ପ୍ରମୂଖ ଖବର
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ପ୍ରେମିକାର ମୃତ୍ୟୁର ଦୁଇ ଦିନ ପରେ ପ୍ରେମିକର ଆତ୍ମହତ୍ୟା

Published By : Gurupada Nath | July 13, 2025 11:01 PM

ଫିରିଙ୍ଗିଆ,୧୩/୭ :  ପ୍ରେମିକାର ମୃତ୍ୟୁର ଦୁଇ ଦିନ ନ ପୂରୁଣୁ ଜଣେ ପ୍ରେମିକ ନିମ ଗଛ ବେକରେ ରଶି ଲଗେଇ ଆତ୍ମ ହତ୍ୟା କରିଛନ୍ତି I ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା କଟରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା କାଣିବାଲି ଗାଁରେ । ମୃତ ଯୁବକଙ୍କ ନା କାହ୍ନା ବେହେରା(୧୯) ବୋଲି ଜଣାପଡିଥିବାବେଳେ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଶକୁଳି ଗାଁର ନବୀନ ବେହେରାଙ୍କ ପୁଅ ବୋଲି ଜଣାପଡିଛି I 

ସୂଚନା ଅନୁସାରେ, ରବିବାର ସକାଳେ କାଣିବାଲି ଗାଁ ନିକଟରେ ଥିବା ଜଙ୍ଗଲର ଏକ ନିମ୍ବ ଗଛରେ ଯୁବକଙ୍କ ମୃତ ଦେହ ଝୁଲୁ ଥିବା କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ I ଖବରପାଇ ଘଟଣାସ୍ଥଳରେ ଗୋଛାପଡା ପୋଲିସ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଦେଇ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି I ଏହି ଘଟଣାକୁ ନେଇ ଗୋଛାପଡ଼ା ଥାନାରେ କେଶ ନଂ ୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I ଅନ୍ୟପଟେ ପୋଲିସର ସୂଚନା ଅନୁସାରେ ମୃତ ଯୁବକ ଜଣକ କିଛିଦିନ ତଳେ ଏହି କାଣିବାଲି ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଆସି ରହୁଥିଲେ I କିଛିଦିନ ଦିନ ରହିବା ମଧ୍ୟରେ ଘରେ ଥିବା ଜନୈକ ଯୁବତୀଙ୍କ ସାଙ୍ଗରେ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା I ଗତ ସୋମବାର ଯୁବତୀ ଜଣକ ହଠାତ ଅସୁସ୍ଥ ହୋଇପଡ଼ିଥିଲେ I ପରିବାର ଲୋକେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ I କିନ୍ତୁ ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା I ଏହି ଘଟଣାକୁ ନେଇ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବସିଥିବାବେଳେ ଘରୁ କୁଆଡେ ଚାଲିଯାଇଥିଲେ । ପରେ ତାଙ୍କର ମୃତଦେହ ଗାଁ ପାଖ ଜଙ୍ଗଲରେ ଏକ ନିମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା I ଅନ୍ୟପଟେ ମୃତ ଯୁବକ ଜଣଙ୍କ କାଣିବାଲି ଗାଁର ଯାହା ଘରେ ରହୁଥିଲେ ତାଙ୍କ ସହ କଣ ସମ୍ପର୍କ ରହିଛି ଓ ବୌଦ୍ଧ ଜିଲ୍ଲାରୁ ସେ କଣ ପାଈଁ କାଣିବାଲି ଗାଁକୁ ଆସିଥିଲେ ତାହା ଜଣାପଡିନଥିବା ବେଳେ ଏ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.