ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

କେଶ ଝଡ଼ିବାକୁ ରୋକି ହେୟାର ଗ୍ରୋଥ୍‌ରେ ସାହାଯ୍ୟ କରିଥାଏ ନାଲି ମନ୍ଦାର … ଜାଣନ୍ତୁ ଏହି ଗଛକୁ ଲଗାଇବାର ସହଜ ଉପାୟ

Published By : Prameya | August 1, 2024 5:18 PM

ନୂଆଦିଲ୍ଲୀ – ଅନେକ ଏମିତି ଫୁଲ୍ ଓ ପତ୍ର ଅଛି, ଯାହାକୁ ଔଷଧ ପରି ବ୍ୟବହାର କରାଯାଏ, ଏଥିରେ ଗୋଟିଏ ହେଉଛି ମନ୍ଦାର ଫୁଲ। ଏହି ଫୁଲରେ ଥିବା ଆମିନୋ ଏସିଡ୍ସ ଓ ଫ୍ଲେଭୋନଏଡ୍ସ କେଶକୁ ବଢାଇବାରେ ସାହାଯ୍ୟକାରି ହୋଇଥାଏ। ଏମିତି କି କେଶକୁ ସୂର୍ଯ୍ୟଙ୍କର ହାନିକାରର କିରଣରୁ ମଧ୍ୟ ରକ୍ଷା କରିବାର କାମ କରିଥାଏ। ମନ୍ଦାର ଫୁଲ ଓ ଏହାର ପତ୍ରରେ ତିଆରି ପ୍ୟାକ୍‌ କେଶ ପାଇଁ ଖୁବ୍‌ ଫଳପ୍ରଦ ମନେକରାଯାଏ। ମନ୍ଦାର ଫୁଲକୁ କିଛି ସ୍ଥାନରେ ଜସୁଦ , ଶୋ ଫ୍ଲାୱାର ଓ ଚାଇନା ରୋଜ୍‌ ମଧ୍ୟ କହନ୍ତି। 

ଏବେ କଥା ହେଲା ଯେ , ଏହାକୁ ଘରେ କେମିତି ଲଗାଯାଏ। ଯଦି ଆପଣଙ୍କ ଘରେ ମନ୍ଦାରଫୁଲ ଗଛ ଥାଏ , ତ ଆପଣଙ୍କୁ ନିୟମିତ ଭାବେ ଏହାକୁ ବ୍ୟବହାର କରିବାରେ ଅସୁବିଧା ହେବ ନାହିଁ, ଏହା ଦେଖିବାକୁ ମଧ୍ୟ ସୁନ୍ଦର ଲାଗିଥାଏ , ତ ଆପଣଙ୍କ ବାଲକୋନୀ ଓ ବଗିଚାର ଶୋଭା ମଧ୍ୟ ବଢାଇବ , ଚାଲନ୍ତୁ ଜାଣିବା ଏହାକୁ ଲଗାଇବାର ଉପାୟ।  

ଗଛରୁ ଡାଳକୁ କାଟି କରନ୍ତୁ  କଲମି ଗଛ –

ମନ୍ଦାର ଗଛର ଡାଳକୁ କାଟି ଲଗାଇବା ଖୁବ୍‌ ସହଜ ହୋଇଥାଏ, ଏଥିପାଇଁ ଆପଣଙ୍କୁ ଗଛର ୬ ଇଞ୍ଚ ଲମ୍ୱା ଡାଳର ଆବଶ୍ୟକ ହେବ। ଏଥିରେ ଡାଳରୁ ତଳ ଆଡୁ ଥିବା ୪-୫ ଟି ପତ୍ରକୁ ହଟେଇବା ପରେ ଏକ ପାତ୍ରରେ ପାଣି ନିଅନ୍ତୁ, ପୁଣି ଏହି ଡାଳର ଅଧା ଭାଗକୁ ପାଣିରେ ବୁଡ଼ାଇ ଅଳ୍ପ ଆଲୋକରେ ରଖି ଦିଅନ୍ତୁ। ୩-୪ ସପ୍ତାହରେ ହିଁ ଏଥିରୁ କଲମି ବାହାରିବ , ଏବେ ଏହାକୁ ଆପଣ ଗ୍ରୋ ବ୍ୟାଗ୍‌ କି ମାଟି ହାଣ୍ଡିରେ ଟ୍ରାନ୍ସପ୍ଲାଣ୍ଟ କରି ପାରିବେ। 

