ନୂଆଦିଲ୍ଲୀ,୨୧।୧୧: ଭାରତକୁ ଅଷ୍ଟ୍ରେଲିଆ ବିଶ୍ବକପ୍ ୨୦୨୩ ଫାଇନାଲରେ ୬ ଓ୍ବିକେଟରେ ହରାଇ ଜିତିଛି ଟାଇଟଲ। ଟିମ୍ ଇଣ୍ଡିଆର କୋଟି କୋଟି ଫ୍ୟାନ୍ଙ୍କ ହୃଦୟରେ ଏହାକୁ ନେଇ ଲାଗିଛି ବଡ ଆଘାତ। ତେବେ ଭାରତର ଏକ ପଡୋଶୀ ଦେଶ ଏଥିପାଇଁ ଭାରି ଖୁସି। ତେବେ ଏହି ଦେଶ ଆମର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ନୁହେଁ ବଂର ବାଂଲାଦେଶ। ଭାରତର କୋଟି କୋଟି ଲୋକ କାନ୍ଦୁଥିବା ବେଳେ ବାଂଲାଦେଶ କିନ୍ତୁ ପରାଜୟର ଉତ୍ସବ ପାଳନ କରିଛି। ଏହି ସମୟର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି।
ଉଲ୍ଲେଖନୀୟ ଯେ, ବିଶ୍ୱକପ୍ର ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯାଇଥିଲା। ଏଥିରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ମ୍ୟାଚ୍ ଜିତିବାକୁ ଟିମ୍ ଇଣ୍ଡିଆ ଯଥା ସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ଏହା ଅଧିକ ସମୟ ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ହାରିବା ପରେ ଭାରତକୁ ଟାଇଟଲ ହରାଇବାକୁ ପଡିଲା।
Mass Celebration of
— 🇵🇸 🔻Sh_ak_ib🔻🇧🇩 (@sh_akib_hq) November 20, 2023
" INDIA’S DEFEAT" in TSC, Dhaka University, Bangladesh.
Thousands gathered and cheered as India lost against Australia in WC Final.
It's not about 🇦🇺, even if Vatican city play against India 🇮🇳, Majority of us will support them. #INDvsAUS pic.twitter.com/JeyrkeQuif
ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଦାବି କରାଯାଉଛି ବାଂଲାଦେଶର ଢାକା ୟୁନିଭର୍ସିଟିରେ ଭାରତ ପରାଜୟର ଉତ୍ସବ ପାଳନ କରିଥିଲା। ଏହି ଭିଡିଓରେ ବହୁ ସଂଖ୍ୟାରେ ଲୋକଙ୍କୁ ଏକ ବଡ ସ୍କ୍ରିନ୍ରେ ମ୍ୟାଚ୍ ଦେଖୁଛନ୍ତି। ଏହି ଭିଡିଓକୁ ୬୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି। ଭିଡିଓ କମେଣ୍ଟରେ ଏକ ଭିଡିଓ ସେୟାର କାଯାଇଛି। ଏଥିରେ ବାଂଲାଦେଶର ଲୋକ ଭାରତର ପରାଜୟକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି। ଭାରତୀୟ ଟିମ୍ ହାରିବା ପରେ କ୍ୟାପଟେନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହିତ ପୁରା ଟିମର ଫ୍ୟାନ୍ ଖୁବ୍ ନିରାଶ ହୋଇଯାଇଥିଲେ। ଏହି ମ୍ୟାଚ୍ ଦେଖିବାକୁ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ପହଞ୍ଚିଥିଲେ।