ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାୟଗଡ଼ା ପରେ କୋରାପୁଟରୁ ଆସିଲା ବଳଦ ଦଣ୍ଡର ଚିତ୍ର

Published By : Gurupada Nath | July 13, 2025 6:30 PM

ନାରାୟଣପାଟଣା,୧୩/୭ : ରାୟଗଡ଼ା ପରେ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ଗାଁ ଦାଣ୍ଡରେ ବଳଦ ଦଣ୍ଡ। ଭାଇ ଭ‌ଉଣୀ ସମ୍ପର୍କ ମଧ୍ୟରେ ପ୍ରେମ ସମ୍ପର୍କ ରଖିଥିବାରୁ ଯୁବକ ଯୁବତୀଙ୍କୁ ଦିଆଗଲା ଦଣ୍ଡ। ଗାଁ ଦାଣ୍ଡରେ ଉଭୟଙ୍କୁ ଜୁଆଳି ବାନ୍ଧି ହଳ କରାଇଛନ୍ତି ଗ୍ରାମବାସୀ। ପରେ ଉଭୟଙ୍କୁ ଶୁଦ୍ଧି କରାଯାଇଛି। ଏଭଳି ଘଟଣା କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଳକ୍ ବରଗି ପଞ୍ଚାୟତ ପେଦା ଇଟିକି ଗ୍ରାମରେ ଘଟିଯାଇଛି।

ରାୟଗଡ଼ା ଜିଲ୍ଲାରେ ସମାନ ଘଟଣା ସାମ୍ନାକୁ ଆସିଲା ପରେ କୋରାପୁଟ ଜିଲ୍ଲାର ଏହି ଭିଡିଓ ଭାଇରାଲ ହୋଇଛି। ପ୍ରାଥମିକ ସୂଚନାରୁ ଘଟଣା କିଛି ଦିନ ତଳେ ଘଟିଥିବା ଜଣାପଡିଛି। ଗ୍ରାମରେ ଜଣେ ଯୁବକ ନିଜ ସମ୍ପର୍କୀୟ ଭ‌ଉଣୀ ସହ ପ୍ରେମ ସମ୍ପର୍କ ରଖି ଧରା ପଡିବା ପରେ ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଥିବା ଜଣାପଡିଛି। ପ୍ରଥା ପାଳନ କରିବାକୁ ଯାଇ ଅମାନବୀୟ କାର୍ଯ୍ୟ କରୁଛି ଯାହାକୁ ସଭ୍ୟ ସମାଜରେ ନିନ୍ଦା କରାଯାଇଛି। ଦୁହେଁ  ଦୀର୍ଘ ଦିନ ଧରି ଭଲ ପାଇଁ ବାହା ହୋଇ ବାହାରକୁ ପଳାଇଥିଲେ ସେମାନଙ୍କୁ ନିଜର ବନ୍ଧୁ ବାନ୍ଧବ ଡକେଇଥିଲେ । ପରେ ଗାଁକୁ ଆସିବା ପରେ ଗାଁ ମଝିରେ ସମସ୍ତଙ୍କ ଉପସ୍ଥିତରେ ଉଭୟଙ୍କୁ ଜୁଆଡ଼ି ପକାଇ ହଳ କରୁଥୁବା ଚିତ୍ର ସାମ୍ନକୁ ଆସିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.