ଫୁଲବାଣୀ ୨୩/୦୫ ଅଷ୍ଟ ପ୍ରହର ନାମ ଯଜ୍ଞ ସାରି ବିସର୍ଜନ କରୁଥିବା ବେଳେ ଅସାବଧାନତା ଯୋଗୁଁ ନାବାଳକ ଗୋଡ ଖସି ପାଣିରେ ବୁଡି ମୃତ୍ୟୁ ହୋଇଛି । ଘଟଣା ଘଟିଛି ଖଜୁରୀପଡ଼ା ଥାନା ଅନ୍ତର୍ଗତ ଟିଟ୍ରା ପଙ୍ଗା ପଞ୍ଚାୟତର ଭୁକ୍ତା କନାଲି ଗ୍ରାମରେ। ଏହି ଗ୍ରାମରେ ଅତି ଧୁମଧାମରେ ଅଷ୍ଟପ୍ରହର ନାମଯଜ୍ଞ ସରିବା ପରେ ଗୁରୁବାର ଦିନ ମଧ୍ୟାହ୍ନ ବେଳେ ଗ୍ରାମବାସୀ ବିସର୍ଜନ କରିବାକୁ ଯାଇଥିଲେ । ସେଠାରେ ନାରାୟଣ ଦିଗାଲଙ୍କ ୯ ବର୍ଷୀୟ ପୁଅ ବିମଳ ଦିଗାଲଙ୍କ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ନାବାଳକ ବୁଡ଼ି ଯାଇଥିଲା । ତାକୁ ଉଦ୍ଧାର କରି ପରିବାର ବର୍ଗ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲ ନେଇଥିଲେ । ସେଠାରେ ନାବାଳକକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ଖଜୁରୀପଡ଼ା ଥାନାରେ ୧୦/୨୪ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।
ଶୁକ୍ରବାରଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମ...