ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବାଂଲାଦେଶରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

Image Courtesy: indiatoday

ନୂଆଦିଲ୍ଲୀ: ବାଂଲାଦେଶରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି । ଦେଶରେ ଚାଲିଥିବା ହିଂସା ମଧ୍ୟରେ ଭାରତୀୟ ଭିସା କେନ୍ଦ୍ରକୁ ବନ୍ଦ ରଖାଯାଇଛି । ପରବର୍ତ୍ତୀ ସୂଚନା ନ ଆସିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଏକ ନୋଟିସ ମାଧ୍ୟମରେ ଭିସା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୱେବସାଇଟରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ସୂଚନା ଦେଇଛି ଯେ, କେବେ ଭିସା କେନ୍ଦ୍ର ଖୋଲାଯିବ, ସେନେଇ ଏସଏମଏସ ଜରିଆରେ ଜଣାଇ ଦିଆଯିବ । ପରବର୍ତ୍ତୀ କାର୍ଯ୍ୟ ଦିବସରେ ପାସପୋର୍ଟ ସଂଗ୍ରହ କରାଯିବ । 

 ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଦେଶ ଛାଡ଼ି ଭାରତ ଚାଲିଆସିଥିଲେ । ଏହା ସତ୍ତ୍ବେ ବାଂଲାଦେଶରେ ହିଂସା ଥମିନାହିଁ । ସଂରକ୍ଷଣ ବିରୋଧୀ ହିଂସା ଆହୁରି ବ୍ୟାପକ ହୋଇଥିବା କୁହାଯାଉଛି । ଏହା ଭିତରେ ଆଜି ରାତିରେ ମହମ୍ମଦ ୟୁନୁସ୍‌ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । 

ସେପେଟେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଢାକାରେ ଥିବା ଭାରତୀୟ ଉଚ୍ଚ ଆୟୋଗର ୧୯୦ ଜଣ ଅଣ-ଅତ୍ୟାବଶ୍ୟକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭାରତକୁ ସ୍ଥାନାନ୍ତର କରାଯାଇଥିଲା । କର୍ମଚାରୀଙ୍କ ସ୍ଥାନାନ୍ତର ପରେ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନେଇ ଘୋଷଣା କରାଯାଇଛି । କିନ୍ତୁ କୌଣସି କୂଟନୀତିଜ୍ଞ ଭାରତ ପ୍ରତ୍ୟାବର୍ତ୍ତନ କରିନାହାନ୍ତି । ସେମାନେ ସେଠାରେ ଅଛନ୍ତି ଏବଂ ସ୍ଥିତି ଉପରେ ନଜର ରଖିଛନ୍ତି । 

  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.