ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଜଣେ ମାଗିଥିଲେ ଇସ୍ତଫା, ଅନ୍ୟ ଜଣେ ଭାଙ୍ଗିଥିଲେ ୧୭ ବର୍ଷର ରିଲେସନ୍‌...ନାଇଡୁ-ମୋଦୀ-ନୀତୀଶଙ୍କ ସଂପର୍କର କାହାଣୀ ଏମିତି

Image Courtesy: livemint

ନୂଆଦିଲ୍ଲୀ:  ଟିଡିପି ଏବଂ ଜେଡିୟୁ ସହାୟତାରେ ବିଜେପି ସରକାର ଗଠନ କରିବ । ୨୦୧୪ ଏବଂ ୨୦୧୯ରେ ବିଜେପି ନଜ ଦମରେ ସରକାର ଗଠନ କରିଥିଲା । ହେଲେ ୨୦୨୪ରେ ବହୁମତ ସଂଖ୍ୟା ଗଣିତରେ ଫେଲ ହୋଇଛି ବିଜେପି । ୨୭୨ ଆସନ ଜିତିପାରି ନାହିଁ ଦଳ । ବିଜେପି ପାଖରେ କେବଳ ୨୪୦ ଆସନ ରହିଛି । କିନ୍ତୁ ବିଜେପି ନେତୃତ୍ବାଧୀନ ନ୍ୟାସନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ (ଏନଡିଏ) ୨୯୨ ସିଟ୍‌ରେ ବିଜୟୀ ହୋଇଛି ।ଏହି ସଂଖ୍ୟା ବହୁମତ ଠାରୁ ୨୦ ଆସନ ଅଧିକ । ଏନଡିଏ ସହଯୋଗୀ ଟିଡିପି ପାଖରେ ଦ୍ବିତୀୟ ସର୍ବାଧିକ ୧୬ ସାଂସଦ ଥିବା ବେଳେ ନୀତୀଶ କୁମାରଙ୍କ ଜେଡିୟୁ ପାଖରେ ୧୨ ଆସନ ରହିଛି ।

ନୀତୀଶ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ପାଖରେ ମୋଟ ୨୮ ସାଂସଦ ଅଛନ୍ତି ।ଏଭଳି ସ୍ଥିତିରେ କିଙ୍ଗମେକର ଭୂମିକା ନେଇଥିବା ଟିଡିପି ଏବଂ ଜେଡିୟୁ ଉପରେ ସମସ୍ତଙ୍କ ନଜର ରହିଛି । ଗୁରୁବାର ସନ୍ଧ୍ୟାରେ ଏନଡିଏ ବୈଠକରେ ବିଜେପିକୁ ଏହି ଦୁଇ ଦଳର ସମର୍ଥନ ମିଳିଥିବା ବେଳେ ନରେନ୍ଦ୍ର ମୋଦୀ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି । 

ମୋଦୀ-ନୀତୀଶ ଯୋଡ଼ି
 
ପ୍ରଥମରୁ ମୋଦୀ ଏବଂ ନୀତୀଶଙ୍କ ସଂପର୍କରେ ବହୁ ଉତ୍ଥାନ ପତନ ଦେଖିବାକୁ ମିଳିଥିଲା । ପୂର୍ବରୁ ମୋଦୀଙ୍କ ଉପସ୍ଥିତି ତାଙ୍କ ଭୋଟରଙ୍କୁ ନାରାଜ କରିଦେବା ନେଇ ଆଶଙ୍କା କରିଥିଲେ ନୀତୀଶ  ।ସେଥିପାଇଁ ୨୦୦୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ବିହାରରେ ପ୍ରଚାର କରିବାକୁ ଦେଇନଥିଲେ ନୀତୀଶ । ସେହିଭଳି ୨୦୧୦ରେ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ସେହିବର୍ଷ ଅର୍ଥାତ ୨୦୧୦ରେ ପାଟନାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବାର ଥିଲା । ଏହା ପୂର୍ବରୁ ସ୍ଥାନୀୟ ଖବର କାଗଜରେ ମୋଦୀ ଏବଂ ନୀତୀଶ ହାତ ମିଳାଉଥିବା ନେଇ ବିଜ୍ଞାପନ ପ୍ରକାଶ ପାଇଥିଲା ।ଏଥିରେ ବିରକ୍ତ ହୋଇ ରାତିରେ ବିଜେପି ନେତାଙ୍କ ଲାଗି ଆୟୋଜିତ ରାତ୍ରିଭୋଜନ କ୍ୟାନ୍ସଲ କରିଦେଇଥିଲେ ନୀତୀଶ । ଏପରିକି ଗୁଜରାଟ ସରକାରଙ୍କ ପାଖରୁ ବାତ୍ୟା ସହାୟତା ବାବଦରେ ମିଳିଥିବା ୫ କୋଟି ଟଙ୍କାର ଚେକ୍‌ ସେ ଫେରାଇ ଦେଇଥିଲେ । 

