ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିକ୍ଷକତାରୁ ଶଙ୍କରଙ୍କ ରାଜନୀତି ମୋହ, ଆଶାୟୀ ଭାବେ ଖୋଲାଖୋଲି ଦାବି; ପ୍ରଭୁ ଜାନୀଙ୍କ ବଢ଼ିଲା ଟେନ୍‌ସନ୍

କୋରାପୁଟ,୦୧/୦୩: ଆଗରୁ ଚର୍ଚ୍ଚାରେ ଥିଲେ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀ ଅଧୀନ କାକିରିଗୁମ୍ମା ନିବାସୀ ଶଙ୍କର ସାଉନ୍ତା । ବଡ଼ନାରକା ସ୍କୁଲ୍‌ରେ ଶିକ୍ଷକତା କରୁଥିବା ଶଙ୍କର ଖୋଲାଖୋଲି ଭାବେ ବିଜେଡି କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିଲେ । ଶୁକ୍ରବାର ସେ ଶିକ୍ଷକତା ପଦରୁ ଇସ୍ତଫା ଦେବା ନେଇ ଗଣମାଧ୍ୟମ ନିକଟରେ ଘୋଷଣା କରିଛନ୍ତି । ଆଗକୁ ଜନସେବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଘୋଷଣା କରିଛନ୍ତି । ଘୋଷଣା ସମ୍ପର୍କରେ ସୋସିଆଲ ମିଡିଆ (ଫେସବୁକ୍‌)ରେ ପୋଷ୍ଟ୍‌ କରିଛନ୍ତି । ସେ ନିଜ ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ଖୋଲାଖୋଲି ଦର୍ଶାଇଛନ୍ତି । ଶଙ୍କରଙ୍କ ଏହି ଘୋଷଣା ସ୍ଥାନୀୟ ବିଧାୟକ ପ୍ରଭୁ ଜାନୀ ଓ ଅନ୍ୟ ଆଶାୟୀଙ୍କ ଚିନ୍ତାର କାରଣ ହୋଇଛି । 

ଶିକ୍ଷକତା କରୁଥିବା ଶଙ୍କର ପ୍ରଥମେ ବିଧାୟକ ପ୍ରଭୁଙ୍କ ସମ୍ପର୍କରେ ଆସି ରାଜନୀତିରେ ପାଦ ଥାପିଥିଲେ । ଏବେ ତାଙ୍କୁ ବିଜେଡି ଜିଲ୍ଲା ସଭାପତି ଝିନ୍ନ ହିକ୍‌କାଙ୍କ କ୍ୟାମ୍ପ୍‌ରେ ଦେଖିବାକୁ ମିଳୁଛି । ବହୁଦିନରୁ ସେ ସ୍କୁଲ ନ ଯାଇ ଛୁଟିରେ ରହିଥିଲେ । ଏହି ସମୟ ମଧ୍ୟରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ନିଜ ବ୍ୟାନର ଏବଂ ପୋଷ୍ଟର୍‌ ଲଗାଇଥିଲେ । ଭୁବନେଶ୍ୱରରୁ ଆରମ୍ଭ କରି ଲକ୍ଷ୍ମୀପୁର ଯାଏଁ ବିଜେଡିର ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳୁଥିଲା । ଏବେ ଇସ୍ତଫା ଦେବା ପ୍ରସଙ୍ଗ ନିର୍ବାଚନମଣ୍ଡଳୀରେ ଏକ ଭିନ୍ନ ସନ୍ଦେଶ ଦେଇଛି । ଏହି ଆସନରେ ବିଧାୟକ ଥିବା ପ୍ରଭୁଙ୍କ ସହ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, କୁମୁଦ ଚନ୍ଦ୍ର ସାଉନ୍ତା, ଜିଲ୍ଲା ସଭାପତି ଝିନ୍ନ ହିକକା ଏବଂ କୌଶଲ୍ୟା ହିକକା ପ୍ରମୁଖ ଆଶାୟୀ ଥିବା କୁହାଯାଉଛି । ଏମାନେ ଅଞ୍ଚଳରେ ଘୂରିବୁଲି ନିଜ ପ୍ରଚାର କରୁଛନ୍ତି । ଏଭଳି ସ୍ଥିତିରେ ଶଙ୍କରଙ୍କ ନୂଆ ପଦକ୍ଷେପ ଆଶାୟୀମାନଙ୍କ ହୃଦ୍‌କମ୍ପନ ବଢ଼ାଇ ଦେଇଛି। 

ପ୍ରକାଶଥାଉ କି, ଜିଲ୍ଲାକୁ ରାଜ୍ୟ ନେତୃତ୍ୱ କିମ୍ବା ଅନ୍ୟ କୌଣସି ନେତା ଓ ମନ୍ତ୍ରୀ ଆସିଲେ ଶଙ୍କର ସବୁବେଳେ ଆଗରେ ରହିଥାନ୍ତି । ଏମିତିକି ନିକଟରେ ହୋଇଥିବା ଭୁବନେଶ୍ୱର ଶଙ୍ଖ ଭବନ ବୈଠକରେ ବି ସେ ଉପସ୍ଥିତ ଥିଲେ । ଆଗକୁ ନିର୍ବାଚନ ଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଦଳ ତରଫରୁ ତାଙ୍କୁ କୌଣସି ପ୍ରତିଶ୍ରୁତି ଦିଆଯାଇ ଥାଇପାରେ ବୋଲି ଲକ୍ଷ୍ମୀପୁର ବିଜେଡି ମହଲରେ ଆଲୋଚନାର ବିଷୟ ହୋଇଛି । ଅନ୍ୟପକ୍ଷରେ ରାଜନୈତିକ ବିଶେଷଜ୍ଞ କହିଛନ୍ତି, ଲକ୍ଷ୍ମୀପୁରରେ ପ୍ରଭୁଙ୍କ ସଂଗଠନ ସେତେଟା ଭଲ ନାହିଁ । ୨୦୧୯ରେ ସେ ମାତ୍ର ୨୨୯ ଖଣ୍ଡ ଭୋଟ୍‌ ବ୍ୟବଧାନରେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ହରାଇଥିଲେ । ଏଥର ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ନ ପାରେ । ସସ୍ମିତା, କୈଳାସ ଓ ଶଙ୍କରଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ଟିକେଟ୍‌ ମିଳିବାର ସମ୍ଭାବନା ରହିଛି । 


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.