ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଗଞ୍ଜେଇ ବେପାରୀଙ୍କ ମୃତଦେହ ଠାବ, ପୋଲିସ ହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ

କନ୍ଧମାଳ,୩୦/୦୯: ଡାଙ୍ଗଣାମୁ ଘାଟି ରାସ୍ତାରୁ ଜଣେ ଗଞ୍ଜେଇ ବେପାରୀଙ୍କ ମୃତଦେହ ଠାବ ହୋଇଛି । ତାଙ୍କୁ ପୋଲିସ ମାନେ ପିଟି ହତ୍ୟା କରିଥିବା ପରିବାର ଲୋକ ଗୋଛାପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ମୃତ ବ୍ୟକ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରାପଡ଼ା ଗ୍ରାମର ଜ୍ୟୋଷ୍ଠ ବଣ୍ଡକି ବୋଲି ଜଣାପଡ଼ାଛି । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଡାଙ୍ଗଣାମୁ ଘାଟି ରାସ୍ତା ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସେପ୍ଟେମ୍ୱର ୨୬ ତାରିଖରେ ଜ୍ୟୋଷ୍ଠ ବଣ୍ଡକି ଏବଂ ଦାସିରି ଦିଗାଲ ନାମକ ଦୁଇ ଜଣ ମିଶି ଗୋଟିଏ ବାଇକରେ ଗଞ୍ଜେଇ ଧରି କଣ୍ଟାମାଳ ଅଭିମୁଖେ ଯାଉଥୁଲେ । ଏହି ସମୟରେ ପୋଲିସ ପେଟ୍ରୋଲିଂ ଗାଡ଼ି ସେମାନଙ୍କୁ ଡାଙ୍ଗଣାମୁ ଘାଟିରେ କାବୁ କରିଥିଲେ । କିନ୍ତୁ ପୋଲିସମାନଙ୍କ କବଳରୁ ଦାସିରି ଦିଗାଲ ଖସି ପଳାଇଥିଲା । ତାପରେ ଜ୍ୟୋଷ୍ଠକୁ ପୋଲିସମାନେ ଧରି ବାଡେଇ ଥିଲେ ଏବଂ ସେ ମରିଯିବାରୁ ତାକୁ ଘାଟି ତଳେ ପକାଇ ଦେଇ ତାର ବାଇକ୍‌କୁ ନେଇଁ ଥାନାକୁ ପଳାଇଥିଲେ । ଏହି ଖବର ଗ୍ରାମବାସୀ ମାନେ ମୃତକଙ୍କ ଘର ଲୋକଙ୍କୁ ଜଣାଇଥିଲେ । ତାପରେ ଘର ଲୋକ ଶନିବାର ଜ୍ୟୋଷ୍ଠର ମୃତଦେହ ଘାଟି ତଳେ ପଡ଼ିଥିବା ଦେଖି ଗୋଛାପଡ଼ା ଥାନାରେ ଲିଖିତ ଏତଲା ଦେଇଥିଲେ । ତାଙ୍କୁ ହତ୍ୟା କରିଥିବା ପୋଲିସମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ପରିବାରଲୋକେ । ଅଭିଯୋଗ ଆଧାରରେ ଘଟଣା ସ୍ଥଳକୁ ଡଗ୍‌ ସ୍କ୍ୱାର୍ଡ ଏବଂ ସାଇଣ୍ଟିଫିକ୍ ଟିମ୍ ଯାଇ ମୃତକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଅନ୍ୟପଟେ ଘଟଣାକୁ ନେଇଁ ଗୋଛାପଡ଼ା ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି । ତେବେ ଏହି ଘଟଣାକୁ ଗୁରୁତର ସହିତ ନେଇଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜଣେ ଡିଏସପିଙ୍କୁ ଦାୟିତ୍ୱ ଦେବା ସହିତ ତାଙ୍କର ହତ୍ୟା କିଭଳି ପରିସ୍ଥିତିରେ ହେଇଛି, ତାର ତଦନ୍ତ ଚାଲିଛି । ତଦନ୍ତରେ ଯାହାର ମଧ୍ୟ ସମ୍ପୃକ୍ତି ଆସିବ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫୁଲବାଣୀ ଡିଏସପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.