ସୁନ୍ଦରଗଡ଼, ୨୯/୦୯: ଶନିବାର ରାତିରେ ଗାଡି ଧକ୍କାରେ ପାଣ ହରାଇଥିଲେ ସନ୍ତୋଷ ସୁନାନି ନାମକ ଜଣେ ଯୁବକ । ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେବ ଧୁରୁଆଡ଼ିହି ଥାନା ଚମ୍ପାପଡ଼ା ରାସ୍ତାରେ କ୍ଷତିପୂରଣ ଦାବିରେ ପରିବାର ଲୋକେ । ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡ଼ିହି ଥାନା ଚମ୍ପାପଡ଼ା ରାସ୍ତାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ସନ୍ତୋଷ ସୁନାନି ନାମକ ଜଣେ ଯୁବକ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିଲେ । ତେବେ ତାଙ୍କ ମୃତ୍ୟୁକୁ ପୁରି ଗଲାଣି ୧୨ ଘଣ୍ଟାରୁ ଅଧିକ ସମୟ । ହେଲେ ଏବେବି ରାସ୍ତା ଉପରେ ପଡ଼ି ରହିଛି ମୃତଦେହ । ସନ୍ତୋଷଙ୍କ ମୃତଦେହକୁ ଚମ୍ପାପଡ଼ା ରାସ୍ତା ଉପରେ ରଖି ଉପଯୁକ୍ତ ତଦନ୍ତ ସହ କ୍ଷତିପୂରଣ ଦାବି କରିଛନ୍ତି ତାଙ୍କ ପରିବାର ଲୋକେ ।