ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ହତ୍ୟାକାରୀ ସ୍ଵାମୀକୁ ଫାଶୀଦଣ୍ଡ, ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଥିଲେ ସଞ୍ଜୀତ

Published By : Prameya | August 1, 2024 3:18 PM

ଭୁବନେଶ୍ଵର, ୦୧/୦୮ : ଭରତପୁର ଅଞ୍ଚଳରେ ମହିଳାଙ୍କୁ ୩୩ ଥର ଛୁରି ଭୂଷି ହତ୍ୟା ଘଟଣା । ସ୍ତ୍ରୀ ହତ୍ୟାକାରୀ ସ୍ଵାମୀକୁ ଫାଶୀଦଣ୍ଡ। ଦୋଷୀ ସଞ୍ଜୀତ ଦାସକୁ ଫାଶୀ ଦଣ୍ଡ ଶୁଣାଇଲେ ଏସଡିଜେଏମ୍ କୋର୍ଟ। ଭୁବନେଶ୍ୱର ଏଡିଜେ ୨ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । 

୨୦୨୨ ଜୁନ୍ ୯ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଭରତପୁର ଅଞ୍ଚଳରେ ହତ୍ୟାକାଣ୍ଡ ହୋଇଥିଲା। ଏହି ଅଞ୍ଚଳରେ ବାସ କରୁଥିବା ସଞ୍ଜୀବ ଦାସ ନିଜ ସ୍ତ୍ରୀଙ୍କୁ ୩୩ ଥର ଛୁରି ଭୂଷି ହତ୍ୟା କରିଥିଲେ। ନିଶା ପାଇଁ ନିଜ ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ। ମୃତକଙ୍କ ନାମ ଥିଲା ସରସ୍ୱତୀ ଦାସ। ଏହାସହିତ ନିଜ ୬ ବର୍ଷ ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ ଝିଅ । ଏହାପରେ ଭରତପୁର ଥାନା ପୋଲିସ ଅଭିଯୁକ୍ତ ସଞ୍ଜୀବ ଦାସଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ଆଉ ଏବେ ଏହି ମାମଲାରେ ରାୟ ପ୍ରକାଶ ପାଇଛି । 

ଭୁବନେଶ୍ୱର ଏଡିଜେ ୨ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀ ସଞ୍ଜୀବ ଦାସଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ ନିଜ ସ୍ତ୍ରୀକୁ ହତ୍ୟା କରିନାହିଁ ବରଂ ଦୁଇ ଜଣ କୋମଳ ଶିଶୁଙ୍କ ଠାରୁ ତାଙ୍କ ମାଆଙ୍କୁ ଛଡାଇ ନେଇଛି । ତେଣୁ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଭାରତୀୟ ଆଇନ୍‌ ଅନୁସାରେ ତାଙ୍କୁ ଫାଶୀ ଦଣ୍ଡାଦେଶରେ ଏହି କୋର୍ଟ ଦଣ୍ଡିତ କରୁଛନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.