ନୀଳଗିରି, ୧୭/୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଧୋବଶିଳାରେ ରଜ ଉତ୍ସବରେ ଅଘଟଣ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୯ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଧୋବଶିଳାରେ ରଜ ଉତ୍ସବ ଚାଲିଥିବା ବେଳେ ପାର୍ଟିର ସଦସ୍ୟ ଜଣକ ପରେ ଜଣେ ଅସୁସ୍ଥ ହୋଇ ପଡିଥିଲେ। ଏହିଭଳି ଭାବେ ୯ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫୁଡ୍ ପଏଜନ କିମ୍ଵା ବିଶାକ୍ତ ପାଣି ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଯାତ୍ରା ପାର୍ଟି ଜଳେଶ୍ୱର ଶାଳୀକୋଠା ନିମ୍ବପୁର ଅଞ୍ଚଳର ବୋଲି ଜଣାପଡିଛି।