ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବ୍ୟଵସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ବ୍ୟାଗ ଲୁଟ୍

Published By : Prameya | July 10, 2024 6:36 PM

ଛତ୍ରପୁର,୧୦।୭ :  ଚମାଖଣ୍ଡି ଥାନା ଅନ୍ତର୍ଗତ କୁଶସ୍ଥଳୀ ଛକ ଠାରେ ମଙ୍ଗଳଵାର ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଠାରୁ  ସୁନା ଓ ଅଳଙ୍କାର ଲୁଟ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି l ଲୁଟ ର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଲେ ପୁରୁଷୋତ୍ତମପୁର ଅଂଚଳ ର ସୁରେନ୍ଦ୍ର ସେନାପତି ଓରଫ୍ ବାବୁଲା ।

ସେ ନିଜର ସ୍କୁଟି ରେ ରୂପା ୧୫ କେଜି,ସୁନା ୧୫୦ ଗ୍ରାମ ଧରି ଏକ  ବ୍ୟାଗରେ ଲଗାଇ ବେପାର କରିବା ପାଇଁ  ଘରୁ ବାହାରିଥିଲେ |  ନରେନ୍ଦ୍ରପୁର ଗ୍ରାମ ନିକଟସ୍ଥ କୁଶସ୍ଥଳୀ ଛକ ଠାରେ ଅଳଙ୍କାର ସାମଗ୍ରୀ ବ୍ୟାଗଟି ସ୍କୁଟିରେ ଲଟକାଇ ହୋଟେଲରେ ଜଳଖିଆ ଖାଉଥିଲେ। ଏହି ସମୟରେ ହଠାତ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ଆସି ସ୍କୁଟିର ହ୍ୟାଣ୍ଡଲରେ ଲାଗି ଥିବା ଅଳଙ୍କାର ବ୍ୟାଗକୁ ଲୁଟ କରି ସେଠାରୁ ପୁରୁଷୋତ୍ତମପୁର  ଅଭିମୂଖେ ଚମ୍ପଟ ମାରିଥିଲେ ।   ଖବର ପାଇ  ଚମାଖଣ୍ଡି ଥାନା ଅଧିକାରୀ ଦୀପିକା ଦେବୀ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥ ପୁର ଵିଟ ହାଉସ ଅଧିକାରୀ ଏଏସଆଇ ଅରୁଣ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.