ପ୍ରମୂଖ ଖବର

କଲମ୍ବୋରେ କିଙ୍ଗ୍‌ କୋହଲି! ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଦେଖିବାକୁ ମିଳିବ ଦମଦାର ପ୍ରଦର୍ଶନ

ନୂଆଦିଲ୍ଲୀ,୦୯/୦୯: ଭାରତ ଏବଂ ପାକିସ୍ତାନର ଟିମ୍‌ ଏସିଆ କପ୍ ୨୦୨୩ରେ ପୁଣି ଥରେ ମୁହାଁମୁହିଁ ହେବାକୁ ପ୍ରସ୍ତୁତ। ବର୍ଷା ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ବାତିଲ ହୋଇଯାଇଥିଲା। ସେହି ମ୍ୟାଚରେ ବିରାଟ କୋହଲି କିଛି ବିଶେଷ କରିପାରିନଥିଲେ। କିନ୍ତୁ ଏଥର କୋହଲି ତାଙ୍କ ପ୍ରଦର୍ଶନ କଡ଼ାକଡ଼ି କରିବେ ବୋଲି ଆଶା କରାଯାଉଛି। ଏନେଇ ସେ ଅନେକ ଅଭ୍ୟାସ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଲମ୍ବୋରେ କୋହଲିଙ୍କର ପୂର୍ବରୁ ଭଲ ରେକର୍ଡ ରହିଛି। ତେଣୁ ସେ ସମ୍ଭବତଃ ପାକିସ୍ତାନ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିପାରନ୍ତି।

ସୂଚନାଥାଉକି, କୋହଲିଙ୍କୁ କଲମ୍ବୋର କିଙ୍ଗ୍‌ ବୋଲି ବି ବିବେଚନା କରାଯାଏ। କଲମ୍ବୋରେ ଗତ ୩ଟି ଦିନିକିଆ ଇନିଂସରେ କୋହଲି ଚମତ୍କାର ଶତକ ହାସଲ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ମଧ୍ୟ ଦୁଇଥର ଅପରାଜିତ ରହିଛନ୍ତି। ଜୁଲାଇ ୨୦୧୨ରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ କୋହଲି ଏକ ଅପରାଜିତ ଶତକ ହାସଲ କରିଥିଲେ। ସେ ୧୨୮ ରନର ଏକ ଇନିଂସ ଖେଳିଥିଲେ। ଏହା ପରେ କୋହଲି ୨୦୧୭ ରେ କଲମ୍ବୋରେ ଦୁଇଟଇ ଶତକ ହାସଲ କରିଥିଲେ। ସେ ଅଗଷ୍ଟ ୨୦୧୭ ରେ ୧୩୧ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ ଏବଂ ପରେ ସେପ୍ଟେମ୍ବର ୨୦୧୭ରେ ୧୧୦ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ।

କୋହଲିଙ୍କ ବ୍ୟାଟ କଲମ୍ବୋରେ ଦମଦାର ଇତିହାସ ରଚିଛି। ଯଦି ଆମେ ପାକିସ୍ତାନ ବିପକ୍ଷରେ ତାଙ୍କ ରେକର୍ଡକୁ ଦେଖିବା ତେବେ କୋହଲିଙ୍କ ପ୍ରଦର୍ଶନ ଭଲ ରହିଛି। କୋହଲି ପାକିସ୍ତାନ ବିପକ୍ଷରେ ଏପର୍ଯ୍ୟନ୍ତ ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ସ୍କୋର କରିଥିଲେ। ଯଦି ଆମେ ତାଙ୍କର ସମସ୍ତ ଦିନିିକିଆ ପ୍ରଦର୍ଶନକୁ ଦେଖିବା ତେବେ ସେ ୨୭୭ଟି ମ୍ୟାଚ୍‌ରେ ୧୨,୯୦୨ ରନ୍ କରିଛନ୍ତି। ଏହି ଫର୍ମାଟରେ କୋହଲି ୪୬ ଶତକ ଏବଂ ୬୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୨୧୨ ଚୌକା ଓ ୧୩୮ ଛକା ମାରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଟିମ୍‌ ଇଣ୍ଡିଆ ସୁପର ଫୋର୍‌ରେ ତିନୋଟି ମ୍ୟାଚ୍ ଖେଳିବ। ଦଳର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ରବିବାର (ସେପ୍ଟେମ୍ବର ୧୦) ତାରିଖରେ ଖେଳାଯିବ। ଏହା ପରେ ଦ୍ୱିତୀୟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ହେବ। ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ। କୋହଲି କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ତିନି ଶତକ ହାସଲ କରିଛନ୍ତି। ଟିମ୍ ଇଣ୍ଡିଆ ପରେ ୧୫ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଏକ ମ୍ୟାଚ୍ ଖେଳିବ।

You can also read: 

ବିଶ୍ୱକପ୍‌-2023: ସଚିନଙ୍କୁ ଗୋଲ୍ଡେନ ଟିକେଟ୍‌ ପ୍ରଦାନ କ‌ଲେ ବିସିସିଆଇ ସମ୍ପାଦକ ଜୟ ଶାହ




  • virat kohli
  • Asia cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.