ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସିଙ୍ଗଡ଼ା ଓ ଜିଲାପି ପାଇଁ ନାହିଁ କୌଣସି ସ୍ବାସ୍ଥ୍ୟ ସତର୍କତା; ବୟାନ ଜାରି କରି ଦାବିଗୁଡ଼ିକୁ ଖଣ୍ଡନ କଲା ପିଆଇବି

Published By : Soubhagya Ranjan | July 15, 2025 9:53 PM

ନୂଆଦିଲ୍ଲୀ,୧୫/୦୭: କେନ୍ଦ୍ର ସରକାରଙ୍କର ତଥ୍ୟ ଯାଞ୍ଚ ଶାଖା, ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ମଙ୍ଗଳବାର ଦିନ କହିଛି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିକ୍ରେତାମାନଙ୍କୁ ସ୍ୱାଦିଷ୍ଟ ଭାରତୀୟ ଖାଦ୍ୟ ଯଥା- ସିଙ୍ଗଡ଼ା, ଜିଲାପି ଏବଂ ଲଡୁ ଭଳି ମିଠା ଉପରେ ଚେତାବନୀ ଲେବଲ୍ ଲଗାଇବାକୁ ପରାମର୍ଶ ଦେଇନାହିଁ। ପିଆଇବି ଏକ୍ସରେ ପୋଷ୍ଟ କରିଛି ଯେ, "କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶରେ ବିକ୍ରେତାମାନଙ୍କ ଦ୍ୱାରା ବିକ୍ରି ହେଉଥିବା ଖାଦ୍ୟ ଉତ୍ପାଦ ଉପରେ କୌଣସି ଚେତାବନୀ ଲେବଲ୍ ଘୋଷଣା କରାଯାଇନାହିଁ ଏବଂ କୌଣସି ନିର୍ଦ୍ଦିଷ୍ଟ ଭାରତୀୟ ଖାଦ୍ୟକୁ ଏଥିପାଇଁ ଚୟନ କରାଯାଇ ନାହିଁ। କିଛି ଗଣମାଧ୍ୟମ ରିପୋର୍ଟ ଦାବି କରୁଛନ୍ତି ଯେ, '@MoHFW_INDIA, ସିଙ୍ଗଡ଼ା, ଜିଲାପି ଏବଂ ଲଡୁ ଭଳି ଖାଦ୍ୟ ଉତ୍ପାଦ ଉପରେ ସ୍ୱାସ୍ଥ୍ୟ ଚେତାବନୀ ଜାରି କରିଛି।"

