ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସମ୍ପର୍କ ରଖିଲା, ଚାକିରି ଛାଡିବାକୁ ବାଧ୍ୟ କଲା... ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କରିବାକୁ ଧମକ ଦେଇ ବନ୍ଧା ହେଲା

ଜଟଣୀ, ୧୯/୦୬ : ପୋଷ୍ଟାଲରେ ଚାକିରି କରିଥିବା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲା । ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କଲା । ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କଲା । ଶେଷରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେଲା । ଅଭିଯୋଗ ପାଇ ଜଟଣୀ ଥାନା ପୁଲିସ ପ୍ରତାରକ ରେଲ୍‌ୱେ କର୍ମଚାରୀଙ୍କୁ ଗିରଫ କରିଛି । ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୨୯ ବର୍ଷ) । ଘର ପୁରୀ ଜିଲ୍ଳା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି । 

ଜଟଣୀ ଅଞ୍ଚଳର ସାଗରିକା (ଛଦ୍ମନାମ) ୨୪ ବର୍ଷ ବ୍ରହ୍ମଗିରି ପୋଷ୍ଟ୍‌ ଅଫିସରେ ଚାକିରି କରିଥିଲେ । ସେ ଗତବର୍ଷ ଜାନୁଆରୀ ୫ ତାରିଖରୁ ବ୍ରହ୍ମଗିରିରେ ଭଡ଼ାଘର ନେଇ ରହୁଥିଲେ । ଦେଖାସାକ୍ଷାତରୁ ପୂର୍ଣ୍ଣ ସାଗରିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପରେ ତାଙ୍କ ଘରକୁ ଯିବା ଆସିବା କରିବା ସହ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ । ଏହା ଭିତରେ ପୂର୍ଣ୍ଣ ରେଲ୍‌ୱେରେ ନିଯୁକ୍ତି ପାଇଥିଲେ । ବେଙ୍ଗାଲୁର ସିମୋଗାରେ ସେ ରେଲ୍‌ୱେରେ ଗେଟ୍‌ କିପର ଭାବେ ଚାକିରି ପାଇବାରୁ ସେଠାକୁ ପଳାଇଥିଲେ । ବାରମ୍ବାର ସାଗରିକାଙ୍କୁ ଫୋନ୍‌ କରି ଚାକିରି ଛାଡ଼ି ବେଙ୍ଗାଲୁର ଚାଲି ଆସିବା ପାଇଁ ବାଧ୍ୟ କରିଥିଲେ । ପୂର୍ଣ୍ଣଙ୍କ କଥାରେ ସାଗରିକା ଚାକିରି ଛାଡ଼ି ବେଙ୍ଗାଲୁର ପଳାଇଥିଲେ । ସେଠାରେ ପୂର୍ଣ୍ଣ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉଠାଇଥିଲେ । ପରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ । ନିର୍ଯାତନା ଖବରପାଇ ସାଗରିକାଙ୍କ ଭାଇ ବେଙ୍ଗାଲୁରରେ ପହଞ୍ଚିଥିଲେ । ଭଉଣୀଠାରୁ ସବୁ ଶୁଣିବା ପରେ ତାଙ୍କୁ ଧରି ଜଟଣୀସ୍ଥିତ ଘରକୁ ପଳାଇ ଆସିଥିଲେ । ପ୍ରତାରଣାର ଶିକାର ସାଗରିକା ଶେଷରେ ବାଧ୍ୟ ହୋଇ ଜଟଣୀ ଥାନାରେ ଅଭିଯୋଗ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.