ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝାଡ଼ଖଣ୍ଡରେ ହାଇଡ୍ରାମା; ୩ ଦିନ ପରେ ରାଞ୍ଚିରେ ହେମନ୍ତ

ରାଞ୍ଚି, ୩୧।୧: ଝାଡ଼ଖଣ୍ଡରେ ରାଜନୈତିକ ହାଇଡ୍ରାମା ଲାଗିରହିଛି । ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ‘ନିଖୋଜ’ ଥିବା ଚର୍ଚ୍ଚା ଲାଗିରହିଥିଲା । ଏପରିକି ବିଜେପି ପକ୍ଷରୁ ସେ ନିଖୋଜ ଥିବା ନେଇ ପୋଷ୍ଟର ମଧ୍ୟ ଜାରି କରାଯାଇଥିଲା । ଜାନୁଆରୀ ୨୭ ପରଠାରୁ ତାଙ୍କୁ ଝାଡ଼ଖଣ୍ଡରେ ଦେଖିବାକୁ ମିଳି ନ ଥିଲା । ଅଚାନକ ଭାବେ ସେ ଦିଲ୍ଲୀ ଗସ୍ତ କରିଥିଲେ । ଗତକାଲି ଦ୍ୱିପ୍ରହରରେ ସେ ରାଞ୍ଚିରେ ପହଞ୍ଚିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶାସକ ଦଳ(ଜେଏମଏମ୍‌, କଂଗ୍ରେସ ଏବଂ ଆରଜେଡି ମେଣ୍ଟ)ର ବିଧାୟକଙ୍କ ସହିତ ବୈଠକ କରିଥିଲେ । ବୈଠକରେ ପତ୍ନୀ କଳ୍ପନା ସୋରେନ୍‌ ମଧ୍ୟ ଉପସ୍ଥିତ ରହିଥିଲେ । 

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କୌଣସି ବୈଠକରେ କଳ୍ପନା ସୋରେନ୍‌ ସାମିଲ ହେବା ଏହା ପ୍ରଥମ ଘଟଣା ଥିଲା । ପରବର୍ତ୍ତୀ ସମୟରେ ସନ୍ଧ୍ୟାରେ ପୁଣି ମେଣ୍ଟର ବିଧାୟକଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଇଡି ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ଭୟ କରୁଥିବାରୁ ସେ ମୁଖ୍ୟମନ୍ତ୍ରୀ ପଦ ଲାଗି ପତ୍ନୀ କଳ୍ପନା ସୋରେନ୍‌ଙ୍କ ନାମକୁ ପ୍ରସ୍ତାବିତ କରିପାରନ୍ତି ବୋଲି କୁହାଯାଉଛି । ତେବେ ସେ କାହିଁକି ଦିଲ୍ଲୀ ଯାଇଥିଲେ, କାହାକୁ ଭେଟିଥିଲେ ତାହା ସାର୍ବଜନୀନ ହୋଇନାହିଁ । ସୋମବାର ଇଡିର ଏକ ଟିମ୍‌ ଦକ୍ଷିଣ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା । କିନ୍ତୁ ଇଡି ତାଙ୍କୁ ସେଠାରେ ନ ପାଇ ଫେରିଆସିଥିଲା । ଏ ନେଇ ବିଜେପି ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଅରଗୋଡା ଥାନାରେ ଏତଲା ଦାଏର କରାଯାଇଥିଲା । ଆସନ୍ତାକାଲି ସେ ଇଡି ଜେରାର ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ସେ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା ରହିଛି । 

