ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ଆତ୍ମହତ୍ୟା କଲେ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ପିଆରଓ, କାରଣ ଖୋଜୁଛି ପୋଲିସ

Published By : Tapas Panda | July 10, 2024 4:33 PM

Image Courtesy: AajTak

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ପିଆରଓ ଆତ୍ମହତ୍ୟା କରିଛନ୍ତି । ଜନସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ପୂଜା ଥାପକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମାମଲାର ଯାଞ୍ଚ କରୁଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ପୂଜା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶର ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ପିଆରଓ ପୂଜା ଗତକାଲି ରାତି ୧୨ଟାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ସ୍ବାମୀଙ୍କ ସହିତ ଝଗଡ଼ା ହୋଇଥିଲା ବୋଲି କୁହାଯାଉଛି । 

ପୂଜାଙ୍କ ସ୍ବାମୀ ମଧ୍ୟ ଜଣେ ସରକାରୀ ଅଧିକାରୀ । ଆତ୍ମହତ୍ୟା କରିବା ପୂର୍ବରୁ ରାତି ୯ଟାରେ ପ୍ରହଲ୍ଲାଦ ପଟେଲଙ୍କ ବିଭାଗ ସମ୍ବନ୍ଧିତ ସୂଚନା ପଠାଇଥିଲେ ପୂଜା । ଗୋବିନ୍ଦପୁରା ପୋଲିସ ଅନୁସାରେ, ପୂଜା ଥାପକ ସାକେତ ନଗର ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ । ମଙ୍ଗଳବାର ରାତିରେ ସ୍ବାମୀଙ୍କ ସହ ପୂଜାଙ୍କ ଝଗଡ଼ା ହୋଇଥିଲା । ଏହା ପରେ ଅଧରାତିରେ ପୂଜା ବେକରେ ରଶି ଲଗାଇ  ଆତ୍ମହତ୍ୟା କରିଥିଲେ । 

ପୂଜା ଥାପକ ଜନସଂପର୍କ ବିଭାଗରେ ଉପ ନିର୍ଦ୍ଦେଶକ ଥିଲେ । ଏହା ସହ ବର୍ତ୍ତମାନର ମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ପିଆରଓ (ଜନସଂପର୍କ ଅଧିକାରୀ) ଥିଲେ । ପୂଜାଙ୍କ ସ୍ବାମୀ ମଧ୍ୟପ୍ରଦେଶ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି । ୨୦୨୨ରେ ପୂଜା ବିବାହ କରିଥିବା ବେଳେ ତାଙ୍କର ଜଣେ ପୁଅ ଅଛି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.