ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ: ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୮/୦୬ : ସପ୍ତଦଶ ବିଧାନସଭାରେ ନବନିର୍ବାଚିତ ହୋଇଥିବା ବିଧାୟକଙ୍କ ଶପଥ ପାଠ। ବିଧାୟକଙ୍କୁ ଶପଥ ପାଠ କରାଇଛିନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂହ ଦେଓ । 

ମଙ୍ଗଳବାର ସକାଳ ୧୦ଟାରୁ ଆରମ୍ଭ ହୋଇଛି ଶପଥ ଗ୍ରହଣ ଉତ୍ସବ । ଯାହା ସଂଧ୍ୟା ୫ଟା ଯାଏଁ ଚାଲିବ। ପ୍ରଥମ ଦିନ ସବୁ ବିଧାୟକଙ୍କ ଶପଥପାଠ ଉତ୍ସବ ସରି ନପାରିଲେ ପୁଣି ବୁଧବାର ଦିନ ସକାଳ ୧୦ଟାରୁ ଆରମ୍ଭ ହେବ । ଦୁଇ ଦିନ ଧରି ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଉତ୍ସବ ଚାଲିବ । 

ସେହିପରି ଆସନ୍ତା ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଏଥିପାଇଁ ବୁଧବାର ଦିନ ନାମାଙ୍କନ ପତ୍ର ଦାଖଲ ହେବ । ବିଜେପିର ବରିଷ୍ଠ ବିଧାୟିତା ସୁରମା ପାଠୀଙ୍କୁ ବାଚସ୍ପତି ପଦରେ ଆସୀନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଶପଥ ଗ୍ରହଣ ଉତ୍ସବ ପାଇଁ ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ ଡିଜି। ବିଧାନସଭା ସମ୍ମୁଖରେ ଅସ୍ଥାୟୀ ପୋଲିସ କ୍ୟାମ୍ପ ନିର୍ମାଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯାଇଛି ବିଧାନସଭା ।


  • PrameyaOdia
  • prameya
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.