ମାଟି ହାଣ୍ଡିରେ କଲମି ଲଗାଇବାର ଉପାୟ –

ମନ୍ଦାର ଗଛର କଲମିକୁ ସିଧା ମାଟି ହାଣ୍ଡିରେ ମଧ୍ୟ ଲଗାଇ ପାରିବେ, ଏଥିପାଇଁ ମାଟି ହାଣ୍ଡିରେ ମାଟି ଭରିବା ପରେ କଲମିର ଅଧା ଅଂଶକୁ ଏଥିରେ ପୋତି ହାଲକା ପାଣି ଛିଞ୍ଚି ଦିଅନ୍ତୁ। ଏହି ସମୟରେ ଧ୍ୟାନ ରଖିବ କି, ମାଟି ହାଣ୍ଡିରେ ଅଧିକ ପାଣି ପକାଇବା ଉଚିତ ନୁହେଁ। ମନ୍ଦିରର କଲମି ଲଗାଇବା ସମୟରେ ମାଟିରେ ହାଲକା ବାଲି ବି ମିଶେଇବା ଉଚିତ୍‌, ଯେଉଁଥିରେ ମାଟିର ଆର୍ଦତା ବଜାୟ ରହୁ ଏବଂ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ ମିଳିବ।

ଏମିତି ଲଗାନ୍ତୁ ମନ୍ଦାରର ମଞ୍ଜି – 

ମନ୍ଦାର ଫୁଲର ମଞ୍ଜିରୁ ମଧ୍ୟ ଗଛର ବୃଦ୍ଧି କରାଯାଇ ପାରେ। ଏଥିପାଇଁ ଗ୍ରୋ ବ୍ୟାଗ୍‌ ବା ଛୋଟ ସାଇଜ୍‌ର ମାଟି ହାଣ୍ଡିକୁ ବ୍ୟବହାର କରିବା ଉଚିତ୍। ସର୍ବ ପ୍ରଥମେ ଗ୍ରୋ ବ୍ୟାଗ୍‌ ବା ହାଣ୍ଡିରେ ମାଟି ଭର୍ତ୍ତି କରି ମନ୍ଦାର ଫୁଲର ମଞ୍ଜିକୁ ବିଛେଇ ଦିଅନ୍ତୁ। ଏବେ ଅଳ୍ପ ମାତ୍ରାରେ ପାଣି ସ୍ପ୍ରେ କରନ୍ତୁ, ଏହାପରେ କିଛିଦିନ ପରେ ହିଁ ଏଥିରୁ ଗଛ ବାହାରିବ।

ଏହି କଥାକୁ ଧ୍ୟାନରେ ରଖ – 

ମନ୍ଦାର ଗଛ ଲଗାଇବା ପାଇଁ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ସମୟ ସବୁଠୁ ଭଲ ଥାଏ। ଗଛକୁ ସୁସ୍ଥ ରଖିବା ପାଇଁ ୮ରୁ ୧୦ ଘଣ୍ଟାର ଧରା ନିଶ୍ଚୟ ଦେଖାଇବା ଉଚିତ୍‌ , ଏହାସହ ଗଛରେ ସମୟ ଅନ୍ତରରେ ଖତ ଓ ସାର ପକାନ୍ତୁ। କାରଣ ପୋଷଣର ହ୍ରାସ ପୂରା ହେବାରେ ଗଛ ଖୁବ୍‌ ଜୋରରେ ବଢିବ। ଏହା ବ୍ୟତୀତ ଶୁଖିଲା ପତ୍ର ଓ ନଷ୍ଟ ହୋଇ ଯାଇଥିବା ଅଂଶକୁ କାଟି ଅଲଗା କରି ଦିଅନ୍ତୁ , ଯାହାକି ଗଛର ବୃଦ୍ଧିରେ ଏହା ବାଧା ସୃଷ୍ଟି କରି ନଥାଏ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.