ପ୍ରମୂଖ ଖବର
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ

Published By : Prameya | July 15, 2025 9:14 AM

କଟକ,୧୫/୦୪: ପ୍ରାୟ ବର୍ଷେ ପରେ ମଙ୍ଗଳବାର ଦିନ ପୁଣି କଟକ ସହର ଆସୁଛନ୍ତି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରେଭେନ୍ସା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ, ରେଭେନ୍ସା ବାଳିକା ବିଦ୍ୟାଳୟକର ଉନ୍ନତିମୂଳକ କାମର ଶିଳାନ୍ୟାସ ଓ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦେବେ। ଏନେଇ ସାଂସ୍କୃତିକ ସହର କଟକ ପୂରା ପ୍ରସ୍ତୁତ। ପ୍ରଶାସନଠାରୁ ଆରମ୍ଭ କରି ପୁଲିସ ପକ୍ଷରୁ  ସମସ୍ତ ବ୍ୟବସ୍ଥା  ଶେଷ ହୋଇଛି। ଛାତ୍ରଛାତ୍ରୀ, ବୃଦ୍ଧିଜୀବୀଙ୍କ ସହିତ ସମସ୍ତ କଟକବାସୀ ମହାମହିମଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରିଛନ୍ତି। ମଙ୍ଗଳବାର ଦିନ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଦେଶର ପ୍ରଥମ ନାଗରିକ କଟକ ସହରରେ ବିତାଇବେ। 

ଦୀର୍ଘ ୩ ବର୍ଷର ବ୍ୟବଧାନ  ପରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ  ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ପ୍ରଥମ  ଓଡ଼ିଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି  ଭାବେ ଯୋଗ ଦେବେ । ତାଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତିଥି ଆସନ  ଅଳଙ୍କୃତ କରିବେ । ଏଥିପାଇଁ ରେଭେନ୍ସାରେ ବିଶେଷ ପ୍ରସ୍ତୁତି  ହୋଇଛି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ମୁଖ୍ୟ ଫାଟକ ସହ  ସେଭେନ୍‌ ପିଲାର ଅଫ୍‌ ୱିଜଡମ୍‌କୁ ସୁସଜ୍ଜିତ କରାଯାଇଛି ।  ରାଷ୍ଟ୍ରପତିଙ୍କୁ ସମସ୍ତ ଅତିଥି, ବିଶ୍ୱବିଦ୍ୟାଳୟ କୁଳପତି ସ୍ୱାଗତ  କରିବା ସହ ସଭାସ୍ଥଳିକୁ ପାଛୋଟି ନେବେ । ରାଷ୍ଟ୍ରପତିଙ୍କୁ  ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବା ପରେ ସମ୍ମିଳନୀ କକ୍ଷରେ  ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହେବ । 

ଏନେଇ ସୋମବାର ପୂର୍ବାହ୍ନ ଏବଂ ଅପରାହ୍ନରେ ଦୁଇ ଥର ରିହର୍ସାଲ କରାଯାଇଛି । ଘଣ୍ଟାଏ ଧରି ଚାଲିବାକୁ ଥିବା ଏହି  କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ପ୍ରଦାନ କରିବେ । ଅନ୍ୟ  ଅତିଥିମାନେ ବକ୍ତବ୍ୟ ରଖିବେ । କୃତୀ ଛାତ୍ରଛାତ୍ରୀମାନଙ୍କୁ  ଡିଗ୍ରୀ ସାର୍ଟିଫିକେଟ୍‌ ସହ ସ୍ୱର୍ଣ୍ଣପଦକ ଏବଂ ୪ ଜଣ ବିଶିଷ୍ଟ  ବ୍ୟକ୍ତିଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିବେ ରାଷ୍ଟ୍ରପତି । କଟକ ଡିସିପି ସମ୍ମିଳନୀ କକ୍ଷରେ ସମସ୍ତ ବ୍ୟବସ୍ଥାର ତଦାରଖ କରିବେ । ୫ଟି ହଲ୍‌ରେ  ସ୍କ୍ରିନ୍‌ରେ କାର୍ଯ୍ୟକ୍ରମ ଦେଖିବା ବ୍ୟବସ୍ଥା ହୋଇଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.