ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପ୍ରକୃତ ଶ୍ମଶାନରେ ସୁଟ୍ ହୋଇଥିଲା ଏହି ହରର ଫିଲ୍ମ , ସୁଟିଂ ବେଳେ ମାଟି ତଳୁ ବାହାରି ଥିଲା ଶବ .... !

ନୂଆଦିଲ୍ଲୀ : ୯୦ ଦଶକର କଥା। ରାମସେ ବ୍ରଦର୍ସ ଦେଖିଲେ କି ଫିଲ୍ମ ‘ ଏକ ନହ୍ନି ମୁନ୍ନି ଲଡକୀ ଥି’ ର ହରର ଦୃଶ୍ୟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। କେବଳ ସେହି ଗୋଟିଏ ଦୃଶ୍ୟକୁ ଦେଖିବା ପାଇଁ ଥିଏଟରକୁ ଆସୁଛନ୍ତି। ଏଥିପାଇଁ ସେ ହରର ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଲେ। ବଜେଟ୍‌ କମ୍‌ ଥିଲା, ଏଥିପାଇଁ ଫିଲ୍ମର ସୁଟିଂ ପ୍ରକୃତ ଶ୍ମଶାନରେ କରିବାକୁ ଭାବିଲେ।  

ସେ ପୂରା କାଷ୍ଟକୁ ନେଇ ମହାବଳେଶ୍ୱର ଚାଲିଗଲେ। ସେତେବେଳେ ଭିଏଫଏକ୍ସ କରାଯାଉ ନଥିଲା , ଏଥିପାଇଁ ଭୟର ମାହୋଲ ପ୍ରସ୍ତୁତ କରିବାକୁ ସୁଟିଂ ରାତିରେ କଲେ। ଯେବେ ଶ୍ମଶାନରେ ଗାତ ଖୋଳିବା ଦୃଶ୍ୟ ଆସିଲା , ସେତେବେଳେ ରାମସେ ବ୍ରଦର୍ସ ଚର୍ଚ୍ଚର ପୂଜାରୀ ଠାରୁ ଅନୁମତି ନେଲେ। କେବଳ ଏତିକି ନୁହେଁ , ସେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଶ୍ମଶାନରେ ଗୋଟିଏ  ସ୍ଥାନ ବାଛିଲେ, ଯେଉଁଠି କୌଣସି ଶବକୁ ପୋତା ଯାଇ ନଥିବ।

ସବୁ ଜିନିଷ ସେଟ୍‌ କରିବା ପରେ ରାତିରେ ସୁଟିଂ ଆରମ୍ଭ ହେଲା। ଦୃଶ୍ୟ ମୁତାବିକ , ଅଭିନେତା ଶ୍ମଶାନରେ ଖୋଦେଇ କରିବାକୁ ଲାଗିଲେ ଏବଂ ପୁଣି ସେଠାରୁ ଏକ ଅଧା ଶବ ବାହାରି ଆସିଲା। ଗାଁ ଲୋକେ ବିରକ୍ତ ହୋଇଗଲେ , ତାଙ୍କ ବିରୋଧରେ ଗଲେ ଏବଂ ସୁଟିଂ ରୋକିବାର ଧମକ ଦେବାକୁ ଲାଗିଲେ। ରାମସେ ବ୍ରଦର୍ସ ଯେଣତେଣ ଉପାୟରେ ଭିଡ଼କୁ ନିୟନ୍ତ୍ରଣ କଲେ ଏବଂ ପୁଣି ଶ୍ମଶାନରେ ମହମବତୀ ଜଳାଇଲେ ଏବଂ ପୂଜାରୀ ସହ ମିଶି ପ୍ରାର୍ଥନା କଲେ।

ଏହି ଫିଲ୍ମର ନାଁ ‘ ଦୋ ଗଜ୍‌ ଜମିନ କେ ନିଚେ’। ଏହାକୁ ୩.୫  ଲକ୍ଷର ବଜେଟ୍‌ରେ ତିଆରି କରାଯାଇ ଥିଲା ଏବଂ ଏହା ୪୦ ଲକ୍ଷ ଆୟ କରିଥିଲା। କହି ରଖୁଛୁ କି , ଏହି ଫିଲ୍ମକୁ ଏ ରେଟିଂ ସହ ରିଲିଜ କରାଯାଇ ଥିଲା। ଏହାର ଶୋ’ କେବଳ ରାତିରେ ରଖା ଯାଉଥିଲା , ତାହା ମଧ୍ୟ କେବଳ ଦିଲ୍ଲୀ ଓ ମୁମ୍ୱାଇରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.