ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଗୁଲର ମ୍ୟାଜିକ୍‌ : ଜର୍ଜିୟାକୁ ହରାଇଲା ତୁର୍କୀ

ଡର୍ଟମଣ୍ଡ,୧୯/୦୬ : ୧୯ବର୍ଷୀୟ ଯୁବ ବିସ୍ମୟ ଆର୍ଦା ଗୁଲରଙ୍କ ଦର୍ଶନୀୟ ଗୋଲ୍‌ ବଳରେ ତୁର୍କୀ ଚଳିତ ୟୁରୋ ଚାମ୍ପିଅନ୍‌ସିପ୍‌ରେ ରୋମାଞ୍ଚକର ବିଜୟ ସହ ଅଭିଯାନ ଆରମ୍ଭ କରିଛି । ମଙ୍ଗଳବାର ସିଗନାଲ ଇଡୁନା ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ଗ୍ରୁପ୍‌-ଏଫ୍‌ର ଏକ ମ୍ୟାଚ୍‌ରେ ତୁର୍କୀ ୩-୧ ଗୋଲ୍‌ରେ ନବାଗତ ଜର୍ଜିୟାକୁ ପରାଜିତ କରିଛି । ପ୍ରଥମ କରି ୟୁରୋ ଖେଳୁଥିବା ଜର୍ଜିୟା ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ମାତ୍ର ୬୫ତମ ମିନିଟ୍‌ରେ ଆର୍ଦା ଗୁଲରଙ୍କ ଗୋଲ୍‌ ଜର୍ଜିଆର ପଏଣ୍ଟ ସ୍ୱପ୍ନ ମଉଳାଇ ଦେଇଥିଲା । ୟୁରୋ ଇତିହାସରେ କନିଷ୍ଠ ଖେଳାଳି ଭାବେ ପଦାର୍ପଣ ମ୍ୟାଚ୍‌ରେ ଗୋଲ୍‌ କରି ଗୁଲର ନୂଆ ରେକର୍ଡ ସ୍ଥାପନ କରିଥିଲେ । ପୂର୍ବରୁ ଏହି ରେକର୍ଡ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାମରେ ରହିଥିଲା । ସେ ୨୦୦୪ ୟୁରୋରେ ପଦାର୍ପଣ କରି ୧୯ବର୍ଷ ୧୨୮ ଦିନ ବୟସରେ ଗୋଲ୍‌ କରିଥିଲେ । 

ବର୍ତ୍ତମାନ ଗୁଲରଙ୍କ ବୟସ ୧୯ବର୍ଷ ୧୧୪ ଦିନ । ମ୍ୟାଚ୍‌ ଆରମ୍ଭରୁ ତୁର୍କୀ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ୨୫ତମ ମିନିଟ୍‌ରେ ମର୍ଟ ମୁଲ୍ଡରଙ୍କ ଗୋଲ୍‌ ବଳରେ ତୁର୍କୀ ଅଗ୍ରଣୀ ହାସଲ କରିଥିଲା । ଫର୍ହି କାଡିଲୋଗ୍ଲୁଙ୍କ ଏକ ପାସ୍‌ ଜର୍ଜିୟାର ରକ୍ଷଣ ଭାଗ ଭେଦ କରି ବକ୍ସ ନିକଟରେ ପହଞ୍ଚିଥିଲା । ନିକଟରେ ଥିବା ମୁଲ୍ଡର ତତ୍‌କ୍ଷଣାତ ବଲ୍‌କୁ ଜର୍ଜିୟା ଗୋଲ୍‌ ପୋଷ୍ଟରେ ପହଞ୍ଚାଇ ଦେଇଥିଲେ । ୨୮ତମ ମିନିଟ୍‌ରେ ଗୁଲରଙ୍କ ଏକ ପାସ୍‌କୁ କିନାନ ୟିଲଡିଜ୍‌ ଗୋଲ୍‌ରେ ପରିଣତ କରିଥିଲେ । ମାତ୍ର ଜର୍ଜିୟା ଖେଳାଳିଙ୍କ ଅପିଲ୍‌ ପରେ ଭାର୍‌ ସହାୟତା ନିଆଯାଇଥିଲା ଓ ରେଫରୀ ଅଫ୍‌ସାଇଡ୍‌ ଦର୍ଶାଇ ଗୋଲ୍‌ ନାକଚ କରିଦେଇଥିଲେ । ୩୨ତମ ମିନିଟ୍‌ରେ ଜର୍ଜିୟା ଗୋଲ୍‌ ପରିଶୋଧ କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲା । ମେଜ୍‌ ଷ୍ଟ୍ରାଇକର ଜର୍ଜେସ ମିକାଉତେଜ ଏହି ଗୋଲ କରି ୧-୧ରେ ସ୍ଥିତି ବରାବର କରିଥିଲେ । 

ୟୁରୋ ଇତିହାସରେ ଏହା ଜର୍ଜିୟାର ପ୍ରଥମ ଗୋଲ୍‌ ରହିଥିଲା । ଏହାପରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ଅନେକ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ଗୋଲ୍‌ କରିବାରେ ଉଭୟ ଦଳ ବିଫଳ ହୋଇଥିଲେ । ଶେଷରେ ୬୫ତମ ମିନିଟ୍‌ରେ ଗୁଲର ଗୋଲ କରି ରୋମାଞ୍ଚ ଭରିଦେଇଥିଲେ । ଜର୍ଜିୟା ପାଇଁ ମ୍ୟାଚ୍‌କୁ ଫେରିବା କଷ୍ଟକର ହୋଇଥିଲା । ତୁର୍କୀର ବିଜୟ ଏକପ୍ରକାର ପକ୍କା ହୋଇଯାଇଥିଲା । ତଥାପି ଇନ୍‌ଜୁରୀ ଟାଇମ(୯୦୍ମ୭ତମ ମିନିଟ୍‌)ରେ ତୁର୍କୀ ପକ୍ଷରୁ ମହମ୍ମଦ କିରିମ ଅକତୁରକୋଗ୍ଲୁ ତୃତୀୟ ଗୋଲ୍‌ କରିଥିଲେ ।

  • prameyanews
  • PrameyaOdia
  • prameya
  • Euro Cup 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.