ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମେଥି, ଦୂର କରେ ଏହି ରୋଗ

ଆମ  ରୋଷେଇ ଘରେ ଅନେକ ପ୍ରକାର ମସଲା ମିଳେ । ଯାହା କେବଳ ଖାଦ୍ୟର ସ୍ବାଦ ବଢାଏନି, ବରଂ ଆମ ଶରୀରରୁ ଅନେକ ରୋଗ ବି ଦୂର କରେ । ସେଥିମଧ୍ୟରୁ ଅନ୍ୟତମ ମେଥି । ପାଟିକୁ ପିତା ଲାଗୁଥିଲେ ବି ଦେହ ପାଇଁ ହିତକର ହୋଇଥାଏ । ମେଥିରେ ମ୍ୟାଗ୍ନେସିୟମ, ଆଇରନ, ଫରଫରସ୍, ଫଲିକ ଏସିଡ, ଭିଟାମିନ ଏ ଓ ବି ପ୍ରଚୁର ପରିମାଣରେ ଥାଏ । ଏହା ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ ରାମବାଣ ଭଳି କାମ କରେ । ପ୍ରତିଦିନ ମେଥି ସେବନ ଦ୍ବାରା ବ୍ଲଡସୁଗାର ନିୟନ୍ତ୍ରଣ ରହିବା ସହ କେଶକୁ ମଜଭୁତ କରିବାରେ ବି ସାହାଯ୍ୟ କରେ । ସେହିପରି ମେଥି ପାଚନ କ୍ରିୟା ଠିକ୍ ରଖେ । ମେଥି ଦାନା ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୁଏ, ଯଦ୍ବାରା କିଡନୀ ସୁସ୍ଥ ରହେ । 

ହାଇ ବ୍ଲଡପ୍ରେସର: ଯେଉଁ ଲୋକମାନେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର ପୀଡିତ, ସେମାନଙ୍କ ପାଇଁ ମେଥି ବେଶ୍ ଲାଭଦାୟକ । ରାତିରେ ଶୋଇବା ପୂର୍ବରୁ ମେଥିକୁ ପାଣିରେ ଭିଜାଇ ସକାଳେ ଏହି ପାଣି ପିଇଲେ ଶରୀରରେ ରକ୍ତ ସଞ୍ଚାଳନ ବଢେ ଏବଂ ରକ୍ତଚାପ ଠିକ୍ ରହେ ।

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ:କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ସବୁଦିନ ମେଥି ଦାନା ସେବନ କରିବା ଭଲ । ଏଥିରେ ନାରିଂନିନ ନାମକ ଏକ ପ୍ଲାଭୋନାଏଡ ରହିଛି ଯାହା ରକ୍ତରେ ଲିପିଡ ସ୍ତର କମ୍ କରେ । ଏହାବ୍ୟତୀତ ମେଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ମିଳେ ।

ମଧୁମେହ ନିୟନ୍ତ୍ରଣ: ମଧୁମେହ ରୋଗୀଙ୍କୁ ସକାଳେ ସନ୍ଧ୍ୟାରେ ମେଥି ରସ ପିଇବାକୁ ପରାମର୍ଶ ଦିଆଯାଏ । ଏଥିରେ ଥିବା ଫାଇବର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ କରେ ଓ ଟାଇପ-2 ମଧୁମେହ ରୋଗୀଙ୍କ ଇନସୁଲିନ ପ୍ରତିରୋଧ କମ୍ କରିବାରେ ସାହାଯ୍ୟ କରେ । ନ୍ୟାସନାଲ ଲାଇବ୍ରେରୀ ଅଫ କଂଗ୍ରେସ ଦ୍ବାରା ପ୍ରକାଶିତ ଜର୍ନାଲ ଅଫ ଡାଇବେଟିସ ଆଣ୍ଡ ମେଟାବୋଲିକ ଡିସଅର୍ଡରର ଏକ ଅଧ୍ୟୟନରେ ପ୍ରମାଣିତ ହୋଇଛି ଯେ, ପ୍ରତିଦିନ ମେଥି ପାଣି ପିଇବା ଦ୍ବାରା ମଧୁମେହ ନିୟନ୍ତ୍ରଣ ରହେ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ମେଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରେ ।

ଓଜନ ହ୍ରାସ:ପାଣିରେ ଭିଜା ହୋଇଥିବା ମେଥି ସେବନ କଲେ ଓଜନ ହ୍ରାସ ପାଏ । ରାତିରେ ମେଥି ପାଣିରେ ଭିଜାଇ ସକାଳେ ଏହି ପାଣି ପିଇଲେ ଓ ଦାନା ଚୋବାଇ ଖାଇଲେ ଓଜନ କମିବା ସହ ମୌସୁମୀ ଜନିତ ରୋଗ ଆଶଙ୍କା କମିଥାଏ ।

ହାଡ ପାଇଁ ଭଲ:ମେଥିରେ ଆଇରନ, କ୍ୟାଲେସିୟମ, ଫସଫରସ୍ ପ୍ରଚୁର ମାତ୍ରାରେ ରହିଥିବାରୁ ଏହା ହାଡକୁ ପୋଷଣ ଯୋଗାଏ । ସେହିପରି ଅର୍ଥ୍ରାଇଟିସ ସମସ୍ୟା ପାଇଁ ଏହା ରାମବାଣ ଭଳି କାମ କରେ ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.