ଭୁବନେଶ୍ଵର, ୧୫/୦୭ : ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟ ରାଜନୀତି ହୁଲୁସ୍ତୁଲ। ଏହି ଘଟଣାକୁ ନେଇ ବିଜେଡି ନେତାମାନେ ଜୋରଦାର୍ ବର୍ଷିଛନ୍ତି। ବିଜେଡି ନେତା ବ୍ୟୋମକେଶ ରାୟ କହିଛନ୍ତି। ରାଜ୍ୟରେ ଆରାଜକତା ଚାଲିଛି। ସେ ଝିଅର ଅଭିଯୋଗ କେହି ଶୁଣିଲେନି। ରାତି ଅଧରେ ଲୁଚେଇ ପୁଲିସ ସାହାଯ୍ୟରେ ତାଙ୍କ ପାର୍ଥିବ ଶରୀରକୁ ନେଇଗଲେ । ଏହି ଘଟଣା ପାଇଁ ଯେଉଁମାନେ ଦାୟୀ, ସେମାନେ ଇସ୍ତଫା ଦିଅନ୍ତୁ। ପୀଡ଼ିତା ମୁଖ୍ୟମନ୍ତ୍ରୀଙ୍କୁ ଟ୍ଵିଟ୍ କରିଥିଲା ତାକୁ ନ୍ୟାୟ ଦେଇପାରିଲନି। ୨ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ। ଏହି ଘଟଣାରେ ସମସ୍ତେ ଦାୟୀ। ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବେ, ପିକେଟିଂ କରିବେ।
ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ମୁଁ ବାଲେଶ୍ୱର ଯାଇଥିଲି। ୩ଟି ସିସିଟିଭି ଫୁଟେଜ୍ ଅଛି। ହେଲେ ଗୋଟିଏ ଫୁଟେଜ୍ ଭାଇରାଲ୍ ହେଉଛି। ଆଉ ଦୁଇଟା ଲୁଚେଇକି କାହାକୁ ସୁରକ୍ଷା ଦିଆଯାଉଛି। ଏହି ଫୁଟେଜ ସାମ୍ନାକୁ ଅଣାଯାଉ। ମୃତଦେହକୁ ଲୁଚେଇକି ନେବା ପାଇଁ ଚେଷ୍ଟା କରିଥିଲେ । ଆମେ ଧାରଣାରେ ବସିଥିଲୁ, ପୋଷ୍ଟମର୍ଟମ କରୁନଥିଲେ। ଆମେ ବାଧ୍ୟ କଲା ପରେ କଲେ। ପୁରୀ ନେବା ପାଇଁ ନିଷ୍ପତ୍ତି କରିଥିଲେ ଆମେ ପ୍ରାତିବାଦ କରିବାରୁ ବାଲେଶ୍ୱର ନେଲେ । ସେ ଆତ୍ମହତ୍ୟା କରିନି ତାକୁ ମାରିଦେଇଛନ୍ତି । ବିଚାର ବିଭାଗୀୟ ତଦନ୍ତ କରାଯାଉ। ଫାଷ୍ଟ ଟ୍ରାକ୍ କୋର୍ଟ କରି ନ୍ୟାୟ ଦିଅନ୍ତୁ। ସେ ଝିଅ ପାଖରେ ପେଟ୍ରୋଲ କେଉଁଠୁ ଆସିଲା, ପେଟ୍ରୋଲ କିଏ ଦେଲା, କଲେଜରେ ଫାୟାର ସେଫଟି କାହିଁକି ନଥିଲା ତାହାର ତଦନ୍ତ ହେଉ।
ସେହିପରି ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଛାତ୍ର ଆନ୍ଦୋଳନ ଏହାକୁ ତୀବ୍ର ରୂପ ଦେବ। ବିଜୁ ଯୁବ ଓ ଛାତ୍ର ଜନତା ଦଳ ଦୃଢ଼ ପ୍ରତିବାଦ କରିବେ। କଲେଜ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ହେବ । ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ବର୍ତ୍ତମାନ ଠାରୁ ଆରମ୍ଭ ହେଲା।