ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କାନ୍ଥ ଭୁଶୁଡ଼ି ବାପା ମା’ ଆଗରେ ଚାଲିଗଲା ୨ ବର୍ଷ ପୁଅର ଜୀବନ

ଭଞ୍ଜନଗର, ୧/୯: ବାପା ମା' ଆଗରେ ଚାଲିଗଲା ୨ ବର୍ଷ ଶିଶୁର ଜୀବନ । ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତର ତୋଟା ସାହି ଗଦରା ବଞ୍ଜରଠାରେ ଘରର ମାଟି କାନ୍ଥ ଭୁଶୁଡ଼ି ଜଣେ ୨ ବର୍ଷର ବାଳକର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଋଷି ପ୍ରଧାନ । ଶନିବାର ରାତିରେ ଖାଇ ସାରିବା ପରେ ଋଷି ବାପା ବସନ୍ତ ପ୍ରଧାନ ଓ ମାଆ ଭାଗ୍ୟ ପ୍ରଧାନଙ୍କ ସହ ଶୋଇଥିଲେ । ପୂର୍ବରୁ ୨ ମାସ ତଳେ ବସନ୍ତଙ୍କ ୪ ବଖରା ଘରକୁ ହାତୀ ପଲ ଭାଙ୍ଗି ଦେଇଥିଲେ ମଧ୍ୟ ସେହି ଭଙ୍ଗା ଦଦରା ଘରେ ସପରିବାର ରହୁଥିଲେ । ଶନିବାର ରାତିସାରା ବର୍ଷା ଲାଗି ରହିଥିଲା । ରବିବାର ଭୋର ୪ ଟାରେ ଘରର ଗୋଟିଏ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଶୋଇଥିବା ଅବସ୍ଥାରେ ପରିବାର ଲୋକଙ୍କ ଉପରେ କାନ୍ଥଟି ମାଡ଼ି ବସିଥିଲା । 

ତେବେ ମାଟି କାନ୍ଥ ଭିତରୁ ବାପା ବସନ୍ତ ଓ ମାଆ ଭାଗ୍ୟ ପ୍ରଧାନ ବାହାରି ଆସିଥିବା ବେଳେ ୨ ବର୍ଷର ପୁଅ ଋଷି ସେହି ମାଟି କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ପରେ ପରିବାର ସଦସ୍ୟଙ୍କ ସହ ମାଟି କାନ୍ଥ ତଳୁ ଋଷିକୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା । ଆଉ ଏଠାରେ ଡାକ୍ତର ଋଷିକୁ ମୃତ ଘୋଷଣା କରିଥିଲେ । ଶବ ମେଡିକାଲରେ ରହିଥିବା ବେଳେ ଘଟଣା ସମ୍ପର୍କରେ ପୁଲିସରେ ସୂଚନା ଦିଆଯାଇଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.