ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶ ସ୍ଥଗିତ; ଗ୍ରାଣ୍ଡ ମୁଫତିଙ୍କ ହସ୍ତକ୍ଷେପ ଆଣି ଦେଲା ଖୁସି ଖବର

Published By : Bijay Swain | July 15, 2025 11:47 PM

Image courtesy: indiatoday

ହାଇଦ୍ରାବାଦ: ୟେମେନରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖା ଯାଇଛି। ଏହି ମାମଲାରେ ଭାରତର ଗ୍ରାଣ୍ଡ ମୁଫତି ଶେଖ୍ ଆବୁବକର ଅହମ୍ମଦ, ଯିଏ କାନ୍ଥାପୁରମ ଏ.ପି. ଆବୁବକ୍କର ମୁସଲିୟାର ନାମରେ ମଧ୍ୟ ପରିଚିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସୂଚନା ମୁତାବକ, ନିମିଷା ପ୍ରିୟା ହେଉଛନ୍ତି କେରଳର ପାଲକ୍କଡ଼ ଜିଲ୍ଲାର ଜଣେ ୩୭ ବର୍ଷୀୟ ନର୍ସ। ୨୦୧୭ ମସିହାରେ ସେ ତାଙ୍କ ବ୍ୟବସାୟିକ ସହଯୋଗୀ ତାଲାଲ ଅବଦୋ ମାହଦିଙ୍କ ହତ୍ୟା ଅଭିଯୋଗରେ ୨୦୨୦ରେ ମୃତ୍ୟୁଦଣ୍ଡାଦେଶ ପାଇଥିଲେ। ତାଙ୍କର ଅନ୍ତିମ ଅପିଲ ୨୦୨୩ ମସିହାରେ ଖାରଜ ହେବା ପରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୬ ତାରିଖରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା। 

ଗ୍ରାଣ୍ଡ ମୁଫତି ଶେଖ୍ ଆବୁବକ୍କର ଅହମ୍ମଦ କେରଳରେ ରହୁଥିବା ଭାରତର ସୁନ୍ନୀ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା। ୟେମେନର ଅନ୍ୟ ଧାର୍ମୀକ ନେତାମାନଙ୍କ ସହ ଆଲୋଚନା କରି ସେ ଏହି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ କରିବାରେ ସଫଳ ହୋଇଛନ୍ତି। ସେ କହିଛନ୍ତି, “ଇସଲାମରେ ଏକ ନିୟମ ରହିଛି। ଯଦି ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ, ତେବେ ପୀଡ଼ିତଙ୍କ ପରିବାରକୁ କ୍ଷମା କରିବାର ଅଧିକାର ରହିଛି।” ସେ ୟେମେନର ପ୍ରସିଦ୍ଧ ସୁଫି ଧର୍ମଗୁରୁ ଶେଖ ହାବିବ ଉମର ବିନ ହାଫିଜଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଯାହାଫଳରେ ତାଲାଲଙ୍କ ପରିବାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି। 

ୟେମେନର ଥିବା ଶରିଆ ନିୟମ ଅନୁଯାୟୀ, ପୀଡ଼ିତଙ୍କ ପରିବାର ‘ଦିୟା’ (ରକ୍ତ ପଣ ବା ବ୍ଲଡ ମନି) ଗ୍ରହଣ କରି ଅଭିଯୁକ୍ତଙ୍କୁ କ୍ଷମା ପ୍ରଦାନ କରିପାରିବାର ନିୟମ ରହିଛି। ନିମିଷାଙ୍କ ପରିବାର ପୀଡ଼ିତଙ୍କ ପରିବାରକୁ ୮.୬ କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ଆଲୋଚନା ଏବେ ମଧ୍ୟ ଜାରି ରହିଛି, ଯାହା ନିମିଷାଙ୍କ ଜୀବନ ରକ୍ଷା ପାଇଁ ନୂତନ ଆଶା ସୃଷ୍ଟି କରିଛି। 

ଭାରତ ସରକାର ମଧ୍ୟ ଏହି ମାମଲାରେ କୂଟନୈତିକ ସ୍ତରରେ ସହାୟତା କରୁଛନ୍ତି। ନିମିଷାଙ୍କ ଓକିଲ ସୁଭାଷ ଚନ୍ଦ୍ରନ ଓ ‘ସେଭ୍ ନିମିଷା ପ୍ରିୟା ଇଣ୍ଟରନ୍ୟାସନାଲ ଆକ୍ସନ କାଉନସିଲ’ ମଧ୍ୟ ଏହି ପ୍ରୟାସରେ ସାମିଲ ରହିଛନ୍ତି। ଗ୍ରାଣ୍ଡ ମୁଫତିଙ୍କ କହିବା ଅନୁଯାୟୀ, ଏହି ସ୍ଥଗିତାଦେଶ ଆଲୋଚନା ପାଇଁ ଅଧିକ ସମୟ ଦେଇଛି। ଯାହା ନିମିଷାଙ୍କ ମୃତ୍ୟୁଦଣ୍ଡ ରଦ୍ଦ କରିବାରେ ସହାୟକ ହୋଇପାରେ। 

ଗ୍ରାଣ୍ଡ ମୁଫତିଙ୍କ ହସ୍ତକ୍ଷେପ ଓ ୟେମେନର ଧର୍ମୀୟ ନେତାଙ୍କ ସହଯୋଗ ନିମିଷାଙ୍କ ଜୀବନ ରକ୍ଷା କରିବାରେ ଆଶାର କିରଣ ଦେଖାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.