୨୦୧୩ରେ ନୀତୀଶ କୁମାର ଏବଂ ନରେନ୍ଦ୍ର ମୋଦୀଙ୍କ ତିକ୍ତ ସଂପର୍କ ପଦାରେ ପଡ଼ିଥିଲା । ସେପ୍ଟେମ୍ବର ୨୦୧୩ରେ ନରେନ୍ଦ୍ର ମୋଦୀଙ୍କୁ ବିଜେପି  ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇବାରୁ ରାଗିଯାଇଥିଲେ ନୀତୀଶ କୁମାର । ଏହା ସହ ସେ ଏନଡିଏ ସହ ଦୀର୍ଘ ୧୭ ବର୍ଷର ସଂପର୍କ ଛିନ୍ନ କରିଥିଲେ  । ୨୦୧୪ ଲୋକସଭା ନିର୍ବାଚନ ଏକାକୀ ଲଢ଼ିଥିଲେ ନୀତୀଶ ଏବଂ ତାଙ୍କୁ କ୍ଷତିର ସାମ୍ନା କରିବାକୁ ପଡ଼ିଥିଲା । ପରାଜୟ ପାଇଁ ନିଜକୁ ଦାୟୀ କରି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୨୦୧୫ରେ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିଥିଲେ । ନୀତୀଶ- ଲାଲୁ ଯୋଡ଼ି କମାଲ କରିବା ସହ ସରକାର ଗଢ଼ିଲେ ।  କିନ୍ତୁ ଦୁଇ ବର୍ଷ ପରେ ଜୁଲାଇ ୨୦୧୭ରେ ବାଜି ଓଲଟାଇ ପୁଣି ଥରେ ଏନଡିଏର ହାତ ଧରିଥିଲେ ନୀତୀଶ କୁମାର । 

ଏନଡିଏକୁ ଫେରିବା ପରେ ୨୦୧୯ ଲୋକସଭା ଏବଂ ୨୦୨୦ ବିଧାନସଭା ନିର୍ବାଚନରେ ସେ ବିଜେପି ସହ ମିଶି ଲଢ଼ିଥିଲେ। ୨୦୨୦ରେ ବିହାରରେ ଏନଡିଏ ସରକାର ଗଠନ ହେଲା । କିନ୍ତୁ ପରେ ଅଗଷ୍ଟ ୨୦୨୨ରେ ପୁଣି  ୟୁ-ଟର୍ଣ୍ଣ ମାରିବା ସହ ଆରଜେଡି ସହ ମିଶି ସରକାର ଗଢ଼ିଲେ ନୀତୀଶ କୁମାର । ସେହିବର୍ଷ ପୁଣି ଥରେ ଆରଜେଡି ଛାଡ଼ି ଏନଡିଏ କ୍ୟାମ୍ପକୁ ଫେରିଥିଲେ ନୀତୀଶ । 

ମୋଦୀ-ନାଇଡୁ ସଂପର୍କ

ନୀତୀଶଙ୍କ ଭଳି ମୋଦୀ ଏବଂ ନାଇଡୁଙ୍କ ସଂପର୍କରେ ତିକ୍ତତା ଆସିଥିଲା ।୨୦୧୮ ପର୍ଯ୍ୟନ୍ତ ନାଇଡୁଙ୍କ ଟିଡିପି ଏନଡିଏର ଅଂଶ ଥିଲା । ଏନଡିଏରୁ ଅଲଗା ହେବା ପରେ ଟିଡିପି ୨୦୧୮ରେ ମୋଦୀ ସରକାରଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ୨୦୧୯ ଲୋକସଭା ନିର୍ବାଚନ ସମୟରେ ଉଭୟ ମୋଦୀ ଏବଂ ନାଇଡୁଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା । ମେଣ୍ଟରୁ ଅଲଗା ହେବା ପରେ ନାଇଡୁଙ୍କୁ ୟୁ-ଟର୍ଣ୍ଣ ବାବୁ ବୋଲି କହିଥିଲେ ନରେନ୍ଦ୍ର ମୋଦୀ । କେବଳ ସେତିକି ନୁହେଁ, ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଅନ୍ୟମାନଙ୍କ ମଧ୍ୟରେ ନାଇଡୁ ମଧ୍ୟ ମୋଦୀଙ୍କ ଇସ୍ତଫା ଦାବି କରିଥିଲେ । ସେତେବେଳେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଗୁଜରାଟ ଦଙ୍ଗା ପରେ ତାଙ୍କ ଉପରେ ଇସ୍ତଫା ନେଇ ଚାପ ପଡ଼ିଥିଲା । 

ସେପଟେ ୨୦୧୯ରେ ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ ଚନ୍ଦ୍ରବାବୁ ନାଇଡୁ ଏନଡିଏରେ ସାମିଲ ହେବାକୁ ବହୁ ପ୍ରଚେଷ୍ଟା କରିଥିଲେ । ହେଲେ ମୋଦୀ ତାଙ୍କୁ ଏନଡିଏରେ ସାମିଲ କରିବାକୁ ରାଜି ନଥିଲେ । ହେଲେ ପରେ ଅଭିନେତାରୁ ରାଜନେତା ହୋଇଥିବା ପବନ କଲ୍ୟାଣ ଉଭୟ ମୋଦୀ ଏବଂ ନାଇଡୁଙ୍କ ସଂପର୍କରେ ସୁଧାର ଆଣିଥିଲେ । ଶେଷରେ ୨୦୨୪ ନିର୍ବାଚନ ପୂର୍ବରୁ ମାର୍ଚ୍ଚରେ ଟିଡିପି, ଏନଡିଏରେ ସାମିଲ ହୋଇଥିଲା ।

  • Narendra Modi
  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.