ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଗଡକରୀଙ୍କୁ ଟିଏମ୍‌ସି ସାଂସଦଙ୍କ ପ୍ରଶଂସା, କହିଲେ-‘ଆପଣଙ୍କ ଭଳି ସବୁ ମନ୍ତ୍ରୀ ହୋଇଗଲେ ଦେଶର ଉଦ୍ଧାର ହୋଇଯିବ‘

ନୂଆଦିଲ୍ଲୀ,୮।୮: ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ନୀତୀନ ଗଡକରୀ ଏଭଳି ଜଣେ ମନ୍ତ୍ରୀ, ଯାହାଙ୍କୁ ବିରୋଧି ଦଳ  ମଧ୍ୟ ପ୍ରଶଂସା କରିବାକୁ ପଛାନ୍ତି ନାହିଁ। ତାଙ୍କର ଛବି ଜଣେ କାମ କରୁଥିବା ମନ୍ତ୍ରୀ ଭାବରେ ସମସ୍ତଙ୍କ ଭିତରେ ରହିଛି। ଗୁରୁବାର ସଂସଦରେ ବିରୋଧି ଦଳର ଜଣେ ସାଂସଦ ତାଙ୍କୁ ଖୋଲାଖୋଲି ଭାବରେ କରିଛନ୍ତି ଖୁବ୍ ପ୍ରଶଂସା। ଆଉ ଏହି ସାଂସଦ ଜଣକ ହେଲେ ଟିଏମ୍ସିର କୀର୍ତ୍ତି ଆଜାଦ୍। ସେ ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କ କାର୍ଯ୍ୟକୁ ପ୍ରଶଂସା କରି ଲୋକସଭାରେ କହିଛନ୍ତି, ଯଦି ସରକାରର ସବୁ ମନ୍ତ୍ରୀ ତାଙ୍କ ଭଳି ହୋଇଯାଆନ୍ତି ତେବେ ଦେଶର ଉଦ୍ଧାର ହୋଇଯିବ। 

କୀର୍ତ୍ତି ଆଜାଦ ଗୃହର ପ୍ରଶ୍ନକାଳ ବେଳେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ସମ୍ପର୍କୀତ ପ୍ରଶ୍ନ ପଚାରିବା ବେଳେ ଗଡକରୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଗଡକରୀଙ୍କ ଭଳି ସବୁ ମନ୍ତ୍ରୀ ହୋଇଯିବେ ତେବେ ଦେଶର ଉଦ୍ଧାର ହୋଇଯିବ। ପଶ୍ଚିମବଙ୍ଗର ବର୍ଦ୍ଧମାନ ଦୁର୍ଗାପୁରରୁ ଲୋକସଭା ସାଂସଦ ଥିବା ଆଜାଦ କହିଛନ୍ତି, ଗଡକରୀ ଯେଉଁଭଳ କାମ କରୁଛନ୍ତି, ସେଥିପାଇଁ କେବଳ ମୁଁ ନୁହେଁ ଗୃହର ସବୁ ସାଂସଦ ତାଙ୍କୁ ପ୍ରଶଂସା କରନ୍ତି। ତାଙ୍କ ଭଳି ଅନ୍ୟ ମନ୍ତ୍ରୀ ମଧ୍ୟ ଏପରି ହେବା ଉଚିତ। 

ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଥର ନୁହେଁ, ଯେତେବେଳେ ନୀତୀନ ଗଡକରୀଙ୍କ ବିରୋଧି ଦଳ ପ୍ରଶଂସା କରିଛି। ଏହା ପୂର୍ବରୁ ବହୁବାର ତାଙ୍କର ତୁଳନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିରୋଧି ଦଳ କରିଛନ୍ତି। ସେ ମୋଦିଙ୍କ ପରେ ବିଜେପିର ପ୍ରଧାନମନ୍ତ୍ରୀ ପଦ ପାଇଁ ସକ୍ଷମ ପ୍ରାର୍ଥୀ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.