ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ବୁଥ୍‌କୁ ଭୋଟ ଦେବାକୁ ଡାକୁଛି ‘ମାସ୍କଟ୍‌ ଓଲି’, ମତଦାନଙ୍କୁ ଦେଉଛି ସଚେତନତାର ବାର୍ତ୍ତା

ଭୁବନେଶ୍ୱର,୨୪/୦୫: ନିର୍ବାଚନ ବୁଥ୍‌କୁ ଭୋଟ ଦେବାକୁ ଡାକୁଛି  ‘ମାସ୍କଟ୍‌ ଓଲି’ । ଭୁବନେଶ୍ୱର ଆଇଟିଆଇ ପକ୍ଷରୁ ପ୍ରସ୍ତୁତ ଏହି ‘ଓଲି’ ମତଦାନ କରିବାକୁ ସଚେତନତାର ବାର୍ତ୍ତା ଦେଉଛି । ଏଥିସହ ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷାରବାର୍ତ୍ତା ମଧ୍ୟ ଦେଉଛି । ଏହାକୁ 

ଆଇଟିଆଇର  ଶିକ୍ଷାର୍ଥୀମାନେ ବର୍ଜ୍ୟବସ୍ତୁରୁ ନିର୍ମାଣ କରିଛନ୍ତି । ୟୁନିଟ୍‌-୩ ସ୍ଥିତ କ୍ୟାପିଟାଲ  ହାଇସ୍କୁଲରେ ହୋଇଥିବା ପୁଲିଂ ବୁଥ୍‌ରେ ୨ଟି ‘ଓଲି’କୁ ରଖାଯାଇଛି ।   ଆଇଟିଆଇ ଭୁବନେଶ୍ୱରର ଫିଟର ଏବଂ ୱେଲ୍‌ଡର ଟ୍ରେଡ୍‌ର  ଶିକ୍ଷାର୍ଥୀମାନେ ଓଲିକୁ ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ପ୍ରାକ୍ଟିକାଲ ପାଇଁ  ବ୍ୟବହୃତ ସାମଗ୍ରୀରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏବଂ ପ୍ରାକ୍ଟିକାଲ ପରେ  ବ୍ୟବହୃତ ଅନୁପଯୋଗୀ ପ୍ରକଳ୍ପକୁ ବ୍ୟବହାର କରି ଏହି ଓଲିକୁ  ପ୍ରସ୍ତୁତ କରାଯାଇଛି । ଏହିର ଉପସ୍ଥାପନା ରହିଛି, ‘ମୁଁ ବି ଭୋଟ  ଦେବାକୁ ଆସିଛି, ଆପଣ ମାନେ ବି ଭୋଟ୍‌ ଦିଅନ୍ତୁ’ । ବାମ ହାତରେ  ଆଇଡି କାର୍ଡ ଧରିଛି । ଏଥିରେ ନାମ ମିଷ୍ଟର ଓଲି ବୋଲି ଉଲ୍ଲେଖ  କରାଯାଇଛି । ଡାହାଣ ହାତରେ ମତଦାନ ଦେଇଥିବା କାଳି ଲାଗିଛି ।   

ଆଇଟିଆଇ ଶିକ୍ଷକ ସୁବ୍ରତ କୁମାର ପଣ୍ଡାଙ୍କ କହିବା କଥା, ଏହି ଓଲିକୁ  ବନାଇବା ପାଇଁ ୧୫ରୁ ୨୦ ଦିନ ସମୟ ଲାଗିଛି । ପ୍ରଥମେ କମ୍ପ୍ୟୁଟରରେ  ଏହାର ଏକ ନକ୍ସାକୁ ପ୍ରସ୍ତୁତ କରାଯାଇଥିଲା । ଏହାପରେ ଲୁହା ଫ୍ରେମ୍‌ରେ  ଆକୃତି ପ୍ରସ୍ତୁତ କରାଯାଇଥିଲା । ଏହା ଭିତରେ ବ୍ୟବହୃତ ସାମଗ୍ରୀ ମଧ୍ୟରୁ  ୯୦ ପ୍ରତିଶତ ହେଉଛି ବର୍ଜ୍ୟବସ୍ତୁ । ବର୍ଜ୍ୟବସ୍ତୁକୁ କିପରି ପୁନଃ ବ୍ୟବହାର  କରିପାରିବା ସେନେଇ ପିଲାମାନେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି ।  ସେହିପରି ଓଲି ପ୍ରସ୍ତୁତ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥିଲା ।  ୱେଲ୍‌ଡିଂ ଓ ଫିଟର ଟ୍ରେଡ୍‌ରେ ପିଲାମାନେ କରୁଥିବା ଜବ୍‌ (ପ୍ରାକ୍ଟିକାଲ୍‌) ର ମୂଲ୍ୟାୟନ ସରିବା ପରେ ଏହା ବ୍ୟବହାର ଅନୁପଯୋଗୀ ହୋଇଥାଏ ।  ଏହାକୁ ବ୍ୟବହାର କରି ଓଲି ତିଆରି କରାଯାଇଛି । ଉଭୟ ଟ୍ରେଡ୍‌ର ୧୫  ଜଣ ପିଲା ଏହାକୁ ତିଆରି କରିଛନ୍ତି । ଆଇଟିଆଇର ଅଧ୍ୟକ୍ଷା ଇଞ୍ଜିନିୟର  ଜିତାମିତ୍ରା ଶତପଥୀଙ୍କ କହିବା କଥା, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର  ଅତିରିକ୍ତ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଆଇଟିଆଇ ଛାତ୍ରଛାତ୍ରୀମାନେ  ଏହାକୁ ପ୍ରସ୍ତୁତ କରିଛନ୍ତି । ଏହା ଭୋଟରଙ୍କୁ ସଚେତନ କରୁଛି ।   

ସୂଚନାଯୋଗ୍ୟ, ପୁରୁଷ ହକି ବିଶ୍ୱକପ୍‌ ସମୟରେ  ମାସ୍କଟ ଓଲି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।  ଏହା ସହ ସେଲ୍ଫି ନେବା ପାଇଁ ଯୁବପିଢ଼ିଙ୍କ ଭିଡ଼ ଜମୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.