପ୍ ଭ୍ୟାନ୍ ଜବତ କରିଛି। ତେବେ ପୋଲିସକୁ ଦେଖି ଡ୍ରାଇଭର ଓ ଗୋ ମାଫିଆ ଫେରାର ହୋଇଯାଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.