କେନ୍ଦ୍ରାପଡ଼ା, ୧୩।୭: କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବି । ଆସନ୍ତା ଜୁଲାଇ ୨୪ ତାରିଖରେ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି l "କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି" ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ଉଦ୍ଦେଶ୍ୟରେ ରବିବାର ଏକ ଗଣ ସମ୍ମେଳନ ବଡ଼ହାଟ ସ୍ଥିତ ମିଶନ ଶକ୍ତି ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି l
ଅଧ୍ୟାପକ ଅଜୟ ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସମେତ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ l ରାଜ୍ୟ ସରକାର ଜିଲ୍ଲାବାସୀଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି l