ମାହାଙ୍ଗା, ୧୩/୭ : ମାହାଙ୍ଗା ବ୍ଲକ ଭଦ୍ରେଶ୍ଵର ଥାନା ଅଧିନ ପୋଡ଼ାମରାଇ ପଞ୍ଚାୟତ ସିନ୍ଧୂପୁର ଗ୍ରାମର ପ୍ରଦୀପ୍ତ ଖଟୁଆ (୪୨)ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପ୍ରକାଶ ଯେ, ପ୍ରଦୀପ୍ତ ଆଜି ମଧ୍ୟାହ୍ନରେ ଧାନ କ୍ଷେତରେ କାର୍ଯ୍ୟ କରୁଥିବାବେଳେ ଅଚାନକ ଘଡଘଡି ସାଙ୍ଗକୁ ବର୍ଷା ଆରମ୍ଭ ହୋଇଥିଲା। ବିଲରେ କାମ କରୁଥିବା ଅନ୍ୟ ଚାଷୀଙ୍କ ସହ ନିକଟରେ ଥିବା ଏକ ବରଗଛ ମୂଳକୁ ଆଶ୍ରୟ ନେବା ପାଇଁ ଆସୁଥିବାବେଳେ ପ୍ରଦୀପ୍ତ ବଜ୍ରାଘାତର ସମ୍ମୁଖୀନ ହୋଇଥିଲେ।
ଫଳରେ ଅନ୍ୟ ଚାଷୀମାନେ ଗୁରୁତର ଅବସ୍ଥାରେ ମାହାଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ଲାଗି କଟକ ପଠାଇଛି।