ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଗତ ୧୨ବର୍ଷ ହେବ କେବଳ ୩୦ ମିନିଟ୍ ଶୋଉଛନ୍ତି ଏହି ବ୍ୟକ୍ତି ! ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ

Published By : Prameya | September 3, 2024 5:57 PM

ଟୋକିଓ : ଆମର ସୁସ୍ଥ ଶରୀର ଓ ସକ୍ରିୟ ମସ୍ତିଷ୍କ ପାଇଁ ପାଖାପାଖି ୬-୮ ଘଣ୍ଟା ଶୋଇବା ନିହାତି ଜରୁରି। ଏଥିରୁ କମ୍‌ ହେଲେ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥାଏ ବୋଲି ଡାକ୍ତର କହି ଥାନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ବ୍ୟକ୍ତି ଦିନକୁ କେବଳ ୩୦ ମିନିଟ୍‌ ହିଁ ଶୋଇଥାନ୍ତି। ଏ କଥା ବିଶ୍ୱାସ ନହେଲେ ସତ। ଜାପାନର ହ୍ୱୋଗୋ ରାଜ୍ୟରେ ରହୁଥିବା ଡାଇସୁକେ ହୋରି ନାମକ ଜଣେ ବ୍ୟକ୍ତି ଏମିତି ହିଁ କରନ୍ତି। 

ସେ ଦିନରେ କେବଳ ୩୦ ମିନିଟ୍‌ ହିଁ ଶୋଇଥାନ୍ତି। ଏହା ତାଙ୍କର ଦିନେ କି ଦୁଇ ଦିନର କଥା ନୁହେଁ , ଗତ ୧୨ ବର୍ଷରୁ ସେ ଏମିତି କରି ଆସୁଛନ୍ତି। ପେଶାରେ ବ୍ୟବସାୟୀ ଥିବା ୪୦ ବର୍ଷିୟ ଡାଇସୁକେ କୁହନ୍ତି, ସେ ନିଜକୁ ଅଧିକ କାର୍ଯ୍ୟକ୍ଷମ ସହ ନିଜ ଆୟୂଷକୁ ଦ୍ୱିଗୁଣିତ କରିବା ପାଇଁ ଏମିତି ଦିନଚର୍ଯ୍ୟାର ପାଳନ କରୁଛନ୍ତି। ହୋରିଙ୍କ ଦାବି ଯେ, ସେ ନିଜ ଶରୀର ଓ ମସ୍ତିଷ୍କକୁ ଏହିପରି ଅଭ୍ୟାସରେ ପକାଇ ଦେଇଛନ୍ତି। କେବଳ ୩୦ ମିନିଟ୍‌ର ନିଦ ପରେ ହିଁ ତାଙ୍କ ଶରୀର ପୁଣି କାମ କରିବାକୁ ପ୍ରସ୍ତୁତ ହୋଇଯାଏ। ହୋରୀ କୁହନ୍ତି, ନିଦକୁ ୩୦ ମିନିଟ୍‌ ଭିତରେ ସୀମିତ ରଖିବାରେ ତାଙ୍କର କାର୍ଯ୍ୟକୁଶଳତାରେ ଖୁବ୍‌ ସୁଧାର ହୋଇଛି। 

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ , ଡାଇସୁକେ ହୋରି ଏମିତି କାମ କରି, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଏହି ଥିଓରି ଉପରେ ପୁଣି ଭାବିବାକୁ ବାଧ୍ୟ କରି ଦେଇଛନ୍ତି, ଯିଏ କୁହନ୍ତି କି ମାନବ ଶରୀରକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୬ରୁ ୮ ଘଣ୍ଟାର ନିଦ ଜରୁରି। ନିଦର ଅଭାବରେ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ି ଥାଏ। କେବଳ ୩୦ ମିନିଟ୍‌ ଶୋଉଥିବା ହୋରି କୁହନ୍ତି , ତାଙ୍କ ଶରୀର ଖୁବ୍‌ କମ୍‌ ସମୟର ନିଦ୍ରା ସହ ସାଧାରଣ ଭାବେ କାର୍ଯ୍ୟ କରୁଛି। ଏଥିରେ ତାଙ୍କର ଶରୀର ଓ ମସ୍ତିଷ୍କ ଉପରେ ନକରାତ୍ମକ ପରିବର୍ତ୍ତେ ସକରାତ୍ମକ ପ୍ରଭାବ ପଡ଼ିଛି।

ଡାଇସୁକେ ହିରୋଙ୍କ ଅନୁସାରେ , ଯଦି ଆପଣ ନିୟମିତ ବ୍ୟାୟାମ କରୁଛନ୍ତି , ଆଉ ଭୋଜନର ଘଣ୍ଟାଏ ପୂର୍ବରୁ କଫି ପିଉଛନ୍ତି ତ , ଏହା ଆପଣଙ୍କୁ ଆଳସ୍ୟରୁ ରକ୍ଷା କରିଥାଏ। ହୋରି କୁହନ୍ତି ମନ ଧ୍ୟାନରେ କାମ କରିବାକୁ ଅଧିକ ସମୟର ନିଦ ପରିବର୍ତ୍ତେ ଏକ ଗଭୀର ନିଦର ଆବଶ୍ୟକ ହୋଇଥାଏ। ସେ କୁହନ୍ତି , ଯେଉଁ ଲୋକଙ୍କୁ ନିଜ କାମରେ ନିତି ଏକାଗ୍ରତା ଦରକାର ହୋଇଥାଏ, ତାଙ୍କୁ ଅଧିକ ସମୟ ଶୋଇବା ଅପେକ୍ଷା ଯେତିକି ବି ହେଉ ଭଲ ନିଦ୍ରା ଆବଶ୍ୟକ । 

ହୋରିଙ୍କ ଏହି ୩୦ ମିନିଟ୍‌ ଶୋଇବାର ଦାବିର ସତକୁ ଜାଣିବା ପାଇଁ ଜାପାନର ୟୋମିଉରୀ ଟିଭି ୱିଲ ୟୁ ଗୋ ୱିଦ୍‌ ମି  ନାମକ ଏକ ରିଆଲିଟି ଶୋ’ରେ ୩ଦିନ ଯାଏ ତାଙ୍କ ଉପରେ ନଜର ରଖିଥିଲା। ଶୋ‘ରେ ଦେଖିବାକୁ ମିଳିଥିଲା ଯେ, ହୋରି ୨୬ ମିନିଟ୍‌ ଶୋଇଥିଲେ ଏବଂ ସେ ଏକଦମ୍‌ ସକ୍ରିୟ ହୋଇ ଉଠିଥିଲେ । 

କହି ରଖୁଛୁ କି ହୋରି ଜାପାନର ସର୍ଟ ସ୍ଲିପର୍ସ ଟ୍ରେନିଂ ଆସୋସିଏସନ ମଧ୍ୟ ଚଲାନ୍ତି, ଏହାକୁ ସେ ୨୦୧୬ରୁ ଆରମ୍ଭ କରିଛନ୍ତି। ଏହି ଆସୋସିଏସନ ଅନୁସାରେ, ସେ ନିଦ ଓ ସ୍ୱାସ୍ଥ୍ୟ ଉପରେ କ୍ଲାସ ଦେଇଥାନ୍ତି। ସେ ଏବେସୁଦ୍ଧା ୨,୧୦୦ରୁ ଅଧିକ ଲୋକଙ୍କୁ ଅଲଟ୍ରା-ସର୍ଟ ସ୍ଲିପର୍ସ ହେବାର ଟ୍ରେନିଂ ଦେଇ ସାରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.