ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ଛତୁ ତୋଳିବାକୁ ଯାଇଥିବାବେଳେ ଅଘଟଣ; ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୀଳଗିରି,୮/୯ : କୁଳଡିହା ଅଭୟାରଣ୍ୟକୁ ଛତୁ ତୋଳିବା ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଜଣେ ଯୁବକ ଗୁରୁତର। ସୂଚନାଯୋଗ୍ୟ ଯେ, କୁଳଡିହା ଅଭୟାରଣ୍ୟ ସୀମାନ୍ତ ଔପଦା ବ୍ଲକ ଅଧିନ ହାତୀଖୁଲିଆ ଗ୍ରାମର କିଛି ଗ୍ରାମବାସୀ ଛତୁ ତୋଳିବାକୁ ଜଙ୍ଗଲକୁ ଯାଇଥିଲେ । ବୁଦାଭିତରେ ଲୁଚିଥିବା ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା।

ଫଳରେ ବାୟାଧର ସିଂ (୨୬)ନାମକ ଯୁବକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ଭାଲୁଟି ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ରକ୍ତାକ୍ତ ହୋଇ ଗୁରୁତର ଭାବେ ତଳେ ପଡି ଛଟପଟ ସେ ହେଉଥିଲେ। ପରେ ଭାଲୁଟି ଆଉ ୧୦ ଜଣଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ସେମାନେ ଜୀବନ ବିକଳରେ ଗଛ ଉପରକୁ ଚଢି ଜୀବନ ବଞ୍ଚାଇଥିଲେ। ଗୁରୁତର ଯୁବକଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରିବା ପରେ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର ହୋଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.