ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଲଓ୍ବେରେ ଯାତ୍ରା କରିବା ଓ ସବୁବେଳେ ଯଦି ତତ୍କାଳ ଟିକେଟ ବୁକ୍ କରୁଛନ୍ତି ତେବେ ଆଜିଠାରୁ ଏସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ମାସ ଅର୍ଥାତ ୧ ଜୁଲାଇରୁ ତତ୍କାଳ ଟିକେଟ ବୁକିଂ ପାଇଁ ଆଧାର କାର୍ଡ ଅଥଣ୍ଟିକେସନକୁ ଜରୁରୀ କରି ଦିଆଯାଇଥିଲା। ଏବେ ଆଇଆରସିଟିସିର ଓ୍ବେବସାଇଟ୍ କିମ୍ବା ଆପ୍ ଜରିଆରେ ଅନଲାଇନ୍ ତତ୍କାଳ ଟିକେଟ ବୁକିଂ ପାଇଁ ଆଧାର ଓଟିପି ବାଧ୍ୟତାମୂଳକ ହେବାକୁ ଯାଉଛି। ଆସନ୍ତୁ ଜାଣିବା କ’ଣ ଜରୁରୀ ନିୟମ ପରିବର୍ତ୍ତନ ହୋଇଛି ଓ ଏଥିରେ କ’ଣ ଲାଭ ହେବ ?
ଏପର୍ଯ୍ୟନ୍ତ ତତ୍କାଳ ଟିକେଟ ବୁକ୍ କରିବା ସାଧାରଣ ୟୁଜରଙ୍କ ପାଇଁ କୌଣସି ଯୁଦ୍ଧଠାରୁ କମ୍ ନୁହେଁ। ଯେପରି ତତ୍କାଳ ଟିକେଟ ଓ୍ବିଣ୍ଡୋ ଓପନ ହୁଏ, ବୁକିଂ ସମ୍ପର୍କିତ ଦଲାଲ ଓ ନକଲି ଏଜେଣ୍ଟଙ୍କ କାରଣରୁ ମାତ୍ର କିଛି ମିନିଟ୍ରେ ବିକ୍ରି ହେଇଯାଉଥିଲା। ସାଧାରଣ ଯାତ୍ରୀମାନେ ନିରାଶ ହେଉଥିଲେ ଏବଂ ଟିକେଟ୍ ପାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ରେଳବାଇ ପକ୍ଷରୁ ତତ୍କାଳ ଟିକେଟ୍ ସମ୍ବନ୍ଧୀୟ ନିୟମରେ ଆଧାର ପ୍ରମାଣୀକରଣରେ ପରିବର୍ତ୍ତନ କରାଯାଇଛି, ଯାହା ଦ୍ୱାରା ସାଧାରଣ ଯାତ୍ରୀମାନେ ସହଜରେ ତତ୍କାଳ ଟିକେଟ୍ ବୁକିଂର ସୁଯୋଗ ପାଇପାରିବେ ଏବଂ ଯେଉଁମାନେ ଏହି କାମରେ ଠକେଇ କରନ୍ତି ସେମାନଙ୍କ ଉପରେ ରୋକ ଲଗାଯାଇପାରିବ। କେବଳ ପଞ୍ଜିକୃତ ଉପଭୋକ୍ତାମାନେ ଟିକେଟ୍ ବୁକ୍ କରିପାରିବେ।
ଯଦି ଆମେ ତତ୍କାଳ ଟିକେଟ୍ ବୁକିଂର ନିୟମରେ ପରିବର୍ତ୍ତନ ସମ୍ପର୍କରେ ଭାରତୀୟ ରେଳବାଇ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତିକୁ ଦେଖିବା, ତେବେ ୧ ଜୁଲାଇରୁ ଆଧାର ପ୍ରମାଣୀକରଣ ମାଧ୍ୟମରେ ଆଇଆରସିଟିସିରେ ତତ୍କାଳ ଟିକେଟ୍ ବୁକ୍ କରିବାର ନିୟମ କାର୍ଯ୍ୟକାରୀ ହୋଇଥିବା ବେଳେ, ୧୫ ଜୁଲାଇ, ୨୦୨୫ ତାରିଖକୁ ଓଟିପି ଆଧାରିତ ଆଧାର ପ୍ରମାଣୀକରଣକୁ ବାଧ୍ୟତାମୂଳକ କରିବା ପାଇଁ ସ୍ଥିର କରାଯାଇଥିଲା। ରେଳବାଇ ଦ୍ୱାରା ଏହି ପରିବର୍ତ୍ତନ ସୁନିଶ୍ଚିତ କରିବ ଯେ ତତ୍କାଳ ଟିକେଟ୍ ବୁକିଂ ସେହି ଉପଭୋକ୍ତା ଦ୍ୱାରା କରାଯିବ ଯାହାଙ୍କର ଆଧାର ନମ୍ବର ପଞ୍ଜିକୃତ। ନିୟମରେ ଏହି ପରିବର୍ତ୍ତନ ତତ୍କାଳ ଟିକେଟ୍ ବୁକିଂ ପାଇଁ କାର୍ଯ୍ୟକାରୀ କରାଯାଉଛି।