ଜେଏମଏମ୍‌ର କେନ୍ଦ୍ରୀୟ ମହାସଚିବ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଅପରାଧୀ ଭଳି ବ୍ୟବହାର କରାଯାଇଛି । ସେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଇଥିଲେ । ପଚରାଉଚରା ଲାଗି ସେ ଇଡିକୁ ଜାନୁଆରୀ ୩୧ର ସମୟ ଦେଇଥିବାବେଳେ ଇଡି କାହା ଆଦେଶରେ ଓ କାହିଁକି ତାଙ୍କ ବାସଭବନକୁ ଗଲା । ତାଙ୍କ ଅନୁପସ୍ଥିତିରେ ତାଙ୍କ ଘରର ତଲାସୀ ନିଆଯିବା ଅନୁଚିତ୍‌ ଥିଲା । ହେମନ୍ତ ସୋରେନ୍‌ ନୀତୀଶ କୁମାର କିମ୍ବା ଅଜିତ ପାୱାରଙ୍କ ଭଳି ନୁହନ୍ତି । ସେ ବୀର ଶିବୁ ସୋରେନ୍‌ଙ୍କ ପୁଅ । ଆମେ ଏହାକୁ ନେଇ ଶୀଘ୍ର ଅପରାଧିକ ମାମଲା ରୁଜୁ କରାଇବୁ । ବିଜେପିର ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ନିଖୋଜ ଥିଲେ ତା’ହେଲେ ସେ କେଉଁଠାକୁ ପଳାଇଥିଲେ ତାହା କହିବା ଦରକାର । ଯଦି ତାଙ୍କୁ ପୁଲିସ, ସିବିଆଇ ଏବଂ ଇଡିକୁ ଏତେ ଭୟ ତାହେଲେ ସେ ଅଧିକାରୀମାନଙ୍କ ଦ୍ୱାରା କାମ କେମିତି କରାଇବେ । ତେଣୁ ସେ ଇସ୍ତଫା ଦେବା ଆବଶ୍ୟକ । ଜେଏମଏମ୍‌ର ମହୁଆ ମାଜି ଏହା ସରକାର ଭାଙ୍ଗିବାର ଷଡଯନ୍ତ୍ର ବୋଲି କହିଛନ୍ତି । ସେପଟେ ହେମନ୍ତ ‘ନିଖୋଜ’ ହେବାକୁ ନେଇ ଓକିଲ ରାଜୀବ କୁମାର ହାଇକୋର୍ଟରେ ଏକ ମାମଲା କରିଛନ୍ତି । ସେଥିରେ କୁମାର ମୁଖ୍ୟମନ୍ତ୍ରୀ କେଉଁଠାରେ ଥିଲେ, କେଉଁମାନଙ୍କ ସହିତ ଥିଲେ, କେମିତି ଆସିଲେ, ସେ କାହିଁକି ପ୍ରୋଟୋକଲ ଭାଙ୍ଗିଲେ ଆଦି ପ୍ରଶ୍ନ ଉଠାଇଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଜେରା କରିବା ଲାଗି ଇଡି ଅଧିକାରୀମାନେ ପୁଲିସ ବାହିନୀ ଧରି ପ୍ରଥମେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଥିଲେ । କିନ୍ତୁ ସେଠାର ମୁଖ୍ୟମନ୍ତ୍ରୀ ନଥିବା ଜାଣି ଇଡିର ଆଉ ଏକ ଟିମ୍ ରାଞ୍ଚିରେ ସୋରେନଙ୍କ ଘ‌ରେ ଚଢ଼ଉ କରିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ନପାଇ ସେମାନେ କହିଥିଲେ ଯେ ସୋରେନ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ଧରିବା ଲାଗି ଇଡି ଅଧିକାରୀମାନେ ସୋରେନଙ୍କ ଦିଲ୍ଲୀ ବାସଭବନକୁ ପୁଲିସ ସହିତ ୧୩ ଘଣ୍ଟା ଧରି ଘେରି ରହିଥିଲେ । ଦିଲ୍ଲୀ ବିମାନଘାଟୀରେ ମଧ୍ୟ ଜଗି ରହିଥିଲେ । ଗତକାଲି ରାତିରେ ଇଡି ଅଧିକାରୀମାନେ ସୋରେନଙ୍କ ଘରେ ଖାନତଲାସି କରିଥିଲେ । 

ସୋରେନଙ୍କ ଘରୁ ୨ଟି ବିଏମ୍‌ଡବ୍ଲୁ କାର୍, ୩୬ ଲକ୍ଷ ନଗଦ ଟଙ୍କା ସହ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଜବତ କରିଥିବା ଜଣାପଡ଼ିଛି । ଇତିମଧ୍ୟରେ ସୋରେନଙ୍କ ବାସଭବନ ବାହାରେ ପୁଲିସ ପହରା ବଢ଼ାଇ ଦିଆଯାଇଛି । ଦିନ ୧୦ଟା ପର‌୍ୟ୍ୟନ୍ତ ତାଙ୍କ ଘର ବାହାରେ ଲୋକ ଭିଡ଼ କରିବା ଉପରେ ପୁଲିସ କଟକଣା ଲଗାଇବା ସହ ସେଠାରେ ପ୍ରାୟ ୭୦୦୦ ପୁଲିସ ମୁତୟନ ହୋଇଛନ୍ତି । ଜମି ଦୁର୍ନୀତି ମାମଲାରେ ଫସିଥିବା ସୋରେନ କହିଛନ୍ତି, ସେ ନିଖୋଜ ନୁହନ୍ତି । ମୁଁ କୁଆଡ଼େ ଯାଇନାହିଁ, ମୁଁ ଆପଣମାନଙ୍କ ହୃଦୟରେ ଅଛି । ତାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ୩୬ ଲକ୍ଷ ଟଙ୍କା ମିଳିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସୋରେନ କହିଛନ୍ତି, ସେହି ଟଙ୍କା ଦଳୀୟ କାମ ପାଇଁ ରଖାଯାଇଥିଲା । ବିଜେପି କ’ଣ ତାଙ୍କ ଅଫିସରେ ଟଙ୍କା ରଖୁ ନାହିଁ?

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.