ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପାକିସ୍ତାନର ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ଫ୍ଲଡଲାଇଟ୍, ପ୍ରାୟ ଅଧଘଣ୍ଟା ବନ୍ଦ ରହିଲା ଖେଳ

ଲାହୋର୦୬/୦୯: ପାକିସ୍ତାନରେ ବିଦ୍ୟୁତ୍ ବିଲକୁ ନେଇ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଏସିଆ କପ୍ ବେଳେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଛି । ଆଜି ସୁପର୍-୪ର ପ୍ରଥମ ମୁକାବିଲା ପାକିସ୍ତାନ-ବାଂଲାଦେଶ ମଧ୍ୟରେ ଲାହୋର ଗଦ୍ଦଫି ଷ୍ଟାଡିୟମରେ ଖେଳା ଯାଉଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଅଲଆଉଟ୍ ହୋଇଥିବା ବେଳେ ୧୯୪ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ପାକିସ୍ତାନ । 

ପାକିସ୍ତାନରେ ବିଜୁଳି ସଂକଟ, ୟୁନିଟ୍ ପିଛା ୫୬ ଟଙ୍କା

ଘରୋଇ ଗ୍ରାଉଣ୍ଡରେ ପାକିସ୍ତାନ ଖେଳୁଥିବା ବେଳେ ହଠାତ୍ ଷ୍ଟାଡିୟମର ଏକ ଫ୍ଲଡଲାଇଟ୍ ବନ୍ଦ ହୋଇ ଯାଇଥିଲା । ଫଳରେ ଖେଳ ବାଧାପ୍ରାପ୍ତ ହୋଇଥିଲା । ଖେଳାଳି ପଡ଼ିଆ ଛାଡ଼ିଥିବା ବେଳେ ଉପସ୍ଥିତ ଦର୍ଶକ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରିଥିଲେ । କଟିବାର ୨୦ ମିନିଟ୍ ପରେ ଫ୍ଲଡଲାଇଟ୍ ଜଳିବାରୁ ପାକିସ୍ତାନ ପୁଣି ବ୍ୟାଟିଂ ଆରମ୍ଭ କରିଛି ।

ସୁପର-୪ ମହାସଂଗ୍ରାମ: ୧୯୩ ରନ୍‌ରେ ବାଂଲାଦେଶ ଅଲଆଉଟ୍‌

୧୯୪ ରନର ପିଛା କରୁଥିବା ଘରୋଇ ଦଳ ୮ ଓଭରରେ କୌଣସି ୱିକେଟ୍ ନ ହରାଇ ୩୪ ରନ୍ କରିବାରେ ସକ୍ଷମ ହୋଇଛି । ଏବେ କ୍ରିଜରେ ଫଖର ଜମନ, ଇମାମ୍ ଉଲ୍ ହକ୍ ଅଛନ୍ତି । ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ ୩୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୩ ରନ୍ କରିବାରେ ଅଲଆଉଟ୍ ହୋଇଥିଲା ।

  • Pakistan
  • Floodlight
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.