ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା; ୫ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍

Published By : Prameya | July 15, 2025 1:40 PM

ଭୁବନେଶ୍ୱର ୧୫/୦୭:  ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା। ଗିରଫ ୫ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌। ୨୯ ନଂ ୱାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତ( ଜୀବନ),  ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ଜାମିନ୍‌ ମିଳିଛି। ପୂର୍ବରୁ ମଧ୍ୟ ୯ ତାରିଖରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ସମାନ ମାମଲାରେ ଜାମିନ୍ ମିଳିସାରିଛି।  

ସୂଚନା ଅନୁଯାୟୀ, ଗତ ଜୁନ୍‌ ୩୦ ତାରିଖରେ  ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ  ବିଏମସି ଅଫିସ ଭିତରେ ମରଣାନ୍ତକ  ଆକ୍ରମଣ ହୋଇଥିଲା । ତାଙ୍କୁ ଅଭିଯୋଗ ପ୍ରକୋଷ୍ଠରୁ ଘୋଷାଡ଼ି ବିଧା, ଗୋଇଠା  ମାଡ଼ ମାରବା ସହ ଅପହରଣ ଉଦ୍ୟମ  ହୋଇଥିଲା । ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଆରମ୍ଭରୁ ଅଭିଯୋଗ ଉଠିଥିଲା । ଏହାକୁ ନେଇ ବିଜେଡି  ଧାରଣାରେ ବସିଥିଲା ।  ପୁଲିସ ଏହି ମାମଲାରେ ବିଜେପି କର୍ପୋରେଟର ଜୀବନ ରାଉତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲେ। ପରେ ସମାନ ମାମଲାରେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜରକୁ ପଠାଯାଇଥିଲା। ଜୁଲାଇ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ଶୁଣାଣି ହୋଇଥିଲା । ତାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ କୋର୍ଟ।  ଜଣେ ଜାମିନ୍‌ଦାର ଓ ୩୦ ହଜାର ଟଙ୍କା ବଦଳରେ ବେଲ୍‌ ମିଳିଥିଲା।

ଉଲ୍ଲେଖଯୋଗ୍ୟ ଯେ,  ଜଗନ୍ନାଥଙ୍କ ବିରୋଧରେ  ଦଫା ୩୩୩ (ଆଘାତ, ଆକ୍ରମଣ  ନିରୋଧ ଯୋଜନା ପରେ ଅନଧିକାର  ଗୃହ ପ୍ରବେଶ), ୧୩୨ (ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟ ନିର୍ବାହରୁ  ଭୟଭୀତ କରିବା), ୧୨୧(୧) (ସରକାରୀ ଅଧିକାରୀଙ୍କୁ ଆଘାତ  ଦେବା), ୧୨୧(୨) (ଜୀବନ ହାନି ଉଦ୍ଦେଶ୍ୟରେ ସରକାରୀ ଅଧିକାରୀଙ୍କୁ  ଆଘାତ), ୩୫୧(୨) ଅପରାଧିକ  ଭୟ ପ୍ରଦର୍ଶନ, ୬୨, ୩୦୪ (ଝାମ୍ପିବା  ବା ଲୁଟିନେବା), ୫୪ (ସଙ୍ଗଠିତ  ଅପରାଧ), ୬୧(୨) (ଅପରାଧିକ  ଷଡ଼ଯନ୍ତ୍ର), ୧୮୯(୨) (ବେଆଇନ  ସମାବେଶ) ଓ ୧୯୦(ଅପରାଧ ପାଇଁ  ବେଆଇନ ସମାବେଶ) ଓ ୩(୫)  ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଦଫା ଲାଗିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.