ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

କୋଲକାତାର ପଞ୍ଚତାରକା ହୋଟେଲରେ ମହିଳାଙ୍କୁ ଦୁର୍ବ୍ୟବହାର, ୨ ଜଣଙ୍କୁ ଗିରଫ କଲା ପୋଲିସ

Image Courtesy: kayak

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ଏକ ଲୋକପ୍ରିୟ ପଞ୍ଚତାରକା ହୋଟେଲରେ ମହିଳାଙ୍କୁ ଦୁର୍ବ୍ୟବାହର ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ମଙ୍ଗଳବାର ରାତି ୧୧.୫୦ ସମୟ‌ରେ ହୋଟେଲରେ ପାର୍ଟି ଚାଲିଥିବା ବେଳେ ଦୁଇ ଅଭିଯୁକ୍ତ ଦୁର୍ବ୍ୟବହାର କରିଥିବା‌ ନେଇ ମହିଳାଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦିଲ୍ଲୀ ବାସିନ୍ଦା ବୋଲି ଜଣାପଡ଼ିଛି । 

ମିଳିଥିବା ସୂଚନା ଅନୂସାରେ, ଅଭିଯୁକ୍ତ ଦ୍ବୟ ମହିଳା ଏବଂ ତାଙ୍କ ଭଉଣୀଙ୍କ ଶରୀରକୁ ଛୁଇଁବାକୁ ଚେଷ୍ଟା କରିବା ସହ ସେମାନଙ୍କୁ ଧମକ ଦେଇଥିଲେ ।  ଗିରଫ ଅଭିଯୁକ୍ତ ହେଉଛନ୍ତି ଦିଲ୍ଲୀର ୬୦ ବର୍ଷୀୟ ଅରୁଣ କୁମାର ଏବଂ ୪୩ ବର୍ଷୀୟ ରିଙ୍କୁ ଗୁପ୍ତା । ପୋଲିସ ପାଖରୁ ମିଳିଥିବା ସୂଚନା ଅନୁସାରେ, ଅରୁଣ କୁମାର ପଞ୍ଚତାରକା ହୋଟେଲରେ ରହିଥିଲେ । ସେ ରିଙ୍କୁ ଗୁପ୍ତାଙ୍କୁ ପାର୍ଟିରେ ସାମିଲ ହେବାକୁ ଡାକିଥିଲେ । ଏହି ପାର୍ଟିରେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସରକାର ‘ଦୁଷ୍କର୍ମ ନିରୋଧୀ’ ବିଲ୍‌ ପାସ କରିବା ଦିନ ହିଁ କୋଲକାତାରେ ଏହି ଘଟଣା ଘଟିଛି । କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶରେ ଆକ୍ରୋଶ ବଢ଼ିବାରେ ଲାଗିଛି । ମମତା ବାନାର୍ଜୀଙ୍କ ସରକାର ଉପରେ ଦେଶବାସୀ ଅସନ୍ତୋଷ ଝାଡ଼ୁଥିବା ବେଳେ ବେଙ୍ଗଲ ସରକାର ବିଧାନସଭାରେ ‘ଆଣ୍ଟି ରେପ୍‌’ ବିଲ୍‌ ପାସ କରିଛନ୍ତି । ଅପରାଜିତା ମହିଳା ଓ ଶିଶୁ ବିଲ୍‌ ୨୦୨୪ ପାସ ହୋଇଥିବା ବେଳେ ଏଥିରେ ଦୁଷ୍କର୍ମ ଦୋଷୀଙ୍କୁ ଦଶ ଦିନରେ ଫାଶୀ ଦେବାକୁ ପ୍ରାବଧାନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.