ପିଆଇବି ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ସାଧାରଣ ପରାମର୍ଶରେ 'ପ୍ରତ୍ୟେକ ଖାଦ୍ୟ ଉତ୍ପାଦରେ ଥିବା ଫ୍ୟାଟ୍‌ ଏବଂ ମାତ୍ରାଧିକ ସୁଗାର ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ଏକ ବ୍ୟବହାରିକ ପ୍ରେରଣା' ବୋଲି କହିଥିଲା କିନ୍ତୁ ଏଥିରେ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥ ବିଷୟରେ କୁହାଯାଇନାହିଁ। ପିଆଇବି ଆଗକୁ ମଧ୍ୟ କହିଛି ଯେ,' ଏହି ପରାମର୍ଶ କାର୍ଯ୍ୟସ୍ଥଳରେ ସୁସ୍ଥ ବିକଳ୍ପ ଏବଂ ଲୋକଙ୍କୁ ସୁସ୍ଥ ଖାଦ୍ୟ ଏବଂ ଜୀବନଯାପନ ପ୍ରତି ଅତିରିକ୍ତ ତେଲ ଏବଂ ଚିନି କମାଇବା ପାଇଁ ସୁସ୍ଥ ଜୀବନ ବାଛିବାକୁ ଅନୁରୋଧ କରେ। ଏହା ଭାରତର ସମୃଦ୍ଧ ଷ୍ଟ୍ରିଟ୍ ଫୁଡ୍ ସଂସ୍କୃତିକୁ ଟାର୍ଗେଟ କରୁ ନାହିଁ,।" 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ କାଫେଟେରିଆ ଏବଂ ସାର୍ବଜନୀନ କ୍ଷେତ୍ରଗୁଡ଼ିକରେ ଖୁବ୍ ଶୀଘ୍ର ସିଙ୍ଗଡ଼ା, ଜିଲାପି ଏବଂ ଲଡ଼ୁ ଭଳି ଖାଦ୍ୟ ପାଇଁ ଚେତାବନୀ ପ୍ରଦର୍ଶନ କରାଯିବ ବୋଲି ଅନେକ ରିପୋର୍ଟରେ ଦାବି କରାଯିବା ପରେ ପିଆଇବିର ଏହି ସ୍ପଷ୍ଟୀକରଣ ଆସିଛି। କିନ୍ତୁ ପ୍ର‌ଥମେ ନାଗପୁର ଏହି ନିର୍ଦ୍ଦେଶକୁ ଅନୁସରଣ କରିବା ଆରମ୍ଭ କରିଦେଇଥିଲା। ରିପୋର୍ଟଗୁଡ଼ିକ ଆହୁରି ଦାବି କରିଛି ଯେ ମନ୍ତ୍ରଣାଳୟ ଏମ୍ସ ନାଗପୁର ସମେତ ସମସ୍ତ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକୁ "ତେଲ ଏବଂ ଚିନି ବୋର୍ଡ" ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛି। ପ୍ରତିଦିନର ଖାଦ୍ୟରେ କେତେ ପରିମାଣରେ ଫ୍ୟାଟ ଏବଂ ସୁଗାର ଲୁଚି ରହିଛି ତାହା ସ୍ପଷ୍ଟ ପୋଷ୍ଟର ମାଧ୍ୟମରେ ଲେଖାଯାଇଛି। ଏହା ଦ୍ବାରା ଜଙ୍କ ଫୁଡ୍‌କୁ ତମାଖୁ ପରି ବ୍ୟବହାର କରୁଥିବା ଲୋକଙ୍କୁ ସଚାତନ ଦିଗରେ ପ୍ରଥମ ପଦକ୍ଷେପ ଅଟେ।

ଏମ୍ସ ନାଗପୁରର ଅଧିକାରୀମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ସର୍କୁଲାର ପାଇଛନ୍ତି ଏବଂ କାଫେଟେରିଆ ଓ ସାର୍ବଜନୀନ ସ୍ଥାନରେ ଏହି ବୋର୍ଡଗୁଡ଼ିକୁ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ସରକାରୀ ଚିଠିରେ ଏକ ଚିନ୍ତାଜନକ ସଂଖ୍ୟା ମଧ୍ୟ ଦର୍ଶାଯାଇଛି ଯେ, ୨୦୫୦ ସୁଦ୍ଧା ୪୪.୯ କୋଟିରୁ ଅଧିକ ଭାରତୀୟ ଓଜନ କିମ୍ବା ମେଦବହୁଳତାର ଶିକାର ହୋଇପାରନ୍ତି, ଯାହାଦ୍ବାରା ଭାରତ ମେଦବହୁଳତା କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ବୃହତମ ହବ୍‌ ପାଲଟିପାରେ। ସହରଗୁଡ଼ିକରେ, ପ୍ରତି ପାଞ୍ଚ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ମେହବହୁଳତାର ଶିକାର ହୋଇଛନ୍ତି। ଖରାପ ଖାଦ୍ୟ ଏବଂ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଦ୍ୱାରା ଶିଶୁ ମେଦବହୁଳତାବୃଦ୍ଧି ଆହୁରି ଚିନ୍ତା ବଢ଼ାଇ ଦେଉଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.